ETV Bharat / city

ମୃତ୍ୟୁ ପୁର୍ବରୁ ମାନସ ଲେଖିଥିଲେ ଶେଷ ଚିଠି, ଲେଖାଥିଲା ଶର୍ମିଷ୍ଠାର କଳା କାରନାମା

author img

By

Published : Mar 25, 2022, 8:40 PM IST

ବହୁ ଚର୍ଚ୍ଚିତ କ୍ୟାମେରା‌ ମ୍ୟାନ‌ ମାନସ ସ୍ବାଇଁ ହତ୍ୟାକାଣ୍ଡରେ ଆଉ ଏକ ଗୁମର ଖୋଲିଛି । ହତ୍ୟା ପୁର୍ବରୁ ମାନସ ନଜ ପରିବାର ପାଇଁ ଲେଖିଥିଲେ ଏକ ଚିଠି । ଅଧିକ ପଢ଼ନ୍ତୁ

ମୃତ୍ୟ ପୁର୍ବରୁ ମାନସ ଲେଖିଥିଲେ ଚିଠି, ଲେଖାଥିଲା ଶର୍ମିଷ୍ଠାର କଳା କାରନାମା

ଭୁବନେଶ୍ବର: ବହୁ ଚର୍ଚ୍ଚିତ କ୍ୟାମେରା‌ମ୍ୟାନ‌ ମାନସ ସ୍ବାଇଁ ହତ୍ୟାକାଣ୍ଡରେ ଆଉ ଏକ ଗୁମର ଖୋଲିଛି । ହତ୍ୟା ପୁର୍ବରୁ ମାନସ ନଜ ପରିବାର ପାଇଁ ଲେଖିଥିଲେ ଏକ ଚିଠି । ଆଶ୍ରମରେ କାମ କରୁଥିବା ଜଣେ ସହାୟିକା ଏହି ଚିଠି ପାଇଥିଲେ । ଏହି ଚିଠି ପଢ଼ିବା ପରେ ଚିଠିଟିକୁ ଶର୍ମିଷ୍ଠା ନେଇଯାଇଥିଲେ । ଚିଠିରେ ଶର୍ମିଷ୍ଠାଙ୍କ କଳାକାରନାମା ବିଷୟରେ ଲେଖିଥିଲେ ମାନସ ।

ଶର୍ମିଷ୍ଠା କିଭଳି ରକ୍ତମୁଖା ହୋଇଛି । ତା ସହିତ କିଭଳି ମାନସଙ୍କୁ ଅପହରଣ କରି ଘରେ ବନ୍ଦ କରି ରଖିଛି । କାହାରିକୁ ଯୋଗାଯୋଗ କରିବାକୁ ଦିଆଯାଉନାହିଁ । ଅକଥନୀୟ ଅତ୍ୟାଚାର ଓ ନିର୍ଯାତନା ଦେଇ ଚାଲିଥିଲେ ଶର୍ମିଷ୍ଠା । ଏପରିକି ନିର୍ଯାତନାରେ ତାଙ୍କୁ ହତ୍ୟା ମଧ୍ୟ କରାଯାଇପାରେ ବୋଲି ମାନସ ଆଶଙ୍କା କରିଥିଲେ । ଏହି ସମସ୍ତ ତଥ୍ୟ ଚିଠିରେ ଉଲ୍ଲେଖ ଥିଲା ।

ଚିଠିରେ ନିଜ ନାମ ସମେତ ବାପାଙ୍କ ନାମ, ଗାଁର ନାମ ଲେଖିବା ସହ ମୋବାଇଲ ନମ୍ବର ଲେଖିଥିଲେ ମାନସ । ଏହାସହ ଶର୍ମିଷ୍ଠାର କିଛି କଳା କାରନାମା ସହ ଏହି ଘଟଣାରେ ସାମିଲ ଥିବା ଅଭିଯୁକ୍ତ ନାମ ଚିଠିରେ ଲେଖାଥିଲା । କିପରି ମେମୋରୀ ଚିପକୁ ନେଇ ମାନସକୁ ନିର୍ଯାତନା ଦେଇଛନ୍ତି ସେ ସବୁର‌ ଗୁମର ଲେଖିଥିଲେ । ମାନସକୁ ହତ୍ୟା କରି ସେଠାରୁ ନେବା ପରେ ସେହି ରୁମ୍‌ରେ ସେହି ଚିଠି ପାଇଥିଲେ ଆଶ୍ରମର ସହାୟିକା । ଚିଠିକୁ ନେଇ ଭୟଭୀତ ସହାୟିକା ଜଣକ ଶର୍ମିଷ୍ଠାଙ୍କୁ ସବୁ କଥା ଜଣାଇଥିଲେ ।

କାରଣ ଶର୍ମିଷ୍ଠା ଥିଲେ ଆଶ୍ରମର ହର୍ତ୍ତାକର୍ତ୍ତା । ହେଲେ ସେତେବେଳେ ସହାୟିକା ଜାଣିନଥିଲେ ଯେ ଶର୍ମିଷ୍ଠା ଏଭଳି କାରନାମା କରିଛନ୍ତି । ମାନସ ହୁଏତ ଜାଣିଥିଲେ ସବୁ ସତ ମାନିବା ପରେ ବି ତାଙ୍କ ଜୀବନ ବଞ୍ଚିବ ନାହିଁ । ଶର୍ମିଷ୍ଠାଙ୍କ ପୁର୍ବତନ ଲୋକସମ୍ପର୍କ ବିଭାଗ ଅଧିକାରୀଙ୍କ ସହ ଅନେକ ହାଇପ୍ରୋଫାଇଲ ଲିଙ୍କ୍‌ ଥିବାରୁ ସେ ଭୟରେ ଥିଲେ‌ । ତାଙ୍କୁ ହତ୍ୟା କରାଯିବା ନେଇ ବୋଧହୁଏ ଆଭାସ ପାଇ ସାରିଥିଲେ ମାନସ । ପୋଲିସକୁ ଜଣାଇବା ପାଇଁ ସେ ଏପରି ଚିଠି ଲେଖି ସେହି ଘରେ ଲୁଚାଇଥିଲେ ।

ଦିନେ ନା ଦିନେ ତାଙ୍କୁ ଖୋଜିଖୋଜି ପୋଲିସ ଏଠାରେ ପହଞ୍ଚିବ ବୋଲି ସେ ଆଶା କରି ଥାଇ ପାରନ୍ତି । ଏପରିକି ତାଙ୍କ ମୃତଦେହକୁ ଘର ଲୋକଙ୍କୁ ହସ୍ତାନ୍ତର‌ କରିବାକୁ ମଧ୍ୟ ଉଲ୍ଲେଖ କରିଥିଲେ ମାନସ । ବର୍ତ୍ତମାନ ଏହି ଜଘନ୍ୟ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଏବେ ପ୍ରଶ୍ନ ଉଠୁଛି କ୍ରାଇମବ୍ରାଞ୍ଚ ସେହି ଚିଠି ପାଇବ ତ ? ନିରଞ୍ଜନ ସେଠିଙ୍କ ଭଳି ଆଙ କେଉ ବଡ଼ ହସ୍ତିଙ୍କ ଏଥିରେ ସମ୍ପୃକ୍ତ ଅଛି ? ଶର୍ମିଷ୍ଠାଙ୍କୁ କେବେ ଖୋଜିବ କ୍ରାଇମବ୍ରାଞ୍ଚ । ସେ ଗିରଫ ହେବ ନା ହାଇପ୍ରୋଫାଇଲଙ୍କ ଛତ୍ରଛାୟାରେ ଲୁଚକାଳି ଖେଳିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.