ETV Bharat / city

ପୋଲିସ ମାରିଦେଲା ମୋ ପୁଅକୁ ! କମିସନରେଟ ପୋଲିସ ନାଁରେ ସଙ୍ଗୀନ ଅଭିଯୋଗ - ପୋଲିସ ମାଡରେ ଯୁବକ ମୃତ

ପ୍ରେମ ବ୍ୟାପାର ମାମଲାରେ ସାନ ପୁଅ ପ୍ରଦୀପ ନାୟକଙ୍କ ବିଷୟରେ ପଚରାଉଚରା ପାଇଁ ବଡ଼ପୁଅ ବାପି ନାୟକଙ୍କୁ ଥାନାକୁ ନେଇଥିଲା ନୟାପଲ୍ଲୀ ପୋଲିସ । ପୋଲିସର ଅତ୍ୟଧିକ ଅତ୍ୟାଚାର ଯୋଗୁଁ ବାପିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ...

କମିଶନରେଟ ପୋଲିସ ନାମରେ ଅଭିଯୋଗ, ଅତ୍ୟଧିକ ମାଡ଼ରୁ ଯୁବକ ମୃତ

author img

By

Published : May 13, 2021, 10:32 PM IST

ଭୁବନେଶ୍ବର: "ପୋଲିସ ମାରିଦେଲା ମୋ ପୁଅକୁ, ପୋଲିସ ମାରିଦେଲା ମୋ ଭାଇକୁ ।" ପୁଅ ବା ଭାଇକୁ ହରାଇବା ପରେ ଏମିତି ଆକୁଳ ହୋଇ ବୁକୁଫଟା କାନ୍ଦ କାନ୍ଦୁଛନ୍ତି ମା’ ଓ ପୁଅ । କ୍ୟାପିଟାଲ ହସ୍ପିଟାଲ ମୃତଦେହ ସଂରକ୍ଷଣ ଗୃହ ସାମ୍ନାରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ସାଲିଆସାହିର ନୟନା ନାୟକ ଓ ତାଙ୍କ ପୁଅ ଲକ୍ଷ୍ମଣ ନାୟକ କମିଶନରେଟ ପୋଲିସ ବିରୋଧ ଆଣିଛନ୍ତି ଏମିତି ସଙ୍ଗୀନ ଅଭିଯୋଗ । ଗତ ଗୁରୁବାର ନୟାପଲି ଥାନା ପୋଲିସ ତାଙ୍କ ବଡ଼ ପୁଅ ବାପି ନାୟକକୁ ଘରୁ ଉଠାଇ ଥାନାକୁ ନେଇ ଆସିଥିଲା । ଥାନାରେ ପୋଲିସ ବାବୁଙ୍କ ମାଡ଼ ଯୋଗୁଁ ବଡ଼ ପୁଅର ମୃତ୍ୟୁ ହୋଇଥିବା ଉଭୟ ଅଭିଯୋଗ କରିଛନ୍ତି ।

କମିଶନରେଟ ପୋଲିସ ନାମରେ ଅଭିଯୋଗ, ଅତ୍ୟଧିକ ମାଡ଼ରୁ ଯୁବକ ମୃତ

ଏକ ପ୍ରେମ ବ୍ୟାପାର ମାମଲାରେ ନୟନାଙ୍କ ସାନ ପୁଅ ପ୍ରଦୀପ ନାୟକଙ୍କ ବିଷୟରେ ପଚରାଉଚରା ପାଇଁ ବଡ଼ପୁଅ ବାପି ନାୟକଙ୍କୁ ଥାନାକୁ ନେଇଥିଲା ନୟାପଲ୍ଲୀ ପୋଲିସ । ପ୍ରଦୀପ ନାୟକଙ୍କ ବିଷୟରେ ପଚରାଉଚରା ପାଇଁ ବଡ଼ଭାଇ ବାପିକୁ ମାରଧର କରିଥିଲା ପୋଲିସ । ଏଭଳି ମାଡ଼ ମାରିଥିଲେ ଯେ ବାପି ଥାନାରୁ ଆସିବା ପରେ ବାପି ସଠିକ ଭାବରେ ଠିଆ ମଧ୍ୟ ହୋଇ ପାରୁନଥିଲେ । ଶେଷରେ ଶଯ୍ୟାଶାୟୀ ହୋଇ ବାପି ବୁଧବାର ଆଖି ବୁଜି ଦେଇଥିଲେ । ଏହାପରେ ବାପିଙ୍କ ମାଆ ଓ ଭାଇଙ୍କ ଆଖିରୁ ଲୁହ ଶୁଖିବାର ନାଁ ଧରୁନି । ବୋଧ ହୁଏ ପୋଲିସ ବିରୋଧର ଥିବା କ୍ରୋଧ ଏବେ ଲୁହ ଆକାରରେ ଢାଳୁଛନ୍ତି ଦୁଇ ମାଆ ଓ ପୁଅ ।

ଯେତେ କାନ୍ଦିଲେ ବି ଜଣେ ପୁଅ କି ଜଣେ ଭାଇ ଆଉ ଫେରି ଆସିବନି । ହେଲେ ମା'ର ମନ ଓ ଭାଇର ସ୍ନେହ ବୋଲ ମାନୁନି । ସେପଟେ ପୋଲିସ ବିରୋଧରେ ଏପରି ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ଭୁବନେଶ୍ବର ଡସିପି । ଜଣେ ନାବାଳିକା ଅପହରଣ ମାମଲାରେ ଜଣେ ଥାନାକୁ ଆସିଥିଲେ । ତାଙ୍କର ହାର୍ଟ ସମସ୍ୟା ଥିଲା, ପୋଲିସ ବିରୋଧରେ ଅଭିଯୋଗ ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ ବୋଲି ସେ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି ପୋଲିସ ହାଜତରେ ଅତ୍ୟାଚାର ଅଭିଯୋଗ କେତେ ସତ ? ପୁଅ ସହ ଥାନାକୁ ଆସିଥିବା ତାଙ୍କ ମା କଣ ମିଛ କହୁଛନ୍ତି ? ତେବେ ଘଟଣର ତଦନ୍ତ କରୁଥିବା କରୁଥିବା ପୋଲିସ ମୃତ୍ୟୁକୁ ଏତେ ସହଜରେ କାହିଁକି ନେଉଛି । ଏହାର ତଦନ୍ତ ହେବା ଆବଶ୍ୟକ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.