ETV Bharat / city

ଭିଜିଲାନ୍ସ ଇତିହାସରେ ପ୍ରଥମ: ଘରୁ ମିଳିଲା ୧ କୋଟି ୩୬ ଲକ୍ଷ - ଭିଜିଲାନ୍ସ ଇତିହାସରେ ପ୍ରଥମ

ଭିଜିଲାନ୍ସ ଜାଲରେ ମାଲାକନଗିରିର ନିର୍ବାହୀ ଯନ୍ତ୍ରୀ । ଘରୁ ମିଳିଲା ୧ କୋଟି ୩୬ ଲକ୍ଷ। ଅଧିକ ପଢନ୍ତୁ

ଭିଜିଲାନ୍ସ ଇତିହାସରେ ପ୍ରଥମ
ଭିଜିଲାନ୍ସ ଇତିହାସରେ ପ୍ରଥମ
author img

By

Published : Mar 28, 2022, 1:40 PM IST

Updated : Mar 28, 2022, 2:09 PM IST

ଭୁବନେଶ୍ବର: ଭିଜିଲାନ୍ସ ପଞ୍ଝାରେ ମାଲାକନଗିରିର ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଦାଶ । ଚତୁର୍ଥ ଦିନ ପରେ ବି ସରୁନି ଭିଜିଲାନ୍ସ ଖୋଳତାଡ଼ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଦାଶଙ୍କ ଘରେ ରେଡ୍ ଜାରିରଖିଛି ଭିଜିଲାନ୍ସ । ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା ।

ରେଡ ସମୟରେ ଆଶିଷଙ୍କ ଘରୁ ୧ କୋଟି ୩୬ ଲକ୍ଷ ନଗଦ ଟଙ୍କା, ୧ କିଲୋ ୨୦୦ ଗ୍ରାମ ସୁନା ସହ ୪ କୋଟି ଟଙ୍କାର ଡିପୋଜିଟ ଜବତ କରିଛି ଭିଜିଲାନ୍ସ । ଆକ୍ସିସ ବ୍ୟାଙ୍କରେ ୨୦୨୧ ମାର୍ଚ୍ଚ ୧୮ରୁ ୨୦୨୨ ଫେବ୍ରୁଆରି ୧୦ ତାରିଖ ମଧ୍ୟରେ ୧୮ ଟି ଫିକ୍ସ ଜମାରେ ୭୮ ଲକ୍ଷ ଟଙ୍କା ଜମା ରହିଛି। ସେଥିମଧ୍ୟରୁ ଆଶିଷ ଦାଶଙ୍କ ନାଁରେ ୧୮ ଲକ୍ଷ, ତାଙ୍କ ପତ୍ନୀଙ୍କ ନାରେ ୨୦ ଲକ୍ଷ, ପୁଅ ନାଁରେ ୧୫ ଲକ୍ଷ, ଅନ୍ୟ ସମ୍ପର୍କୀୟ ଓ ବେନାମୀ ୨୫ ଲକ୍ଷ ଜମା କରଯାଇଛି।

ଭିଜିଲାନ୍ସ ଇତିହାସରେ ପ୍ରଥମ
ଭିଜିଲାନ୍ସ ଇତିହାସରେ ପ୍ରଥମ

ଅଧିକ ପଢନ୍ତୁ: ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ସରୁନି ଭିଜିଲାନ୍ସ ଖୋଳତାଡ

LIC ଓ ମାକ୍ସ ଲାଇଫ ଇନ୍ସୁରାନ୍ସରେ ୪୪ ଲକ୍ଷ ଜମା ଦେଇଥିବା ଜଣାପଡିଛି। ୟୁନିଟ ଟ୍ରଷ୍ଟ ଅଫ ଇଣ୍ଡିଆରେ ୨୫ ଲକ୍ଷ ଟଙ୍କାର ନିବେଶ ଥିବାବେଳେ କେଉଁଝର ଏସବିଆଇ ଶାଖାରେ ୧୬ ଲକ୍ଷ ଟଙ୍କା ଜମା ରହିଛି। ଦେଢ଼ ଲକ୍ଷ ଟଙ୍କାର କିଷାନ ବିକାଶ ପତ୍ର ସହ ବିଭିନ୍ନ ବ୍ୟାଙ୍କର ବହୁ କାଗଜପତ୍ର ଜବତ କରିଛି ଭିଜିଲାନ୍ସ। ପୂର୍ବରୁ ୨୧ ଲକ୍ଷ ୭୫ ହଜାର ଟଙ୍କାର ନଗଦ ଟଙ୍କା ସହ ୬୦୨ ଗ୍ରାମର ସୁନା ଅଳଙ୍କାର ଠାବ କରିବା ସହ କଟକରେ ଏକ ଫ୍ଲାଟ ଓ କେଉଁଝରରେ ଏକ ପ୍ଲଟ ଥିବା ଖବର ପାଇଛି ଭିଜିଲାନ୍ସ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 28, 2022, 2:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.