ଭୁବନେଶ୍ବର: ନୂତନ ରେଳବାଇ ସମୟ ସାରଣୀ ଆସନ୍ତାକାଲି ତଥା ଅକ୍ଟୋବର ୧ ତାରିଖରୁ କାର୍ଯ୍ୟକାରୀ ହେବ । ଟ୍ରେନର ସମୟ ପରିବର୍ତ୍ତନ, ଟ୍ରେନର ସମ୍ପ୍ରସାରଣ, ଅତିରିକ୍ତ ଷ୍ଟପେଜ୍ ପ୍ରଦାନ, ଟ୍ରେନ ପୁନଃ ପ୍ରଚଳନ ଏବଂ ନୂତନ ଟ୍ରେନ ଚଳାଚଳ ଏହି ସମୟ ସାରଣୀରେ ଅନ୍ତର୍ଭୁକ୍ତ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ତୁଳନାରେ 47 ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି ।
ଅକ୍ଟୋବର ୧ ତାରିଖରୁ ଟ୍ରେନ ଉତ୍ପତ୍ତି ଷ୍ଟେସନ (ଛାଡୁଥିବା ମୂଳ ଷ୍ଟେସନ)ରେ ପୂର୍ବ ନିର୍ଦ୍ଧାରିତ ସମୟ ତୁଳନାରେ ୪୭ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି । ଟ୍ରେନର ସୁଗମ ଚଳାଚଳ ଦୃଷ୍ଟିରୁ ଅନେକ ଟ୍ରେନର ସମୟ ମଧ୍ୟ ବିଭିନ୍ନ ଷ୍ଟେସନରେ ପରିବର୍ତ୍ତନ କରାଯାଇଛି । ଉତ୍ପତ୍ତି ଷ୍ଟେସନରୁ ପ୍ରସ୍ଥାନ ସମୟର ପରିବର୍ତ୍ତନ, ଗନ୍ତବ୍ୟ ସ୍ଥଳରେ ଆଗମନ ସମୟର ପରିବର୍ତ୍ତନ ଓ ଗୁରୁତ୍ବପୂର୍ଣ୍ଣ ଷ୍ଟେସନରେ ଟ୍ରେନ ସମୟରେ ପରିବର୍ତ୍ତନ କରାଯାଇଛି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ୧୦ ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି ।
୧୦ ଟି ଟ୍ରେନର ସମୟ ପରିବର୍ତ୍ତନ:-
20813 20813 ପୁରୀ-ଯୋଧପୁର ଏକ୍ସପ୍ରେସ ପୁରୀ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର ଏବଂ କଟକ ।
18304 ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ପୁରୀ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ନରାଜ, ଢେଙ୍କାନାଳ, ଅନୁଗୋଳ ଓ ସମ୍ବଲପୁର
20815/20816 ଟାଟା-ବିଶାଖାପାଟନମ୍-ଟାଟା ଏକ୍ସପ୍ରେସ୍ ଟାଟା, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ବିଜୟନଗରମ୍ ଏବଂ ବିଶାଖାପାଟନମ
18518 ବିଶାଖାପାଟନମ୍-କୋରବା ଏକ୍ସପ୍ରେସ ବିଶାଖାପାଟନମ୍, ମହାସମୁନ୍ଦ, ଲାଖୋଲି, ରାୟପୁର, ବିଲାସପୁର ଏବଂ କୋରବା
18447 ଭୁବନେଶ୍ୱର-ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସ ଭୁବନେଶ୍ୱର, ବିଜୟନଗରମ୍, ରାୟଗଡା, ଦମନଯୋଡି, କୋରାପୁଟ, ଜୟପୁର ଏବଂ ଜଗଦଲପୁର
18452 ପୁରୀ-ହାଟିଆ ତାପସ୍ୱିନି ଏକ୍ସପ୍ରେସ ପୁରୀ-ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ଏବଂ ଅନୁଗୋଳ
18529 ଦୁର୍ଗ-ବିଶାଖାପାଟନମ୍ ଏକ୍ସପ୍ରେସ ଦୁର୍ଗ, ବିଜୟନଗରମ , କୋଟାଭାଲାସା, ସିମାଚଳମ ଏବଂ ବିଶାଖାପାଟନମ
22809 ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ ପାରାଦୀପ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ବିଜୟନଗରମ ଏବଂ ବିଶାଖାପାଟନମ୍
17243 ଗୁଣ୍ଟୁର-ରାୟଗଡା ଏକ୍ସପ୍ରେସ ଦୁଭାଡା, ବିଶାଖାପାଟନମ୍, ବିଜୟନଗରମ୍, ବବିଲି, ପାର୍ବତୀପୁରମ୍, ପାର୍ବତୀପୁରମ୍ ଟାଉନ ଷ୍ଟେସନ ମାନଙ୍କ ଠାରେ ସମୟରେ ପରିବର୍ତ୍ତନ କରାଯାଇଛି ।
ଏହା ବ୍ୟତୀତ ପୁରୀ-ଖୋର୍ଦ୍ଧା ରୋଡ୍-ପୁରୀ ପାସେଞ୍ଜର ସ୍ପେସିଆଲର ସମୟ ଉଭୟ ଦିଗରୁ ପରିବର୍ତ୍ତନ କରାଯାଇଛି । କେତେକ ଷ୍ଟେସନରେ ଉପରୋକ୍ତ ଟ୍ରେନ ମାନଙ୍କର ସମୟ ସାରଣୀ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଥବା ପୂର୍ବ ନିର୍ଦ୍ଧାରିତ ସମୟ ପରେ ପରିବର୍ତ୍ତିତ କରାଯାଇଛି ।
ଟ୍ରେନ୍ ସମୟ ସାରଣୀରେ ପରିବର୍ତ୍ତନ:-
୧୩ଟି ଟ୍ରେନର ସମୟ ମୂଳ ଷ୍ଟେସନରୁ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ କିଛି ସମୟ ପୂର୍ବରୁ କିମ୍ବା କିଛି ସମୟ ପରେ ନିର୍ଦ୍ଧାରିତ କରାଯାଇଛି ।
20895 ରାମେଶ୍ୱରମ୍-ଭୁବନେଶ୍ୱର ଏକ୍ସପ୍ରେସ, 22873 ଦିଘା-ବିଶାଖାପାଟନମ୍ ଏକ୍ସପ୍ରେସ, 18423 ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ, 20807 ବିଶାଖାପାଟନମ୍-ଅମୃତସର ହିରାକୁଦ ଏକ୍ସପ୍ରେସ, 22809 ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ, 18309 ସମ୍ବଲପୁର-ଜାମ୍ମୁ ତବୀ ଏକ୍ସପ୍ରେସ, 12875 ପୁରୀ-ଆନନ୍ଦ ବିହାର ନୀଳାଚଳ ଏକ୍ସପ୍ରେସ, 20815 ଟାଟା-ବିଶାଖାପାଟନମ୍ ଏକ୍ସପ୍ରେସ, 22879 ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ, 22859 ପୁରୀ-ଚେନ୍ନାଇ ଏକ୍ସପ୍ରେସ ।
12278 ପୁରୀ-ହାୱଡ଼ା ଏକ୍ସପ୍ରେସକୁ ସର୍ବନିମ୍ନ ୫ ମିନିଟ ଏବଂ ସର୍ବାଧିକ ୨୫ ମିନିଟ ପର୍ଯ୍ୟନ୍ତ ସଂଶୋଧିତ କରାଯାଇଛି । ଯାହାଦ୍ୱାରା କିଛି ଟ୍ରେନ ନିର୍ଦ୍ଧାରିତ ସମୟ ପୂର୍ବରୁ ଏବଂ କିଛି ନିର୍ଦ୍ଧାରିତ ସମୟ ପରେ ଷ୍ଟେସନ ମାନଙ୍କ ଠାରୁ ଛାଡିବ । କେତେକ ଷ୍ଟେସନରେ ଉପରୋକ୍ତ ଟ୍ରେନ ମାନଙ୍କର ସମୟ ସାରଣୀ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଥବା ପୂର୍ବ ନିର୍ଦ୍ଧାରିତ ସମୟ ପରେ ପରିବର୍ତ୍ତିତ କରାଯାଇଛି ।
କିଛି ଟ୍ରେନର ଗତି ବୃଦ୍ଧି :
୨୫ଟି ଟ୍ରେନର ସମୟ ସର୍ବନିମ୍ନ ୫ ମିନିଟ୍ ଏବଂ ସର୍ବାଧିକ ୫୫ ମିନିଟ୍ ପର୍ଯ୍ୟନ୍ତ ମୂଳ ଷ୍ଟେସନ୍ ଠାରୁ ଗନ୍ତବ୍ୟ ସ୍ଥଳ ମଧ୍ୟରେ ତ୍ୱରାନ୍ୱିତ ହୋଇଛି । ଏହି ଟ୍ରେନ୍ ଗୁଡିକ ହେଉଛି -
18567 ବିଶାଖାପାଟନମ୍-କୋଲାମ ଏକ୍ସପ୍ରେସ, 12277 ହାଓଡ଼ା -ପୁରୀ ଏକ୍ସପ୍ରେସ, 22834 SMVT ବେଙ୍ଗାଲୁରୁ-ଭୁବନେଶ୍ୱର ଏକ୍ସପ୍ରେସ, 18447 ଭୁବନେଶ୍ୱର-ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସ, 18574 ଭଗତ କି କୋଠି-ବିଶାଖାପାଟନମ୍ ଏକ୍ସପ୍ରେସ, 22836 ପୁରୀ-ଶାଲୀମାର ଏକ୍ସପ୍ରେସ, 20816 ବିଶାଖାପାଟନମ-ଟାଟା ଏକ୍ସପ୍ରେସ, 18424 ନୟାଗଡ଼ ଟାଉନ-ଭୁବନେଶ୍ୱର ଏକ୍ସପ୍ରେସ, 18529 ଦୁର୍ଗ-ବିଶାଖାପାଟଣା ଏକ୍ସପ୍ରେସ, 20804 ଗାଂଧିଧାମ-ବିଶାଖାପାଟଣା ଏକ୍ସପ୍ରେସ, 22827 ପୁରୀ-ସୁରଟ ଏକ୍ସପ୍ରେସ, 18304 ପୁରୀ-ସମ୍ବଲପୁର ଇଣ୍ଟର ସିଟି, 12896 ପୁରୀ-ଶାଲୀମାର ଏକ୍ସପ୍ରେସ, 20823 ପୁରୀ-ଅଜମେର ଏକ୍ସପ୍ରେସ, 12832 ଭୁବନେଶ୍ୱର-ଧାନବାଦ ଏକ୍ସପ୍ରେସ, 20861 ପୁରୀ-ଅହମଦାବାଦ ଏକ୍ସପ୍ରେସ, 18518 ବିଶାଖାପାଟଣା-କରବା ଏକ୍ସପ୍ରେସ, 12882 ପୁରୀ-ଶାଲୀମାର ଏକ୍ସପ୍ରେସ, 18310 ଜାମ୍ମୁ ତାବି-ସମ୍ବଲପୁର ଏକ୍ସପ୍ରେସ, 12888 ପୁରୀ-ଶାଲୀମାର ଏକ୍ସପ୍ରେସ, 12831 ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସ, 18573 ବିଶାଖାପାଟଣା-ଭଗତ କି କୋଠି ଏକ୍ସପ୍ରେସ, 18452 ପୁରୀ-ହାତୀଆ ତପସ୍ୱିନି ଏକ୍ସପ୍ରେସ,
12846 SMVT ବେଙ୍ଗାଲୁରୁ-ଭୁବନେଶ୍ୱର ଏକ୍ସପ୍ରେସ । 20824 ଅଜମେର-ପୁରୀ ଏକ୍ସପ୍ରେସ କେତେକ ଷ୍ଟେସନରେ ପୂର୍ବ ନିର୍ଦ୍ଧାରିତ ସମୟର ପୂର୍ବରୁ ଏବଂ ପରେ ଆଗମନ ଓ ପ୍ରସ୍ଥାନ କରିବ।
ଟ୍ରେନର ସମ୍ପ୍ରସାରଣ:
ପରୀକ୍ଷାମୂଳକ ଭିତ୍ତିରେ ତିନି ଯୋଡ଼ା ଟ୍ରେନ୍କୁ ସାମୟିକ ଭାବରେ ସମ୍ପ୍ରସାରଣ କରାଯାଇଛି । ଏହି ଟ୍ରେନ୍ ଗୁଡିକ ହେଉଛି 08429/08430 (58429/58430) ଖୋର୍ଦ୍ଧା ରୋଡ୍-ମହିପୁର-ଖୋର୍ଦ୍ଧା ରୋଡ୍ ସ୍ପେସାଲ୍ ନୂଆଗାଁ ରୋଡ୍ ପର୍ଯ୍ୟନ୍ତ; 08421/08422 (68433/68434) କଟକ-ଇଛାପୁରମ୍-କଟକ ସ୍ପେଶାଲ୍ ଗୁଣୁପୁର ପର୍ଯ୍ୟନ୍ତ ଏବଂ 08456/08455 (68426/68425) ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ସ୍ପେଶାଲ୍ ଖୋର୍ଦ୍ଧା ରୋଡ୍ ସମ୍ପ୍ରସାରଣ କରାଯାଇଛି । କେତେକ ଷ୍ଟେସନରେ ଉପରୋକ୍ତ ଟ୍ରେନ ମାନଙ୍କର ସମୟ ସାରଣୀ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଥବା ପୂର୍ବ ନିର୍ଦ୍ଧାରିତ ସମୟ ପରେ ପରିବର୍ତ୍ତିତ କରାଯାଇଛି ।
ନୂତନ ଟ୍ରେନ ପ୍ରଚଳନ:
୩ଟି ଯୋଡ଼ା ଟ୍ରେନ୍ ନିକଟ ଅତୀତରେ ପ୍ରଚଳିତ ହୋଇଛି ଏବଂ ନୂତନ ସମୟ ସାରଣୀରେ ଅନ୍ତର୍ଭୂକ୍ତ କରାଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି 58437/58438 (08423/08424) ପୁରୀ-ନୂଆଗାଁ ରୋଡ୍-ପୁରୀ ପାସେଞ୍ଜର, 22861/22862 ହାଓଡ଼ା-କାଣ୍ଟାବାଞ୍ଜି-ହାଓଡ଼ା ଏକ୍ସପ୍ରେସ ଏବଂ ଭଦ୍ରକ, ଭୁବନେଶ୍ୱର ଏବଂ ବିଶାଖାପାଟଣା ମାର୍ଗ ଦେଇ 22305/22306 ଜସିଡିହ-ବେଙ୍ଗାଲୁରୁ-ଜସିଡିହ ଏକ୍ସପ୍ରେସ । କେତେକ ଷ୍ଟେସନରେ ଉପରୋକ୍ତ ଟ୍ରେନ ମାନଙ୍କର ସମୟ ସାରଣୀ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଥବା ପୂର୍ବ ନିର୍ଦ୍ଧାରିତ ସମୟ ପରେ ପରିବର୍ତ୍ତିତ କରାଯାଇଛି ।
ଉତ୍ପତ୍ତି ଷ୍ଟେସନରୁ ପ୍ରସ୍ଥାନ ସମୟରେ ପରିବର୍ତ୍ତନ:
20813 ପୁରୀ-ଯୋଧପୁର ଏକ୍ସପ୍ରେସ, 18304 ପୁରୀ-ସମ୍ବଲପୁର ଇଣ୍ଟର ସିଟି, 12896/22836/12882। 12888 ପୁରୀ-ଶାଲିମାର ଏକ୍ସପ୍ରେସ ଟ୍ରେନ, 15643 ପୁରୀ-କାମାକ୍ଷା ଏକ୍ସପ୍ରେସ, 20861 ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ, 22974 ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ, 12146 ପୁରୀ-ଏଲଟିଟି ଏକ୍ସପ୍ରେସ, 22202 ପୁରୀ-ସିଆଲଦା ଏକ୍ସପ୍ରେସ ଟ୍ରେନ ଗୁଡିକ ପୁରୀ ଠାରୁ; 22882 ଭୁବନେଶ୍ୱର-ପୁଣେ ଏକ୍ସପ୍ରେସ, 18423 ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ ଭୁବନେଶ୍ୱରରୁ ଏବଂ ପାରାଦୀପ । 22809 ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ ସମୟରେ ପରିବର୍ତ୍ତନ କରାଯାଇଛି। କେତେକ ଷ୍ଟେସନରେ ଉପରୋକ୍ତ ଟ୍ରେନ ମାନଙ୍କର ସମୟ ସାରଣୀ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଥବା ପୂର୍ବ ନିର୍ଦ୍ଧାରିତ ସମୟ ପରେ ପରିବର୍ତ୍ତିତ କରାଯାଇଛି ।
ଗନ୍ତବ୍ୟ ସ୍ଥଳରେ ଆଗମନ ସମୟର ପରିବର୍ତ୍ତନ:
ପୁରୀ ଠାରେ 12277 ହାଓଡ଼ା-ପୁରୀ ଏକ୍ସପ୍ରେସର ସମୟ; 18424 ନୟାଗଡ଼ ଟାଉନ୍-ଭୁବନେଶ୍ୱର, 12846 SMVT ବେଙ୍ଗାଲୁରୁ-ଭୁବନେଶ୍ୱର ଏକ୍ସପ୍ରେସ, 22834 SMVT ବେଙ୍ଗାଲୁରୁ-ଭୁବନେଶ୍ୱର ଏକ୍ସପ୍ରେସ ଭୁବନେଶ୍ୱରରେ; 20815 ଟାଟା-ବିଶାଖାପାଟନମ୍ ଏକ୍ସପ୍ରେସ୍, 18529 ଦୁର୍ଗ-ବିଶାଖାପାଟନମ୍ ଏକ୍ସପ୍ରେସ ବିଶାଖାପାଟନମ୍ ଠାରେ ଏବଂ ସମ୍ବଲପୁରରେ, 18304 ପୁରୀ-ସମ୍ବଲପୁର ଏକ୍ସପ୍ରେସ ସମୟରେ ପରିବର୍ତ୍ତନ କରାଯାଇଛି । କେତେକ ଷ୍ଟେସନରେ ଉପରୋକ୍ତ ଟ୍ରେନ ମାନଙ୍କର ସମୟ ସାରଣୀ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଥବା ପୂର୍ବ ନିର୍ଦ୍ଧାରିତ ସମୟ ପରେ ପରିବର୍ତ୍ତିତ କରାଯାଇଛି ।
ଯାତ୍ରୀମାନଙ୍କୁ ଟ୍ରେନରେ ଯିବା ପୂର୍ବରୁ ସେମାନଙ୍କର ଟ୍ରେନ୍ ସମୟ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି । ଯାତ୍ରୀମାନେ ଭାରତୀୟ ରେଳ ଯାତ୍ରୀ ସଂରକ୍ଷଣ ଅନୁସନ୍ଧାନ https://www.indianrail.gov.in/enquiry/StaticPages/StaticEnquiry.jsp?StaticPage=index.html
ପରିଦର୍ଶନ କରିପାରିବେ କିମ୍ବା ଜାତୀୟ ଟ୍ରେନ୍ ଅନୁସନ୍ଧାନ ସିଷ୍ଟମ୍ https://enquiry.indianrail.gov.in/ntes/ ଅନୁସରଣ କରିପାରିବେ । ଟ୍ରେନ୍ ସମୟ ବିଷୟରେ ଜାଣିବା ପାଇଁ ବିଭିନ୍ନ ଷ୍ଟେସନର ଷ୍ଟେସନ ଅନୁସନ୍ଧାନ କାଉଣ୍ଟରରୁ ମଧ୍ୟ ଯାତ୍ରୀମାନେ ସୂଚନା ପାଇପାରିବ।
ଇଟିଭି ଭାରତ, ଭୁବନେଶ୍ବର