ETV Bharat / city

ମେଲାଣୀ ନେଉଛନ୍ତି ମା’, ୪ ଅସ୍ଥାୟୀ ପୋଖରୀରେ ବିସର୍ଜନ ବ୍ୟବସ୍ଥା କରିଛି BMC - ବିସର୍ଜନ

ରାଜଧାନୀରେ ଆରମ୍ଭ ହୋଇଯାଇଛି ମା'ଙ୍କ ମୂର୍ତ୍ତି ବିସର୍ଜନ କାର୍ଯ୍ୟ । ବିଏମସି ପକ୍ଷରୁ ନିର୍ଦ୍ଧାରିତ ୪ଟି ଅସ୍ଥାୟୀ ପୋଖରୀରେ କରାଯାଉଛି ବିସର୍ଜନ । ଅଧିକ ପଢନ୍ତୁ...

ଧରାପୃଷ୍ଟରୁ ମେଲାଣୀ ନେଉଛନ୍ତି ମା',  ୪ଟି ଅସ୍ଥାୟୀ ପୋଖରୀରେ କରାଯାଉଛି ବିସର୍ଜନ
ଧରାପୃଷ୍ଟରୁ ମେଲାଣୀ ନେଉଛନ୍ତି ମା', ୪ଟି ଅସ୍ଥାୟୀ ପୋଖରୀରେ କରାଯାଉଧରାପୃଷ୍ଟରୁ ମେଲାଣୀ ନେଉଛନ୍ତି ମା', ୪ଟି ଅସ୍ଥାୟୀ ପୋଖରୀରେ କରାଯାଉଛି ବିସର୍ଜନଛି ବିସର୍ଜନ
author img

By

Published : Oct 16, 2021, 12:15 PM IST

Updated : Oct 16, 2021, 1:47 PM IST

ଭୁବନେଶ୍ବର: ସରିଲା ଦୁର୍ଗା ପୂଜା । ଧରାପୃଷ୍ଠରୁ ମେଲାଣୀ ନେଉଛନ୍ତି ମା' । ତେବେ ସହରର ବିଭିନ୍ନ ମଣ୍ଡପର ମୃଣ୍ମୟୀ ମୂର୍ତ୍ତି ଗୁଡ଼ିକ ବିସର୍ଜନ ପାଇଁ ବିଏମସି ପକ୍ଷରୁ ୪ଟି ଅସ୍ଥାୟୀ ପୋଖରୀ ବା ସ୍ଥାନ ନିର୍ଦ୍ଧାରିତ କରାଯାଇଛି । ନିର୍ଦ୍ଧାରିତ ସ୍ଥାନରେ ଏବେ ମୂର୍ତ୍ତି ବିସର୍ଜନ କରାଯାଉଛି । କୁଆଖାଇ ନଦୀର ଦୁଇଟି ସ୍ଥାନ ଓ ଦୟା ନଦୀର ଦୁଇଟି ସ୍ଥାନରେ ମୂର୍ତ୍ତି ବିସର୍ଜନ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ମେଲାଣୀ ନେଉଛନ୍ତି ମା’, ୪ ଅସ୍ଥାୟୀ ପୋଖରୀରେ ବିସର୍ଜନ ବ୍ୟବସ୍ଥା କରିଛି BMCମେଲାଣୀ ନେଉଛନ୍ତି ମା’, ୪ ଅସ୍ଥାୟୀ ପୋଖରୀରେ ବିସର୍ଜନ ବ୍ୟବସ୍ଥା କରିଛି BMCମେଲାଣୀ ନେଉଛନ୍ତି ମା’, ୪ ଅସ୍ଥାୟୀ ପୋଖରୀରେ ବିସର୍ଜନ ବ୍ୟବସ୍ଥା କରିଛି BMCମେଲାଣୀ ନେଉଛନ୍ତି ମା’, ୪ ଅସ୍ଥାୟୀ ପୋଖରୀରେ ବିସର୍ଜନ ବ୍ୟବସ୍ଥା କରିଛି BMC

ବିଭିନ୍ନ ମଣ୍ଡପ ଗୁଡିକର କର୍ମକର୍ତ୍ତା ମାନେ କୋଭିଡ କଟକଣା ମାନି ସେମାନଙ୍କ ପାଇଁ ନିର୍ଦ୍ଧାରିତ ହୋଇଥିବା ରୁଟରେ ବିନା କୌଣସି ଶୋଭାଯାତ୍ରାରେ ସୀମିତ ସଂଖ୍ୟକ କର୍ମକର୍ତ୍ତାଙ୍କୁ ନେଇ ମୂର୍ତ୍ତି ବିସର୍ଜନ କରୁଛନ୍ତି । ଭୁବନେଶ୍ୱରରେ ଚଳିତ ବର୍ଷ ୧୮ଟି ପ୍ରମୁଖ ମେଢ଼ ସହିତ ଛୋଟ ବଡ଼ ମୋଟ ୫୦ରୁ ଅଧିକ ସ୍ଥାନରେ ପୂଜା ଆୟୋଜିତ ହୋଇଥିଲା। ବିସର୍ଜନ ସକାଳ ୯ଟାରୁ ଆରମ୍ଭ ହୋଇଥିବା ବେଳେ ରାତି ୮ଟା ମଧ୍ୟରେ ଶେଷ କରିବାକୁ ବିଏମସି ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି।

ଶହୀଦ ନଗର ପୂଜା କମିଟି ପକ୍ଷରୁ ବିସର୍ଜନ ପ୍ରକ୍ରିୟା ଆରମ୍ଭ ହୋଇ କଟକଣା ମଧ୍ୟରେ କୂଅଖାଇ ନଦୀ ପଠାରେ ଥିବା କୁତ୍ରିମ ଜଳାଶୟରେ ବିସର୍ଜନ କରାଯାଇଛି। ଚଳିତ ବର୍ଷ ବିନା ଭକ୍ତର ପୂଜା ଆୟୋଜନ ହୋଇଥିବା ବେଳେ ଭକ୍ତ ଓ ଆୟୋଜକଙ୍କୁ ନିରାଶ ହେବାକୁ ପଡିଛି। ଏଣୁ ଆସନ୍ତା ବର୍ଷ ବିନା କଟକଣାରେ ମା'ଙ୍କ ପୂଜା ଆୟୋଜନର ଆଶା ରଖିଛନ୍ତି ଆୟୋଜକ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Oct 16, 2021, 1:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.