ETV Bharat / city

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ଓଡିଶାରେ ପ୍ରବଳ ବର୍ଷା ! - odisha may face low pressure

ଆସନ୍ତା 11 ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା । ଅଧିକ ପଢନ୍ତୁ...

ଆସନ୍ତା 11ରେ ଲଘୁଚାପ ସମ୍ଭାବନା
ଆସନ୍ତା 11ରେ ଲଘୁଚାପ ସମ୍ଭାବନା
author img

By

Published : Jul 6, 2021, 8:05 PM IST

ଭୁବନେଶ୍ବର: ଦାନା ବାନ୍ଧୁଛି ଆଉଏକ ଲଘୁଚାପ । ଆସନ୍ତା 11 ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି ।

ଆସନ୍ତା 11ରେ ଲଘୁଚାପ ସମ୍ଭାବନା

ଗତକାଲି (ସୋମବାର)ର ସମୁଦ୍ର ପତ୍ତନରେ ଥିବା ପୂର୍ବ-ପଶ୍ଚିମ ନିମ୍ନ ଚାପ ରେଖା ଆଜି ଉତ୍ତରପଶ୍ଚିମ-ବିହାରରୁ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଏବଂ ବଙ୍ଗଳାଦେଶ ମଧ୍ୟ ଦେଇ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି । ତା'ଛଡା ଅନ୍ୟ ଏକ ଉତ୍ତର-ଦକ୍ଷିଣ ନିମ୍ନ ଚାପରେଖା ସମୁଦ୍ର ପତ୍ତନ ଠାରୁ ୨.୧ କିମି ଯାଏଁ ଉତ୍ତର-ବିହାରରୁ ଆଭ୍ୟନ୍ତରୀଣ ଓଡିଶା ମଧ୍ୟ ଦେଇ ଉତ୍ତର ଆନ୍ଧ୍ର ଉପକୂଳ ଯାଏଁ ଲମ୍ବିଛି । ଯାହାର ପ୍ରଭାବରେ ୨୦ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ,ପୁରୀ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ,ବୌଦ୍ଧ, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଠାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

ଆସନ୍ତା 11ରେ ଲଘୁଚାପ ସମ୍ଭାବନା
ଆସନ୍ତା 11ରେ ଲଘୁଚାପ ସମ୍ଭାବନା

ଆଜି ସୁଦ୍ଧା ରାଜଧାନୀ ଭୁବନେଶ୍ୱର ଠାରେ ୩୭୬.୩ ମିମି ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୨.୧ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୧୦.୩ ମିମି ଠାରୁ ୭୯% କମ୍ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.