ETV Bharat / city

କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ପଞ୍ଜିକରଣ କଲେଣି ୨୦୦୫ - କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ୮୨୬ କୋଚ୍ ପଞ୍ଜିକୃତ

ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ପାଇଁ ମଧ୍ୟ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିପାଇଁ ଯୁବବର୍ଗଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ୨୦୦୫ଙ୍କ ପଞ୍ଜିକୃତ

author img

By

Published : Jan 4, 2022, 7:06 AM IST

ଭୁବନେଶ୍ବର: ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ପାଇଁ ମଧ୍ୟ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିପାଇଁ ଯୁବବର୍ଗଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ଗତ ଡିସେମ୍ବର ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ୟକ୍ରମ ଜାନୁଆରୀ ୧୫ ତାରିଖ ଯାଏଁ ଚାଲିବ । ଏହି କାର୍ଯ୍ୟକ୍ରମ ପାଇଁ ବର୍ତ୍ତମାନ ସୁଦ୍ଧା ୨୦୦୫ ଜଣ ବିଦ୍ୟାର୍ଥୀ ଏବଂ ୮୨୬ ଜଣ କୋଚ୍‌ ନାମ ପଞ୍ଜିକରଣ କରିସାରିଲେଣି ।

କ୍ରୀଡ଼ା ପ୍ରତି ଯୁବ ବର୍ଗଙ୍କ ମଧ୍ୟରେ ରୁଚି ଓ ବଢୁଥିବା ଆଗ୍ରହକୁ ଦେଖି ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ୧୦ ହଜାର ପାର କରିଯିବା ନେଇ ଆଶା କରାଯାଉଛି । କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହିତ କରିବା ଏବଂ ଭବିଶ୍ୟତରେ ରାଜ୍ୟରୁ ଅଧିକ ମାତ୍ରାରେ କ୍ରୀଡ଼ା ତାରକା ସୃଷ୍ଟି ଲକ୍ଷ୍ୟରେ ବିଭାଗ ପକ୍ଷରୁ ୮ରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ନାମ ପଞ୍ଜିକରଣ ଆରମ୍ଭ ହୋଇଛି । କ୍ରୀଡ଼ା ପ୍ରତି ରୁଚି ରଖିଥିବା ବିଦ୍ୟାର୍ଥୀ ଏବଂ କୋଚ୍‌ www.department.sportsodisha.gov.in ମାଧ୍ୟମରେ ନିଜର ନାମ ପଞ୍ଜିକରଣ କରିପାରିବେ ।

କ୍ରୀଡ଼ା ଶିକ୍ଷକ/ ପ୍ରଶିକ୍ଷକମାନେ ନିଜ ନାମ ପଞ୍ଜିକରଣ କରାଇ ଓଡ଼ିଶା ପାଇଁ ଭବିଷ୍ୟତର କ୍ରୀଡ଼ା ତାରକା ଅନ୍ୱେଷଣ କରିବା କାର୍ଯ୍ୟରେ ସରକାରଙ୍କ ସହଭାଗୀ ହେବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ବିଭିନ୍ନ ପର୍ଯ୍ୟାୟରେ ଉପଯୁକ୍ତ ପରୀକ୍ଷଣ ମାଧ୍ୟମରେ କ୍ରୀଡ଼ା ପ୍ରତିଭା ଚୟନ କରାଯିବ । ଏହି ଚୟନ ପ୍ରକ୍ରିୟାରେ ଉତୀର୍ଣ୍ଣ ପ୍ରତିଭାମାନେ ରାଜ୍ୟସରକାରଙ୍କ କ୍ରୀଡ଼ା ଛାତ୍ରାବାସ କିମ୍ବା ଛାତ୍ରାବାସ ବାହାରେ ରହି ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଶୃଙ୍ଖଳାରେ ପ୍ରଶିକ୍ଷଣ ଲାଭ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.