ETV Bharat / city

ରାଜ୍ୟରେ ବଢୁଛି ସଂକ୍ରମଣ, କିନ୍ତୁ ଆତଙ୍କିତ ହେଲା ଭଳି ଅବସ୍ଥା ନାହିଁ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jul 4, 2022, 7:34 PM IST

ରାଜ୍ୟରେ ବଢୁଛି ସଂକ୍ରମଣ, କିନ୍ତୁ ଆତଙ୍କିତ ହେଲା ଭଳି ଅବସ୍ଥା ନାହିଁ । ଆମ ରାଜ୍ୟରେ ଏବେ କିଛି ମାତ୍ରାରେ ସଂକ୍ରମଣ ବଢ଼ିଛି । ଯଦିଓ ସଂଖ୍ୟା ବଢୁଛି, ଲକ୍ଷଣ ବହୁତ କମ ରହୁଛି । ଅଧିକାଂଶ ଲୋକ ହୋମ ଆଇସୋଲେସନରେ ଭଲ ହେଉଛନ୍ତି । ରାଜ୍ୟରେ କୋଭିଡ ସ୍ଥିତି ନେଇ ଏପରି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ଅଧିକ ପଢନ୍ତୁ

କୋଭିଡ ଅନୁରୂପ ନିୟମ ପାଳନ କରନ୍ତୁ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ବଢୁଛି ସଂକ୍ରମଣ, କିନ୍ତୁ ଆତଙ୍କିତ ହେଲା ଭଳି ଅବସ୍ଥା ନାହିଁ । ଆମ ରାଜ୍ୟରେ ଏବେ କିଛି ମାତ୍ରାରେ ସଂକ୍ରମଣ ବଢ଼ିଛି । କିନ୍ତୁ ଆତଙ୍କିତ ହେଲା ଭଳି ଅବସ୍ଥା ନାହିଁ । ଯଦିଓ ସଂଖ୍ୟା ବଢୁଛି, ଲକ୍ଷଣ ବହୁତ କମ ରହୁଛି । ଅଧିକାଂଶ ଲୋକ ହୋମ ଆଇସୋଲେସନରେ ଭଲ ହେଉଛନ୍ତି । ରାଜ୍ୟରେ କୋଭିଡ ସ୍ଥିତି ନେଇ ଏପରି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା ।

ରାଜ୍ୟରେ ଏବେ କିଛି ମାତ୍ରାରେ ସଂକ୍ରମଣ ବଢ଼ିଛି । କିନ୍ତୁ ଆତଙ୍କିତ ହେଲା ଭଳି ଅବସ୍ଥା ନାହିଁ । ଯଦିଓ ସଂଖ୍ୟା ବଢୁଛି, ଲକ୍ଷଣ ବହୁତ କମ ରହୁଛି । ଅଧିକାଂଶ ଲୋକ ହୋମ ଆଇସୋଲେସନରେ ଭଲ ହେଉଛନ୍ତି । ଡାକ୍ତରଖାନାରେ ଆଡମିଶନ ବହୁତ କମ । ରାଜ୍ୟରେ ଏବେ ପାଖାପାଖି 1500 ଆକ୍ଟିଭ କେସ ଥିବା ବେଳେ ମାତ୍ର 15 ଜଣ ଡାକ୍ତରଖାନାରେ ଆଡମିଟ ଅଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଯେହେତୁ ଶତ ପ୍ରତିଶତ ଟୀକାକରଣ ହୋଇଛି, ଲୋକଙ୍କ ପାଖରେ କୋରନା ଲକ୍ଷଣ କମ ରହୁଛି । ଆଉ ଯେଉଁମାନଙ୍କର ଶାରୀରିକ ଅସୁସ୍ଥତା କିମ୍ବା ଅନ୍ୟାନ୍ୟ ରୋଗ ରହିଛି ସେମାନଙ୍କ ପାଇଁ ଏବେ ବି ରିସ୍କ ରହିଛି । ତେଣୁ ସତର୍କ ରହିବା ନିହାତି ଆବଶ୍ୟକ । ଟୀକା ନେବା ଅର୍ଥ ନୁହେଁ ଯେ ଆମକୁ କୋଭିଡ ହେବନି । ତେଣୁ ସଭିଏଁ କୋଭିଡ ଅନୁରୂପ ନିୟମ ପାଳନ କରନ୍ତୁ । ଯଦି ଲକ୍ଷଣ ଦେଖାଦେଉଛି, ତୁରନ୍ତ ପରୀକ୍ଷା କରାନ୍ତୁ । ନିଜକୁ ଆଇସୋଲେସନରେ ରଖନ୍ତୁ । ତାହାହେଲେ ସଂକ୍ରମଣକୁ ରୋକାଯାଇପାରିବ ।

ଦେଶରେ କରୋନା ମ୍ୟାପ ଉପର ତଳ ରହୁଛି । ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ପ୍ଲାଟୋ ଷ୍ଟେଜରେ ଅଛି ସଂକ୍ରମଣ । ଅନ୍ୟ ରାଜ୍ୟର ଅଭିଜ୍ଞତା କହୁଛି, କୋଭିଡ ସ୍ଥିତି ଅଧିକ ଜଟିଳ ହେବନି । ତଥାପି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଯେଉଁଠି ଆବଶ୍ୟକ ପଡ଼ିବ, ଉଚିତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.