ETV Bharat / city

ଖୁବଶୀଘ୍ର ଭୁବନେଶ୍ବର-ଜୟପୁର ବିମାନଯାତ୍ରା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ମାରୱାଡ଼ି ସମାଜ

author img

By

Published : Oct 21, 2021, 10:02 PM IST

ନଭେମ୍ବର ୨ ତାରିଖରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ଆରମ୍ଭ ହେବ ବିମାନ ସେବା । ଅଧିକ ପଢନ୍ତୁ...

Marwari Samaj thanked CM Naveen Patnaik for the flight from Bhubaneswar to Jaipur
ଭୁବନେଶ୍ବରରୁ ଜୟପୁର ଉଡିବ ବିମାନ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ମାରୱାଡ଼ି ସମାଜ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ଆରମ୍ଭ ହେବ ବିମାନ ସେବା । ଏଥିପାଇଁ ବଡଧରଣର ସରକାରୀ ରିହାତି ସହ ଆନୁସଙ୍ଗିକ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛି ମାରୱାଡ଼ି ସମାଜ । ଗୁରୁବାର ମାରୱାଡ଼ି ସମାଜର ବିଭିନ୍ନ ସହଯୋଗୀ ଶାଖା ମିଳିତଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଲୋକସେବା ଭବନରେ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ପତ୍ର ଜ୍ଞାପନ କରିଛନ୍ତି ।

Marwari Samaj thanked CM Naveen Patnaik for the flight from Bhubaneswar to Jaipur
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ମାରୱାଡ଼ି ସମାଜ

ମାରୱାଡ଼ି ସମାଜର ମୁଖପାତ୍ରମାନେ କହିଛନ୍ତି ଯେ ଏହି ବିମାନସେବା ଆମର ଦୀର୍ଘଦିନର ଆଶା ଓ ଆବଶ୍ୟକତା ପୂରଣ କରିଛି । ଉଭୟ ଓଡ଼ିଶା ଓ ରାଜସ୍ଥାନର ସଂସ୍କୃତି ଓ ପରମ୍ପରା ବହୁ ପୁରାତନ । ସିଧାସଳଖ ବିମାନସେବା ଉଭୟ ରାଜ୍ୟ ମଧ୍ୟରେ ଥିବା ବନ୍ଧୁତ୍ବ ପର୍ଯ୍ୟଟନ ଏବଂ ବେପାର ବାଣିଜ୍ୟକୁ ବହୁଗୁଣିତ କରିବ । ବୃଦ୍ଧ ପିତା - ମାତାଙ୍କୁ ପୁରୀ ଜଗନ୍ନାଥଧାମରେ ମହାପ୍ରଭୁଙ୍କ ଦର୍ଶନ କରାଇବା ପୁତ୍ରର କର୍ତ୍ତବ୍ୟ ବୋଲି ମାରୱାଡ଼ି ସମାଜର ଦୃଢ଼ ବିଶ୍ବାସ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପରି ମାରୱାଡ଼ି ପୁଅ ନିଜ କର୍ତ୍ତବ୍ୟ ପାଳନରେ ବହୁଗୁଣିତ ସହାୟତା କରିବ । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କର ଐତିହାସିକ ନିଷ୍ପରି ଯୋଗୁ ଏହି ସିଧାସଳଖ ବିମାନସେବା ଚଳିତ ବର୍ଷ ନଭେମ୍ବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ସପ୍ତାହକୁ ତିନିଦିନ ଇଣ୍ଡିଗୋ ବିମାନ ଭୁବନେଶ୍ବରରୁ ଜୟପୁର ମଧ୍ୟରେ ଯାତାୟତ କରିବ । ପ୍ରତି ଯାତ୍ରା ଟ୍ରିପ୍ ପାଇଁ ରାଜ୍ୟ ସରକାର ପ୍ରାୟ ୭୫ ହଜାର ଟଙ୍କାର ସହାୟତା ସହ ଅନ୍ୟାନ୍ୟ ଆନୁସଙ୍ଗିକ ସହଯୋଗ ଯୋଗାଇ ଦେବେ ।

ଖୁବଶୀଘ୍ର ଭୁବନେଶ୍ବରରୁ ଗୋଆ ସିଧାସଳଖ ବିମାନସେବା ଆରମ୍ଭ ହେବ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ କହିଛନ୍ତି । ଏହି ବିମାନସେବା ରାଜ୍ୟରେ ପର୍ଯ୍ୟଟନ, ଶିଳ୍ପକରଣ, ବେପାରବଣିଜ ବୃଦ୍ଧି କରିବା ସହ ଯୁବପିଢ଼ିମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ମାରୱାଡ଼ି ସମାଜ, ଜୈନ ସମାଜ, ମାହେଶ୍ବରୀ ସମାଜ, ବିକାନୀର ଜିଲ୍ଲା ନାଗରିକ ପରିଷଦ, ପୁରୁଷୋତ୍ତମ ସମାଜ, ଆପଣା ସମାଜ ଏବଂ ବାବା ରାମଦେବ ରୁନିଚେୱାଲା ଟ୍ରଷ୍ଟ ତରଫରୁ ମିଳିତଭାବେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଛି । ଏହି ସବୁ ସମାଜର ପ୍ରତିନିଧିଭାବେ ଲକ୍ଷ୍ମଣ ମହିପାଲ, ପ୍ରକାଶ ଭୁରା, ଲାଲଚନ୍ଦ୍ ମୋହତା, ସୁପକର୍ଷ ଭୁରା, ବିପିନ୍ ବାଙ୍କା , ବଚ୍ଛରାଜ ବେତେଲା, ଘନଶ୍ୟାମ ପେରିୱାଲ୍ ଏବଂ ନବରତନ୍ ବୋଥ୍ ପ୍ରମୁଖ ମୁଖ୍ୟ ଶାସନ ସଚିବଙ୍କୁ ଭେଟି କୃତଜ୍ଞତାପତ୍ର ଜ୍ଞାପନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.