ETV Bharat / city

ମନୀଷ ମୃତ୍ୟୁ ମାମଲା; DCPଙ୍କ କଥା ବିଶ୍ବାସ ହେଉନି: ନବୀନ ଦାସ - Manish Anurag deth case

ମନୀଷ ହତ୍ୟାକାଣ୍ଡ ଘଟଣା । ଧସ୍ତାଧସ୍ତିରେ ମନୀଷଙ୍କ ମୃତ୍ୟ ନେଇ ଡିସିପିଙ୍କ ପ୍ରତିକ୍ରିୟାକୁ ଭଗବାନ ବିଶ୍ବାସ କରିବେ ନାହିଁ । ଏ ପୋଲିସ ଉପରେ ବିଶ୍ବାସ ହେଉନାହିଁ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ମନୀଷଙ୍କ ବାପା ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସ । ଅଧିକ ପଢନ୍ତୁ...

ମନୀଷ ଅନୁରାଗ ମୃତ୍ୟୁ ମାମଲା ନେଇ ସଦେହ, ଡିସିପିଙ୍କ କଥା ବିଶ୍ବାସ ହେଉନି:ନବୀନ ଦାସ

author img

By

Published : Oct 18, 2021, 10:45 PM IST

ଭୁବନେଶ୍ବର: ମନୀଷ ହତ୍ୟାକାଣ୍ଡ ଘଟଣାରେ ଅନେକ ତଥ୍ୟ ଲୁଚାଇ ଦିଆଯାଇଛି । ଧସ୍ତାଧସ୍ତିରେ ମନୀଷଙ୍କ ମୃତ୍ୟ ନେଇ ଡିସିପିଙ୍କ ପ୍ରତିକ୍ରିୟାକୁ ଭଗବାନ ବିଶ୍ବାସ କରିବେ ନାହିଁ । ଏ ପୋଲିସ ଉପରେ ବିଶ୍ବାସ ହେଉନାହିଁ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ମନୀଷଙ୍କ ବାପା ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସ । ଏନେଇ ସରକାରଙ୍କ ଉପରେ ବର୍ଷିବା ପରେ, ପୋଲିସ ପାଇଁ (ରାଜ୍ଯ ସରକାରଙ୍କୁ) ଆସନ୍ତା ୨୦୨୪ ଇଲେକ୍ସନ ମହଙ୍ଗା ପଡିପାରେ ବୋଲି କହିଛନ୍ତି ନବୀନ ଦାସ ।

ମନୀଷ ଅନୁରାଗ ମୃତ୍ୟୁ ମାମଲା ନେଇ ସଦେହ, ଡିସିପିଙ୍କ କଥା ବିଶ୍ବାସ ହେଉନି:ନବୀନ ଦାସ
ମନୀଷ ଅନୁରାଗ ମୃତ୍ୟୁ ମାମଲା ନେଇ ସଦେହ, ଡିସିପିଙ୍କ କଥା ବିଶ୍ବାସ ହେଉନି:ନବୀନ ଦାସ

ମନୀଷଙ୍କର ମୃତ୍ୟ ଘଟଣାରେ ପୋଲିସର ତଥ୍ୟକୁ ନେଇ ବାପା ନବୀନ ଦାସ ସନ୍ତୁଷ୍ଟ ନଥିବା ବେଳେ ଡିସିପିଙ୍କ ପ୍ରତିକ୍ରିୟା ଉପରେ ବିଶ୍ବାସ ନ ହେଉଥିବା କହିବା କେଉଁ ଦିଗକୁ କରୁଛି ଇଙ୍ଗିତ ? ସେପଟେ ଗିରଫ ତିନି ଅଭିଯୁକ୍ତ ମୃତ୍ୟଞ୍ଜୟ ମିଶ୍ର, ଦିନେଶ ମହାପାତ୍ର ଓ ଅମ୍ରିତ ବିଶ୍ବାଳକୁ ୪ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଝାରପଡା ଜେଲରୁ ଆଣି ପୋଲିସ ହେପାଜତରେ ଜେରା ଆରମ୍ଭ କରିଛି । ଯେହେତୁ ପୋଲିସ ଘଟଣାକୁ ଟ୍ରାକ କରିବା ଓ ତରବରିଆ ଭାବେ କୋର୍ଟ ଚାଲାଣ କରିଛି ହତ୍ୟାକାଣ୍ଡର ପୁରା ରହସ୍ୟ ଏଯାଏଁ ଖୋଲିପାରିନି । ଏନେଇ ପ୍ରମାଣ ଯୋଗାଡ କରିବାକୁ ରିମାଣ୍ଡରେ ନେଇ ପଚରାଉଚରା ଆରମ୍ଭ କରିଛି ପୋଲିସ । ଏପରିକି ମନୀଷଙ୍କ ମୋବାଇଲ କୁଆଡେ ଗଲା ସେ ନେଇ ପ୍ରମାଣ ଯୋଗାଡ ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।

ଯେହେତୁ ଘଟଣା ଦିନ ଅଭିଯୁକ୍ତମାନେ ନିଶାରେ ଥିଲେ ତେବେ ଘଟଣା ସମ୍ପର୍କରେ ଅନେକଙ୍କର କିଛି ମନେ ପଡୁନି‌ । ତେବେ ରିମାଣ୍ଡରେ ଆଣି ପୋଲିସ କଣ ପଚରା ଉଚରା କରିବ ତାକୁ ନେଇ ସନ୍ଦେହ ଉପୁଜିଛି । ସେପଟେ ଧସ୍ତାଧସ୍ତିକୁ ନେଇ ମୃତ୍ୟ ଓ ପୋଲିସର ମନ୍ତବ୍ୟ ଏବେବି ଘଟଣାର ପୁରା ଚିତ୍ର ସାମ୍ନାକୁ ଆଣିପାରୁନି । ହତ୍ୟାର କାରଣ କେବଳ ବିଲ ପୈଠ ଓ ପରେ ଅପହରଣ ମାମଲରେ ଅଭିଯୁକ୍ତଙ୍କୁ ଗିରଫ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି । କାରଣ ସିସିଟିଭିରେ ଜଣାପଡୁଛି ଯେ ମନୀଷ ଏକୁଟିଆ ଆରାମରେ ହୋଟେଲରୁ ବାହାରୁଛନ୍ତି ।

ଏପଟେ ପୋଲିସ କହୁଛି ତାଙ୍କୁ ଅପହରଣ କରାଯାଇଛି । ରହସ୍ୟ ଯେତିକି ଫିଟୁଛି ସେତିକି ରାଜ ହୋଇ ଯାଉଛି । ଏନେଇ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଓ ଫରେନସିକ ରିପୋର୍ଟକୁ ଛାଡି ଆଉ କଣ ପ୍ରମାଣ ରହିଛି ପ୍ରଶ୍ନରେ ଡିସିପି କହିଛନ୍ତି ଏହା ସମ୍ପର୍କରେ କହିବା ଆବଶ୍ୟକତା ନାହିଁ । ତେବେ କମିସନରେଟ ପୋଲିସର ତଦନ୍ତ ଓ ଘଟଣାର ଆସୁଥିବା ଚିତ୍ର ଓ ପରିବାର ଲୋକଙ୍କ କ୍ଷୋଭ ଅନ୍ୟପଟେ ବାର ସହିତ ପୋଲିସ କନେକ୍ସନ ଏ ତମାମ ଦିଗକୁ ନେଇ ପୁଣି ଏକ ରହସ୍ୟର ବଳୟ ସୃଷ୍ଟି କରୁଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.