ଭୁବନେଶ୍ବର: ପୌର ନିର୍ବାଚନ ନାମାଙ୍କନ ଦାଖଲ ପ୍ରକ୍ରିୟାର ଆଜି ତୃତୀୟ ଦିନ । ତୃତୀୟ ଦିନରେ ରାଜଧାନୀରେ ମାମାଙ୍କନ ଦାଖଲ କରିଛନ୍ତି ମୋଟ ୧୫ ଜଣ ପାର୍ଥୀ । ବିଜେଡିର ଜଣେ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ ବିଜେପି ପକ୍ଷରୁ ୧୪ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।
ମେୟର ଡେପୁଟି ମେୟର ଓ କର୍ପୋରେଟର ପାଇଁ ବିପୁଳ ଫର୍ମ କିଣା ହେଉଥିବା ଅତିରିକ୍ତି ଜିଲ୍ଲାପାଳ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୫୫୨ ଫର୍ମ ବିକ୍ରି ସରିଛି । ତେଣୁ ପ୍ରତ୍ୟେକ ଆସନ ପାଇଁ ଏକାଧିକ ପ୍ରାର୍ଥୀପତ୍ର ଦାଖଲ କରିବାର ସମ୍ଭାବନା ରହିଛି । ଯଦିଓ ୧୫ ଜଣ ମେୟର ପ୍ରାର୍ଥୀ ପାଇଁ ଫର୍ମ ନେଇଛନ୍ତି, କିନ୍ତୁ କେହି ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ