ETV Bharat / city

ବଦଳିଲେ ୧୭ DSP, ରାଜଧାନୀକୁ ଫେରିଲେ ରବି ଶତପଥୀ - କମିଶନରେଟ ପୋଲିସକୁ ଦୀର୍ଘଦିନପରେ ଫେରିଛନ୍ତି ବରିଷ୍ଠ ଅଧିକାରୀ ରବିନ୍ଦ୍ରନାଥ ଶତପଥୀ

କମିଶନରେଟ ପୋଲିସ ବାହାରକୁ ଗଲେ ଅନୁପ କାନୁନଗୋ । କମିଶନରେଟ ପୋଲିସକୁ ଫେରିଲେ ରବିନ୍ଦ୍ରନାଥ ଶତପଥୀ । ବଦଳିଲେ ବହୁ ଅତିରିକ୍ତ ଏସପି । ଆସନ୍ତା 3 ସୁଦ୍ଧା ଦାୟିତ୍ବ ନେବାକୁ ପରାର୍ମଶ ।

ଫାଇଲ ଫଟୋ
author img

By

Published : Sep 25, 2019, 9:26 PM IST

ଭୁବନେଶ୍ବର: ବାରମ୍ବାର ଏସପି ସ୍ତରରେ ବଦଳି ପରେ ଏବେ ପାଳି ପଡିଛି ଅତିରିକ୍ତ ଏସପି ଓ ଡିଏସପି ପାହ୍ୟାର ଅଧିକାରୀଙ୍କ । କମିଶନରେଟ ପୋଲିସ ଅଧିନରେ ଦୀର୍ଘଦିନ ଧରିଥିବା ଅନୁପ କାନୁନଗୋଙ୍କୁ ଖୋର୍ଦ୍ଧା ଜିଲ୍ଲା ଆଇୟୁସିଏଡବ୍ଲ୍ୟୁର ଡିଏସପି ଭାବେ ବଦଳି କରାଯାଇଛି । ଏହାସହ କମିଶନରେଟ ପୋଲିସକୁ ଦୀର୍ଘଦିନପରେ ଫେରିଛନ୍ତି ବରିଷ୍ଠ ଅଧିକାରୀ ରବିନ୍ଦ୍ର ନାଥ ଶତପଥୀ ।

PHOTO
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କ ଦସ୍ତଖତରେ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁସାରେ ଅତିରିକ୍ତ ଏସପି ଶରତ କୁମାର ମିଶ୍ରଙ୍କୁ ପୁରୀ ଅତିରିକ୍ତ ଏସପି ଓ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଶାସକ(ସୁରକ୍ଷା) ଦାୟିତ୍ବ ଦିଆଯାଇଛି । ଅତିରିକ୍ତ ଏସପି ଥିବା ସୁଶାନ୍ତ ସେଣଙ୍କୁ କେନ୍ଦ୍ରାପଡା ପିସିଆର ସେଲ ଇନଚାର୍ଜ ଡିଏସପି, କୃଷ୍ଣପ୍ରସାଦ ପଟ୍ଟନାୟକଙ୍କୁ କନ୍ଧମାଳ ହୋମଗାର୍ଡ ଡିଏସପି, ଅରୁଣ କୁମାର ସାହୁଙ୍କୁ ଏସଟିଏଫ ଇନଚାର୍ଜ ଡିଏସପି, ବ୍ରଜମୋହନ ପ୍ରଧାନଙ୍କୁ ଏଚଆରପିସି ଡିଏସପିଓ ଢେଙ୍କାନାଳର ଅତିରିକ୍ତ ଏସପି ଥିବା ନଗେନ୍ଦ୍ର ପ୍ରସାଦ ନାୟକଙ୍କୁ ବୌଦ୍ଧ ଅତିରିକ୍ତ ଏସପି ଭାବେ ବଦଳି କରାଯାଇଛି ।

ସେହିଭଳି ଭଞ୍ଜନଗର ଅତିରିକ୍ତ ଏସପି ଥିବା ସନ୍ତୋଷ କୁମାର ଦାସଙ୍କୁ କମିଶନରେଟ ପୋଲିସକୁ ଅତିରିକ୍ତ ଡିସିପି ଭାବେ ବଦଳି କରାଯାଇଛି । ନାରାୟଣ ଚନ୍ଦ୍ର ବାରିକଙ୍କୁ ଯାଜପୁର ଆଇୟୁସିଏଡବ୍ଲ୍ୟୁ ଡିଏସପି, ପ୍ରମୋଦ କୁମାର ରଥଙ୍କୁ ଭୁବନେଶ୍ବର ପୋଲିସ ଏସିପି ଭାବେ ବଦଳି କରାଯାଇଛି । ଆଲୋକ କୁମାର ଦାଶଙ୍କୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସପି, ନୃପ ଚରଣ ଦଣ୍ଡସେନାଙ୍କୁ ଝାରସୁଗୁଡ଼ା ଅତିରିକ୍ତ ଏସପି ଭାବେ ବଦଳି କରାଯାଇଛି ।

ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତା ଅକ୍ଟୋବର 3 ତାରିଖ ସୁଦ୍ଧା ବଦଳି ହୋଇଥିବା ସମସ୍ତ ଅଫିସରଙ୍କୁ ଦାୟିତ୍ବ ନେବାକୁ କୁହାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.