ETV Bharat / city

75ଟି ସହର ବୁଲିବେ ଭାରତର 75 ବାଇକର, ଓଡିଶାରୁ ଯାତ୍ରା ଆରମ୍ଭ କଲେ ଲେଡି ବାଇକର - ଆଜାଦୀ କା ଅମୃତ ମହୋତ୍ସବ

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ 75ଟି ସହର ବୁଲିବେ ଭାରତର 75 ବାଇକର । ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଏହି କାର୍ଯକ୍ରମରେ ସାମିଲ ହେବାକୁ ଯାଉଛନ୍ତି ଲେଡି ବାଇକର ଅମିତା ସିଂ । ଏହା ଛଡା ତାଙ୍କ ସହ ଅଛନ୍ତି ଓଡିଶାର ତିନି ସହଯୋଗୀ । ଅଧିକ ପଢନ୍ତୁ

ଓଡିଶାରୁ ଯାତ୍ରା ଆରମ୍ଭ କଲେ ଲେଡି ବାଇକର
ଓଡିଶାରୁ ଯାତ୍ରା ଆରମ୍ଭ କଲେ ଲେଡି ବାଇକର
author img

By

Published : Sep 6, 2022, 4:36 PM IST

ଭୁବନେଶ୍ବର: ଓଡିଶାରୁ ଯାତ୍ରା ଆରମ୍ଭ କଲେ ଲେଡି ବାଇକର। ଆଜାଦୀ କା ଅମୃତ ମହୋତ୍ସବ ଅବସରରେ 75ଟି ସହର ବୁଲିବେ ଭାରତର 75 ବାଇକର । ସର୍ବଭାରତୀୟ ବାଇକ ରାଲିରେ ଅଂଶଗ୍ରହଣ କରିଛନ୍ତି ଓଡିଆ ବାଇକର । ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଏହି କାର୍ଯକ୍ରମରେ ସାମିଲ ହେବାକୁ ଯାଉଛନ୍ତି ଲେଡି ବାଇକର ଅମିତା ସିଂ। ଏହା ଛଡା ତାଙ୍କ ସହ ଅଛନ୍ତି ଓଡିଶାର ତିନି ସହଯୋଗୀ ।

ଓଡିଶାରୁ ଯାତ୍ରା ଆରମ୍ଭ କଲେ ଲେଡି ବାଇକର

ତେବେ ଦିଲ୍ଲୀରୁ ଆରମ୍ଭ ହେବାକୁ ଥିବା ସର୍ବଭାରତୀୟ ବାଇକ ରାଲିରେ ଭାରତର 75ଟି ସହର 75 ଐତିହ୍ୟ ସ୍ଥଳିରେ ପହଞ୍ଚିବ ବାଇକ ଯାତ୍ରା । ଯେଉଁଥିରେ ସାମିଲ ଅଛନ୍ତି ଭାରତର ବିଭିନ୍ନ‌ ରାଜ୍ୟର 75 ବାଇକର । ଅମିତା ସିଂ ଜଣେ ଓଡିଆ ବୋହୁ ତଥା ଜଣେ ରିୟଲ ଇଷ୍ଟେଟ ବ୍ୟବସାୟୀ। ଦୁଇଟି ଛୁଆର ମା ହୋଇ ବି ଜାତୀୟସ୍ତରର ଏକ କାର୍ଯକ୍ରମରେ ଅଶଂଗ୍ରହଣ କରିଥିବାରୁ ତାଙ୍କ ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ ।

ଏନେଇ ଅମିତା ସିଂଙ୍କ କହିବା ଅନୁସାରେ,ଏହା ହେଉଛି ସେଣ୍ଟ୍ରାଲ ଗଭମେଣ୍ଟର ସର୍ବଭାରତୀୟ ବାଇକ ରାଲି । ଏଥିରେ ସବୁ ରାଜ୍ୟର ମିଶି 75ଜଣ ରାଇଡର ଅଛନ୍ତି । ଏଥିସହ ଆମରାଜ୍ୟରୁ 4ଜଣ ବାଇକର ଏହି ପ୍ରତିଯୋଗୀତାରେ ଭାଗ ନେଇଥିବା ବେଳେ ଅମିତା ସିଂ ମଧ୍ୟ ସେଥି ମଧ୍ୟରୁ ଜଣେ । ଏନେଇ ସବୁ ରାଜ୍ୟରୁ 4ରୁ 5ଜଣ ବାଇକର ଅଂଶଗ୍ରହଣ କରିଥିବା ବେଳେ ମୋଟ 75ଜଣ ମିଶି ଏହି ରାଇଡରରେ ଭାଗ ନେଇଛନ୍ତି । ତେବେ ଏହି 75 ଜଣ ରାଇଡର ମଧ୍ୟରୁ 11ଜଣ ମହିଳା ଭାଗ ନେଇ ଥିବା ସହ ଆଉ ସମସ୍ତେ ପୁରୁଷ ରାଇଡର ଭାଗ ନେଇଥିବା ନେଇ କହିଛନ୍ତି ଅମିତା । ଏଥିସହ କହିଛନ୍ତି ଯେ 75 ଜଣ ରାଇଡର 75ଦିନରେ ଭାରତର 75ଟି ସହରର ଐତିହ୍ୟ ସ୍ଥଳିରେ ପହଞ୍ଚିବ ଏହି ବାଇକ ଯାତ୍ରା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.