ଭୁବନେଶ୍ବର: ଟ୍ରେନ୍ ଏବଂ ଷ୍ଟେସନ୍ ପରିସରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କୋରୋନାର ଦ୍ବିତୀୟ ଲହରୀକୁ ଦୃଷ୍ଟିରେ ରଖି ଟ୍ରେନ୍ ଏବଂ ଷ୍ଟେସନ୍ ପରିସରରେ ଯାତ୍ରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
ରେଳ ପରିସର ପ୍ରବେଶ କରିବା ଏବଂ ଟ୍ରେନରେ ଯାତ୍ରା କରିବା ସମୟରେ ଯଦି କୌଣସି ବ୍ୟକ୍ତି ମାସ୍କ ନପିନ୍ଧନ୍ତି, ତେବେ 500 ଟଙ୍କା ଜୋରିମାନା ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । କୋରୋନା ମହାମାରୀକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗୃହ ବିଭାଗ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ରେଳବାଇ ମଧ୍ୟ ଷ୍ଟେସନ ଏବଂ ଟ୍ରେନରେ ଯାତ୍ରା କରିବା ସମୟରେ ଏହି ନିର୍ଦ୍ଦେଶାବଳୀକୁ ଅନୁସରଣ କରିବା ପାଇଁ ପଦକ୍ଷେପ ନେଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ