ETV Bharat / city

'ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି'

author img

By

Published : May 4, 2021, 8:19 PM IST

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ନେଇ ସ୍ପଷ୍ଟୋକ୍ତି ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମାଟ୍ରିକ ପରୀକ୍ଷା ବାତିଲ ପରେ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରଙ୍କ ମନରେ ଦ୍ବନ୍ଦ ରହିଛି । ଅଧିକ ପଢ଼ନ୍ତୁ...

'ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି'
'ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି'

ପୁରୀ: ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ନେଇ ସ୍ପଷ୍ଟୋକ୍ତି ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମାଟ୍ରିକ ପରୀକ୍ଷା ବାତିଲ ପରେ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରଙ୍କ ମନରେ ଦ୍ବନ୍ଦ ରହିଛି । ଫଳ ପ୍ରକାଶନ ନେଇ ଶିକ୍ଷା ବିଭାଗ ପକ୍ଷରୁ କିଛି ନୂଆ ନିଷ୍ପତ୍ତି ଯାଇପାରେ ବୋଲି ଆଲୋଚନା ହେଉଛି । ତେବେ ପରୀକ୍ଷା ଫଳ ପ୍ରକାଶନ ନେଇ ପ୍ରାଥମିକ ପର୍ଯ୍ୟାୟରେ ବିଦ୍ୟାଳୟ ସହ ବୋର୍ଡ ଆଲୋଚନା କରୁଛି ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ । ପରୀକ୍ଷା ଫଳ ପାଇଁ ଏକ ଗାଇଡଲାଇନ କରିଛି ମାଧ୍ୟାମିକ ଶିକ୍ଷା ପରିଷଦ ।

ଗାଇଡଲାଇନ ଅନୁଯାୟୀ ମାଧ୍ୟମିକ ଶିକ୍ଷା ପରିଷଦ ଏକ ବଶ୍ଲେଷଣ କରିବ । ପରବର୍ତ୍ତୀ ସମୟରେ ବୋର୍ଡ ତାହାର ନିଷ୍ପତ୍ତିକୁ ଶିକ୍ଷା ବିଭାଗକୁ ଜଣାଇବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ଜରିଆରେ ପ୍ରକ୍ରିୟା ଆରମ୍ଭ କରିଛି । ଏହାପରେ ପରୀକ୍ଷା ଫଳ ପ୍ରକାଶନ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଛାତ୍ରଛାତ୍ରୀଙ୍କ ଚଳିତ ବର୍ଷ ଦଶମର ଟେଷ୍ଟ ପରୀକ୍ଷା ଓ ପୂର୍ଵ ବର୍ଷ ନବମ ଶ୍ରେଣୀ ପରୀକ୍ଷାର ଫଳାଫଳ ନେଇ ଏକ ଫଳାଫଳ ପ୍ରକାଶନ ହେବା ନେଇ ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ କୌଣସି ଆନୁଷ୍ଠାନି ଘୋଷଣା ହୋଇନାହିଁ ।

ତେବେ ପରୀକ୍ଷା ଫଳ ପ୍ରକାଶନ ପାଇଁ ଏଭଳି ବ୍ୟବସ୍ଥାକୁ ଅଭିଭାବକ ମହଲରେ ବିରୋଧ କରାଯାଉଛି । ସେପଟେ 20ଜଣରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡ଼ିକୁ ମିଶ୍ରଣ ବିଜ୍ଞପ୍ତିକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରିବା ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଦସ୍ତାବିଜ ଆସିବା ପରେ କଣ କେଉଁଠି ସମସ୍ୟା ରହିଲା ସେ ନେଇ ତର୍ଜମା ହେବ। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଗାମୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.