ETV Bharat / city

ବାର ବରଷରେ ବାଜି ରାଉତରେ ମରିନାହିଁ ମରିନାହିଁ... - ଭାରତର ସର୍ବ କନିଷ୍ଠ ଶହୀଦ 12 ବର୍ଷର ବାଜି ରାଉତ

ଆଜିର ଦିନରେ ଭାରତ ଇତିହାସର ଏକ ଅବିସ୍ମରଣୀୟ ଦିନ । ଏହି ଦିନ ଲିଭିଯାଇଥିଲା ଭାରତ ମାତାର ଆଉ ଏକ ସୁଯୋଗ୍ୟ ସନ୍ତାନର ଜୀବନ ଦୀପ ।

ବୀର ବାଳକ ବାଜି ରାଉତ
author img

By

Published : Oct 11, 2019, 7:31 AM IST

ହାଇଦ୍ରାବାଦ: 1938 ମସିହା ଅକ୍ଟୋବର 11 ତାରିଖ, ଭାରତ ଇତିହାସର ଏକ ଅବିସ୍ମରଣୀୟ ଦିନ । ଏହି ଦିନ ଲିଭିଯାଇଥିଲା ଭାରତ ମାତାର ଆଉ ଏକ ସୁଯୋଗ୍ୟ ସନ୍ତାନର ଜୀବନ ଦୀପ । ସେ ହେଉଛନ୍ତି ଭାରତର ସର୍ବ କନିଷ୍ଠ ଶହୀଦ 12 ବର୍ଷର ବାଜି ରାଉତ । 1926 ମସିହା ଅକ୍ଟୋବର 5 ତାରିଖରେ ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁରରେ ଜନ୍ମ ହୋଇଥିଲେ ଏହି ବୀର ବାଳକ ।

ବାଳୁତ ବୟସରୁ ବାଜି ଢେଙ୍କାନାଳର ଅତ୍ୟାଚାରୀ ରାଜା ଶଙ୍କର ପ୍ରତାପ ସିଂହଦେଓଙ୍କ ବିରୋଧରେ ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ପ୍ରଜାମେଳିରେ ଯୋଗ ଦେଇଥିଲେ । ତେବେ ଭାରତ ବର୍ଷରେ ଇଂରେଜ ମାନଙ୍କ ଅତ୍ୟାଚାର ବିଷୟରେ ମଧ୍ୟ ଅନେକ କଥା ଶୁଣିଥିଲେ ସେ ।

ସେଦିନ ଅକ୍ଟୋବର 13 ତାରିଖରେ ଅନ୍ଧାରିଆ ରାତିରେ ପ୍ରଜାମେଳିର କେତେଜଣ ସ୍ବେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗିରହିଥିଲେ ବାଳକ ବାଜି । ସେଦିନ ସେ ସାଜିଥିଲେ ପ୍ରଜାମଣ୍ଡଳର ସିପାହୀ । କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୂରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜ ମାନେ ଯେପରି ନଦୀ ପାର ନହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି କ୍ୟାମ୍ପକୁ ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାର୍ କରାଇବ । ଆଶଙ୍କା ସତ ହେଲା ପ୍ରଜାମଣ୍ଡଳ ଦମନ କରିବାକୁ ଆସି ପହଁଞ୍ଚିଥିଲେ ଗୋରା ଫଉଜ । ସେମାନଙ୍କ ଆଦେଶ ସତ୍ତ୍ବେ ଘାଟରୁ ଡଙ୍ଗା ଫିଟାଇଲେ ନାହିଁ ବାଜି । ଧମକର କୌଣସି ଫରକ ବାଜିଙ୍କ ଉପରେ ନପଡିବା ଦେଖି ତାଙ୍କ ଉପରେ ଗୁଳି ଚଳାଇଥିଲେ ଗୋରା ଫଉଜ । ଏତିକିରେ ବି ଦମ୍ଭ ଭାଙ୍ଗି ନଥିଲା ବୀର ବାଜିଆର । ଚିତ୍କାର କରି ଉଠିଥିଲେ ସେ, ତାଙ୍କ ଚିତ୍କାରରେ ଅନେକ ଲୋକ ଆସି ରୁଣ୍ଡ ହୋଇଥିଲେ ବ୍ରାହ୍ମଣୀ କୂଳରେ ।

ଫଉଜ ମାନେ ଆଉ କିଛି ନକରି ଛୁରୀରେ ଡଙ୍ଗା ଦଉଡି କାଟି ମଝି ନଈକୁ ଡଙ୍ଗା ବୋହିନେଲେ । ଡଙ୍ଗା ମଝି ନଈରେ ଥିବା ବେଳେ ସେମାନେ କୂଳରେ ଥିବା ଲୋକଙ୍କ ଉପରେ ଗୁଳି ଚଳାଇଲେ । ସେଇଠି ଟଳି ପଡିଲେ ନିଳକଣ୍ଠପୁର ଗାଁର ହୁରୁଷି, ରଘୁ, ଗୁର, ନଟ, ଲକ୍ଷ୍ମଣ ଓ ଫଗୁ । ଦେଶ ପାଇଁ ଛୋଟ ବଡ଼ ମିଶି ସାତ ଜଣ ଶହୀଦ ହୋଇଥିଲେ ସେଦିନ ।

ନିଳକଣ୍ଠପୁର ଗୁଳିକାଣ୍ଡର ପରଦିନ ଅର୍ଥାତ 1938 ମସିହା ଅକ୍ଟୋବର 12 ତାରିଖରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସାତଜଣ ବୀରଙ୍କର ପାର୍ଥିବ ଶରୀରକୁ କଟକ ଆଣି ବିରାଟ ପଟୁଆର ହେଲା । ଶେଷରେ ଆଜିର ଖାନନଗର ମଶାଣିରେ ଗୋଟିଏ ଚିତାରେ ସେମାନଙ୍କୁ ଦାହ କରାଗଲା ।

ବୀର ବାଜି ରାଉତଙ୍କ ପାଇଁ କବି କାଳିନ୍ଦୀ ଚରଣ ପାଣିଗ୍ରାହୀ ଲେଖିଥିଲେ...

ଆସ ଲକ୍ଷ୍ମଣ, ଆସ ନଟ, ରଘୁ, ଗୁର, ହୁରୁଷି ପଧାନ ବଜାରେ ମରଣ ତୂରୀ...
ଡର କାହିଁ, ଡର କାହିଁ... ବାର ବରଷରେ ବାଜି ରାଉତରେ ମରି ନାହିଁ ମରି ନାହିଁ...

Intro:Body:

ଆଜିର ଦିନରେ ଭାରତ ଇତିହାସର ଏକ ଅବିସ୍ମରଣୀୟ ଦିନ । ଏହି ଦିନ ଲିଭିଯାଇଥିଲା ଭାରତ ମାତାର ଆଉ ଏକ ସୁଯୋଗ୍ୟ ସନ୍ତାନର ଜୀବନ ଦୀପ ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.