ETV Bharat / city

ବିଜେଡିର ମିଶ୍ରଣ ପର୍ବ, ବିଜେପି ଓ କଂଗ୍ରେସ ଛାଡ଼ିଲେ ଶତାଧିକ କର୍ମୀ

author img

By

Published : Jul 26, 2022, 8:55 PM IST

ରାଜଧାନୀର ବିଜେଡି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡିରେ ମିଶିଛନ୍ତି । ଅଧିକ ପଢ଼ନ୍ତୁ

ବିଜେଡିର ମିଶ୍ରଣ ପର୍ବ, ବିଜେପି ଓ କଂଗ୍ରେସ ଛାଡ଼ିଲେ ଶତାଧିକ କର୍ମୀ
ବିଜେଡିର ମିଶ୍ରଣ ପର୍ବ, ବିଜେପି ଓ କଂଗ୍ରେସ ଛାଡ଼ିଲେ ଶତାଧିକ କର୍ମୀ

ଭୁବନେଶ୍ବର: ରାଜଧାନୀର ବିଜେଡି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଗୋପାଳପୁର ଓ ନବରଙ୍ଗପୁରର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡିରେ ମିଶିଛନ୍ତି । ଏମାନେ ପଞ୍ଚାୟତ ଓ ବ୍ଲକ ସ୍ତରର କାର୍ଯ୍ୟ କରୁଥିଲେ ।

ନିଜନିଜ ଅଞ୍ଚଳରେ ବିଜେପି ବା କଂଗ୍ରେସକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ଦିଗରେ ଏମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୁମିକା ରହିଥିଲା । ତେବେ ମଙ୍ଗଳବାର ଏହି କର୍ମୀମାନେ ରାଜ୍ୟ ଯୁବ ବିଜେଡି କାର୍ଯ୍ୟାଳୟରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ମିଶିଥିବା କଥା କହିଛନ୍ତି । ମିଶ୍ରଣ ପର୍ବରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ମୁଖ୍ଯମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.