ETV Bharat / city

ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବିଭ୍ରାଟ - Lingaraj

ଲିଙ୍ଗରାଜ ମହାପ୍ରଭୁଙ୍କ ଗହ୍ମା ପୂର୍ଣ୍ଣମୀ ପଇତା ଲାଗି ନୀତି ବନ୍ଦ । ପୂଜାପଣ୍ଡା ସେବାୟତ ଓ ବଡୁ ସେବାୟତଙ୍କ ମଧ୍ୟରେ ମତଭେଦ କାରଣରୁ ନୀତି ବନ୍ଦ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବନ୍ଦ
ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବନ୍ଦ
author img

By

Published : Aug 21, 2021, 6:19 PM IST

Updated : Aug 23, 2021, 4:31 AM IST

ଭୁବନେଶ୍ବର: ସେବାୟତଙ୍କ ଜିଦ ଆଗରେ ତୁଚ୍ଛ ହେଲା ନୀତିକାନ୍ତି । ବନ୍ଦ ରହିଲା ମହାପ୍ରଭୁ ଲିଙ୍ଗରାଜଙ୍କ ପଇତା ଲାଗି ନୀତି । ପୂଜା ପଣ୍ଡା ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ମତଭେଦ ଯୋଗୁଁ ବର୍ଷ ବର୍ଷ ଧରି ଚାଲି ଆସୁଥିବା ଲିଙ୍ଗରାଜଙ୍କ ପଇତା ଲାଗି ନୀତିକାନ୍ତି ବନ୍ଦ ହୋଇଛି । ମନ୍ଦିର କାର୍ଯ୍ୟାଳୟରେ ବସିଥିବା ବୈଠକରେ ଏହି ନୀତି ବନ୍ଦ କରି ପରବର୍ତ୍ତୀ ନୀତି କରିବା ଲାଗି ନିଷ୍ପତ୍ତି ନିଆଯାଇଛି ।

ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବିଭ୍ରାଟ

କାର୍ଯ୍ୟ ନିର୍ବାହି ଅଧିକାରୀ ଏହି ସମସ୍ୟା ସମ୍ପର୍କରେ ଦେବୋତ୍ତର କମିଶନଙ୍କୁ ଅବଗତ କରିବେ । ମନ୍ଦିର ଆକ୍ଟ 41 ଅନୁସାରେ ଏକ କେସ କରାଯିବ । ଯାହା ନିଷ୍ପତ୍ତି ହେବ ଆଗାମୀ ବର୍ଷଠାରୁ ଲାଗୁ ହେବ । ଏପଟେ ଲିଙ୍ଗରାଜ ମନ୍ଦିର ଆଇନ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲାଗୁ ହୋଇ ପାରିନାହିଁ । ଯେଉଁଥିପାଇଁ ଏଭଳି ସମସ୍ୟା ଉପୁଜିଛି । ଖୁବଶୀଘ୍ର ଆଇନ ଲାଗୁ ହେଲେ ମନ୍ଦିର ନୀତିକାନ୍ତି ସଠିକ ଭାବରେ ପରିଚାଳନା ହେବ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ।

ବୈଠକରେ ମନ୍ଦିର ଏଜକ୍ୟୁଟିଭି ଅଫିସରଙ୍କ ସମେତ ବ୍ରାହ୍ମଣ ନିଯୋଗ, ବଡୁ ନିଯୋଗ, ପୂଜା ପଣ୍ଡା ନିଯୋଗ ସାମିଲ ଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Aug 23, 2021, 4:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.