ETV Bharat / city

Panchayat Election: ଚତୁର୍ଥ ଦିନରେ ନାମାଙ୍କନ ଭରିଲେ ୫୮୫୮୮ ପ୍ରାର୍ଥୀ - ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ

ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି । ଆଜି ଚତୁର୍ଥ ଦିନର ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ଚତୁର୍ଥ ଦିନରେ ୱାର୍ଡ ମେମ୍ଵର, ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ଆସନ ପାଇଁ ୫୮ ହଜାର ୫୮୮ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅଧିକ ପଢ଼ନ୍ତୁ

Odisha Panchayat election: ଚତୁର୍ଥ ଦିନରେ ନାମାଙ୍କନ ଭରିଲେ ୫୮୫୮୮ ପ୍ରାର୍ଥୀ

author img

By

Published : Jan 20, 2022, 7:31 PM IST

ଭୁବେନଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି । ଆଜି ଚତୁର୍ଥ ଦିନର ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ଚତୁର୍ଥ ଦିନରେ ୱାର୍ଡ ମେମ୍ଵର, ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ଆସନ ପାଇଁ ୫୮ ହଜାର ୫୮୮ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ନିର୍ବାଚନ ଆୟୋଗଙ୍କ ସଚିବଙ୍କ ମୁତାବକ ୪୦ ହଜାର ୭୩୨ ୱାର୍ଡ ମେମ୍ଵର, ୮୮୪୨ ସରପଞ୍ଚ ପ୍ରାର୍ଥୀ ଚତୁର୍ଥ ଦିନରେ ନାମାଙ୍କନ ଭରିଛନ୍ତି । ସେହିପରି ୭୮୩୨ ସମିତି ସଭ୍ୟ ଓ ୧୧୮୨ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ପ୍ରକ୍ରିୟା ଆସନ୍ତାକାଲି ବା ଜାନୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମନୋନୟନ ପତ୍ର ଦାଖଲ କରୁଛନ୍ତି ।

ପ୍ରଥମ ଦିନରେ ୮୭୭୨ ପ୍ରାର୍ଥୀ ନାମାଙ୍କନ ଭରି ଥିଲେ । ସେହିପରି ଦ୍ଵିତୀୟ ଓ ତୃତୀୟ ଦିନରେ ଯଥାକ୍ରମେ ୧୩ ହଜାର ୩୫୬ ଓ ୫୨ ହଜାର ୮୬୮ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେବ ତୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜନିଜ ପ୍ରାର୍ଥୀ ଚୟନ କରି ସାରିଛନ୍ତି । ଏହାସହ ପ୍ରାର୍ଥୀମାନେ ଲଗାତାର ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ।

ଭୁବେନଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.