ETV Bharat / city

ସ୍ବାୟତ୍ତ ଶାସନ ଦିବସ ଅବସରରେ BMCର ମାରାଥନ ଉଦଘାଟନ ଓ ଶିଳାନ୍ୟାସ - ରାଜଧାନୀବାସୀଙ୍କୁ ଭେଟି ଦେଇଛି ବିଏମସି

ବିଏମସି ପାଳୁଛି ସ୍ବାୟତ୍ତ ଶାସନ ଦିବସ । ଏହି ଅବସରରେ ରାଜଧାନୀବାସୀଙ୍କୁ ଭେଟି ଦେଇଛି ବିଏମସି । ଏନେଇ ବିଭିନ୍ନ ଓ୍ବାର୍ଡରେ ଚାଲିଛି ମାରାଥନ ଉଦଘାଟନ ଓ ଶିଳାନ୍ୟାସ ଉତ୍ସବ । ଅଧିକ ପଢନ୍ତୁ

ସ୍ବାୟତ୍ତ ଶାସନ ଦିବସରେ ବିଏମସିର ମାରାଥନ ଉଦଘାଟନ ଓ ଶିଳାନ୍ୟାସ

author img

By

Published : Sep 2, 2022, 7:35 AM IST

ଭୁବନେଶ୍ବର: ବିଏମସି ପାଳୁଛି ସ୍ବାୟତ୍ତ ଶାସନ ଦିବସ । ଏହି ଅବସରରେ ରାଜଧାନୀବାସୀଙ୍କୁ ଭେଟି ଦେଇଛି ବିଏମସି । ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରାଯାଇଛି । ଏନେଇ ବିଭିନ୍ନ ଓ୍ବାର୍ଡରେ ଚାଲିଛି ମାରାଥନ ଉଦଘାଟନ ଓ ଶିଳାନ୍ୟାସ ଉତ୍ସବ । ସହରର ଉନ୍ନତି ପାଇଁ ପୋଖରୀ ପୁନରୁଦ୍ଧାର, ବକ୍ସ ଡ୍ରେନେଜ, ନୂତନ ପାର୍କ, ଆରସିସି ଡ୍ରେନେଜ, ଏମସିସି, କମ୍ୟୁନିଟି ସେଣ୍ଟର ନିର୍ମାଣ, ରାସ୍ତା ଆଲୋକୀକରଣ, ପୋଖରୀ ଖନନ ଓ ମଡର୍ଣ୍ଣ ଭେଣ୍ଡିଂ ଜୋନ ଭିତ୍ତି ପ୍ରସ୍ତର ଭଳି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛି ବିଏମସି ।

ସ୍ବାୟତ୍ତ ଶାସନ ଦିବସରେ ବିଏମସିର ମାରାଥନ ଉଦଘାଟନ ଓ ଶିଳାନ୍ୟାସ

ବିଭିନ୍ନ ବିଭାଗର ମନ୍ତ୍ରୀ, ବିଧାୟକ,ମେୟର, କମିଶନର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, କର୍ପୋରେଟର ମାନଙ୍କ କରକମଳରେ ପ୍ରକଳ୍ପ ଗୁଡିକର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି । ଭୁବନେଶ୍ବରର ସର୍ବାଙ୍ଗୀନ ଉନ୍ନତି ସହ କିଭଳି ରାଜଧାନୀବାସୀଙ୍କୁ ଉନ୍ନତ ମାନର ମୌଳିକ ସୁବିଧା ଯୋଗାଇ ଦିଆଯିବ । ସେନେଇ ଏସବୁ ପ୍ରକଳ୍ପର ଉଦଘାଟନ କରାଯାଇଛି । ୩ ଦିନ ଧରି ସ୍ବାୟତ୍ତ ଶାସନ ଦିବସ ପାଳନ କରାଯିବ । ବିଭିନ୍ନ ୱାର୍ଡରେ ପ୍ରାୟ ୬୧କୋଟି ଟଙ୍କାର ୪୦ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରି ରାଜଧାନୀବାସୀଙ୍କୁ ଭେଟି ଦେଵ ବିଏମସି(Bhubaneswar Municipal Corporation) । ପ୍ରକଳ୍ପ ଗୁଡିକ ମଧ୍ୟରେ ମୁଖ୍ୟତଃ ଡ୍ରେନେଜ, ରାସ୍ତାଘାଟ, ଆଲୋକୀକରଣ, ପାର୍କ ଓ ଜଳାଶୟ ଗୁଡିକର ଉନ୍ନତିକରଣ କରାଯିବ । ସ୍ମାର୍ଟସିଟିକୁ କିଭଳି ଅଧିକ ସ୍ଵଚ୍ଛ, ନିର୍ମଳ ଓ ସୁନ୍ଦର ଭାବେ ଗଢି ତୋଳାଯାଇ ପାରିବ । ସେ ଦିଗରେ କାର୍ଯ୍ୟ କରାଯିବ ଏବଂ ଏଥିପାଇଁ ସହରବାସୀଙ୍କ ସହଯୋଗ ଓ ସହଭାଗୀତା କାମନା କରିଛନ୍ତି ଉଭୟ ମେୟର ଓ କମିଶନର।

ଏହାବି ପଢନ୍ତୁ: ସ୍ୱାୟତ୍ତ ଶାସନ ଦିବସ ପାଳିଲା ବିଏମସି

ଦୀର୍ଘ 3 ବର୍ଷ ପରେ ସ୍ବାୟତ୍ତ ଶାସନ ଦିବସ ପାଳିଛନ୍ତି ବିଏମସି ନବନିର୍ବାଚିତ ପ୍ରତିନିଧି । ବିଏମସି କାର୍ଯ୍ୟାଳୟ ପରିସରରେ ମେୟର ସୁଲୋଚନା ଦାସ ପତାକା ଉତ୍ତୋଳନ କରିଛନ୍ତି ସ୍ବାୟତ୍ତ ଶାସନ ଦିବସ ଅବସରରେ ସମସ୍ତ ରାଜଧାନୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୋରୋନାରେ ଦୁଇ ବର୍ଷ ହେବ ନିରାଡମ୍ବରରେ ସ୍ବାୟତ୍ତ ଶାସନ ଦିବସ ପାଳିଥିବା ବିଏମସି । ଦୀର୍ଘ 3 ବର୍ଷ ପରେ ନୂଆ ଜନପ୍ରତିନିଧି ପାଇଛି ବିଏମସି । ବିଏମସି ପରିସରରେ ପତାକା ଉତ୍ତୋଳନ ମେୟର ଓ କମିଶନରଙ୍କ ଉପସ୍ଥିତିରେ ଆୟୋଜିତ ସ୍ବତନ୍ତ୍ର ବୈଠକରେ ସମସ୍ତ କର୍ପୋରେଟର ଓ ଅଧିକାରୀ ଉପସ୍ଥିତ ରହି ଭୁବନେଶ୍ବରର ସର୍ବାଙ୍ଗୀନ ଉନ୍ନତି ସହ କିଭଳି ରାଜଧାନୀବାସୀଙ୍କୁ ଉନ୍ନତ ମୌଳିକ ସୁବିଧା ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରିଥିଲେ । ଆଉ ସେଗୁଡିକୁ କିଭଳି କାର୍ଯ୍ୟକାରୀ କରାଯିବ ସେଥିପାଇଁ ଶପଥ ନେଇଥିଲେ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.