ETV Bharat / city

ଆସନ୍ତା 9ରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ - ମାସ୍କ

ଆସନ୍ତା ୯ ରୁ ମାସ୍କ ପିନ୍ଧିବା ବାଧ୍ୟତାମୁଳକ । ପୁଅଙ୍କୁ ଗାମୁଛା ଝିଅଙ୍କୁ ଓଢଣି ବାନ୍ଧିବାକୁ ପରାମର୍ଶ । ଅଧିକ ପଢନ୍ତୁ..

Mask mandatory for all people of odisha
ଆସନ୍ତା 9ରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
author img

By

Published : Apr 6, 2020, 11:08 PM IST

ଭୁବନେଶ୍ବର: ଏଣିକି ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମହାମାରୀ କୋରୋନା ଭାଇରସର ସଂକ୍ରମଣ ରୋକିବାକୁ ବାଧ୍ୟତାମୂଳକ ନିର୍ଦ୍ଦେଶ ଦେଇଛି ଓଡିଶା ବିପର୍ଯୟ ପରିଚାଳନା ବିଭାଗ । ଏନେଇ ଆସନ୍ତା ୯ ତାରିଖ ସକାଳ ୭ଟାରୁ ନିୟମ ଲାଗୁ ପାଇଁ ଓଡିଶା ସରକାରଙ୍କ ସମସ୍ତ ବିଭାଗକୁ ଜଣାଇ ଦିଆଯାଇଛି ।

ଓଡିଶାବାସୀଙ୍କୁ ସଂକ୍ରମଣରୁ ବର୍ତ୍ତିବାକୁ ହେଲେ ମୁହଁରେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କେବଳ ମେଡିସିନ ଷ୍ଟୋରରେ ମିଳୁଥିବା ମାସ୍କ ନୁହେଁ କପଡା ନିର୍ମିତ ଅର୍ଥାତ ଦୁଇ ଲେୟାର ଥିବା କପଡା ନିର୍ମିତ ମାସ୍କ ପିନ୍ଧିଲେ ଚଳିବ । ନଚେତ ଗାମୁଛା, ରୁମାଲ, ଓଢଣୀ ବା ମୁହଁରେ ପିନ୍ଧିବାକୁ ମଧ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏନେଇ ରାଜ୍ୟବାସୀଙ୍କୁ ଅବଗତ କରାଇବାକୁ ବିଭାଗ ପକ୍ଷରୁ ଜାରି ହୋଇଥିବା ସ୍ବତନ୍ତ୍ର ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ।

Mask mandatory for all people of odisha
ଆସନ୍ତା 9ରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଉଥିଲେ ଅର୍ଥାତ ଲୋକଙ୍କ ଗହଣରେ ଥିଲେ ମାସ୍କ ପିନ୍ଧିବାକୁ ପଡିବ । ଏପରିକି ଡିସପୋଜାଲ ମାସ୍କକୁ ସ୍ବତନ୍ତ୍ର ସ୍ଥାନରେ ନଷ୍ଟ କରିବାକୁ ପରାମର୍ଶ ରହିଥିବା ବେଳେ ବିନା ଡିସପୋଜାଲ ମାସ୍କକୁ ୬ ଘଣ୍ଟାରେ ଥରେ ସଫା କରି ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.