ETV Bharat / city

ଝାଡଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ - ଝାଡଖଣ୍ଡ ଶିକ୍ଷା ମନ୍ତ୍ରୀ

ତାଲିମ ପାଠ୍ୟକ୍ରମରେ ଓଡ଼ିଆ ଭାଷା ରଖିବା ପାଇଁ ଝାଡଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଧିକ ପଢନ୍ତୁ...

ଝାଡଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ

author img

By

Published : Oct 1, 2021, 1:17 PM IST

Updated : Oct 1, 2021, 1:22 PM IST

ଭୁବନେଶ୍ବର: ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ପାଇଁ ତାଲିମ ପାଠ୍ୟକ୍ରମରେ ଓଡ଼ିଆ ଭାଷା ରଖିବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଚିଠିରେ ଅନୁରୋଧ କରିଛନ୍ତି ।

ଝାଡଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ

ଝାଡଖଣ୍ଡ ଶିକ୍ଷା ବିଭାଗ ପକ୍ଷରୁ ହେଉଥିବା ତାଲିମ କାର୍ଯ୍ୟକ୍ରମରେ ଓଡ଼ିଆ ଶିକ୍ଷାକୁ ଅନ୍ତର୍ଭୁକ୍ତ କରିବାକୁ ଚିଠି ଲେଖିଛନ୍ତି ସମୀର । ଝାଡଖଣ୍ଡରେ ଓଡିଆ ଶିକ୍ଷା ବାଦ୍ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟାରେ ଶିକ୍ଷାମନ୍ତ୍ରୀ ଦାଶ କହିଛନ୍ତି ଯେ, 'ସେପ୍ଟେମ୍ବର 20 ରେ ଝାଡଖଣ୍ଡ ସରକାର କରିଥିବା ନୋଟିଫିକେସନ ଅନୁସାରେ ପାଠ୍ୟକ୍ରମରୁ ବାଦ୍ ପଡିନି ଓଡ଼ିଆ । କେବଳ ପ୍ରାଥମିକ ଶିକ୍ଷକ ତାଲିମ କାର୍ଯ୍ୟକ୍ରମରେ ସପ୍ତମ ପେପରରେ ଅନ୍ୟ ଭାଷା ଥିବାବେଳେ ଓଡ଼ିଆ ବାଦ୍ ପଡ଼ିଛି । ଏହା ସହ ବିଭିନ୍ନ ରାଜ୍ୟରେ ଉତ୍କଳ ସମ୍ମିଳନୀ ଜରିଆରେ 160 ଓଡ଼ିଶା ଶିକ୍ଷକ ଦିଆ ଯାଇଛି । ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ଦୀର୍ଘ ଦିନ ଧରି ବୁଝାମଣା ରହିଛି । ପ୍ରତି ବର୍ଷ ବହି ମଧ୍ୟ ଦିଆଯାଉଛି । ଚଳିତ ବର୍ଷ ବହି ନଥିବା ନେଇ ଆମ ପାଖେ ଖବର ନାହିଁ, ଆମେ ବୁଝିବୁ ।'

ଏହାଛଡା ଆଗାମୀ କିଛିଦିନ ମଧ୍ୟରେ ଆନ୍ଧ୍ର ପ୍ରଦେଶରୁ ଏକ ଟିମ ଆସିଥିଲା । ତାଙ୍କ ସହ ମଧ୍ୟ ଆଲୋଚନା ହେଇଛି, ବିଧାନସଭା କମିଟି ମଧ୍ୟ ଯାଇ ସ୍ଥିତି ପରଖିଛନ୍ତି । ତେଣୁ ବିଚ୍ଛିନ୍ନାଞ୍ଚଳରେ କିଛି ଅସୁବିଧା ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Oct 1, 2021, 1:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.