ETV Bharat / city

ଲୁଲୁ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ସ୍ମୃତି କମିଟି ବୈଠକ

author img

By

Published : Apr 2, 2021, 9:27 PM IST

ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ଆନୁକୂଲ୍ୟରେ ଆଜି ଭୁବନେଶ୍ବର ୟୁନିଟ୍ ୯ ସ୍ଥିତ ରୋଟାରୀ ଭବନ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ...

ଲୁଲୁ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ସୃତି କମିଟି ବୈଠକ

ଭୁବନେଶ୍ବର : ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ଆନୁକୂଲ୍ୟରେ ଆଜି ଭୁବନେଶ୍ବର ୟୁନିଟ୍ ୯ ସ୍ଥିତ ରୋଟାରୀ ଭବନ ଠାରେ ଏକ ସାଧରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସ୍ମୃତି ସଭା କମିଟିର ଅଧ୍ୟକ୍ଷ ଶୁଭେନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସେ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ସ୍ମୃତିଚାରଣ କରି କହିଥିଲେ ଯେ, ଆଜିର ଯୁବ ଓ ଛାତ୍ର ସମାଜ ଲୁଲୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ସମୟ ଆସିଛି । ତାଙ୍କ ଭଳି ନିର୍ଭକ, ସ୍ପଷ୍ଟବାଦୀ ଓ ଆଦର୍ଶଗତ ଭୂମିକା ଆଜିର ଯୁବ ସମାଜ ନେଇ ପାରିଲେ କଂଗ୍ରେସ ଦଳ ସୁସଂଗଠିତ, ସୁଦୃଢ଼ ଓ ଶକ୍ତିଶାଳୀ ହୋଇପାରିବ ବୋଲି ସେ କହିଥିଲେ ।

ବୈଠକର ପ୍ରାରମ୍ଭରେ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇ ଉତ୍ସବର ଆନୁଷ୍ଠାନିକ ଶୁଭଉଦ୍‌ଘାଟନ କରାଯାଇଥିଲା । ସ୍ମୃତି କମିଟିର ସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ସ୍ମୃତିଚାରଣ କରି କହିଥିଲେ ଯେ, ଲୁଲୁବାବୁ ନିଜ ପରିବାର ଅପେକ୍ଷା କଂଗ୍ରେସ ଦଳକୁ ଅଧିକ ଭଲ ପାଉଥିଲେ । କିନ୍ତୁ, କଂଗ୍ରେସ ଦଳ ତାଙ୍କ ପ୍ରତି ଅବହେଳା ପୋଷଣ କରିଛି । ସେ ଦେଇଥିବା ବଳିଦାନକୁ ଆଜିର ଯୁବ ସମାଜ ଭୁଲିଯିବା ଉଚିତ୍ ନୁହେଁ । ଏହି ଅବସରରେ ଚାରି ଗୋଟି ଚିଠା ପ୍ରସ୍ତାବ କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ବଙ୍କୁ ଦିଆଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.