ETV Bharat / city

୨୪ରୁ ପୁଣି ଓଡ଼ିଶାରେ ପଶ୍ଚିମା-ଝଡ, ସ୍ଥାନେସ୍ଥାନେ ବର୍ଷା ସମ୍ଭାବନା - ରାଜ୍ୟରେ ପୁଣି ବର୍ଷା ସମ୍ଭାବନା

ରାଜ୍ୟରେ ଗତ ଦୁଇ ଦିନ ଧରି ସ୍ଥାନେସ୍ଥାନେ ହାଲୁକା ବର୍ଷା ଲାଗି ରହିଛି । ଆଗାମୀ ୨୩ ତାରିଖ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଅଧିକ ପଢ଼ନ୍ତୁ

low rain expected from February last by regional weather department
୨୪ରୁ ପୁଣି ଓଡ଼ିଶାରେ ପଶ୍ଚିମା-ଝଡ, ସ୍ଥାନେସ୍ଥାନେ ବର୍ଷା ସମ୍ଭାବନା
author img

By

Published : Feb 21, 2022, 10:00 PM IST

ଭୁବନେଶ୍ବର: ରାଜ୍ୟରେ ଗତ ଦୁଇ ଦିନ ଧରି ସ୍ଥାନେସ୍ଥାନେ ହାଲୁକା ବର୍ଷା ଲାଗି ରହିଛି । ଆଗାମୀ ୨୩ ତାରିଖ ଯାଏଁ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବ । ତେବେ ୨୪ ତାରିଖରୁରୁ ପୁଣି ଓଡ଼ିଶାରେ ପଶ୍ଚିମା-ଝଡ଼ ଦେଖାଇବ । ଏହାର ପ୍ରଭାବରେ ରାଜ୍ୟରେ ପୁଣି ବର୍ଷାର ସମ୍ଭାବନା ରହିଛି । ଉପକୂଳରୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା କ୍ଷୀଣ ରହିଛି ।

୨୪ରୁ ପୁଣି ଓଡ଼ିଶାରେ ପଶ୍ଚିମା-ଝଡ, ସ୍ଥାନେସ୍ଥାନେ ବର୍ଷା ସମ୍ଭାବନା

ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟାରେ ୩ ରୁ ୪ ଡ଼ିଗ୍ରୀ ଖସିବ ରାତ୍ରି ତାପମାତ୍ରା ରହିଛି । ଏହାପରେ ୨ରୁ ୩ ଦିନ ମଧ୍ୟରେ ୩ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡ଼ ସହ ଜଡିତ ମେଘଖଣ୍ଡ ପଶ୍ଚିମରୁ ପୂର୍ବକୁ ଗତି କରିବା ସହ ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶାର କିଛିକିଛି ସ୍ଥାନ ଗତକାଲି ହାଲୁକା ବର୍ଷା ହୋଇଛି ।

ସନ୍ଧ୍ୟା ସମୟରେ ରାଜଧାନୀ ଭୁବନେଶ୍ୱରରେ ବର୍ଷା ହୋଇଥିଲା । ଅପରାହ୍ନରେ ଅଦିନିଆ ଅସରାଏ ବର୍ଷାରେ କିଛି ସମୟ ଧରି ରାଜଧାନୀର ଅନେକ ସ୍ଥାନରେ ସ୍ମାର୍ଟ ଜନପଥ ଏବଂ ଇସ୍କନ୍ ମନ୍ଦିର ରାସ୍ତାରେ ଜଳାଶୟର ଭ୍ରମ ସୃଷ୍ଟି ହୋଇଥିଲା।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.