ETV Bharat / city

ଓଡିଶାକୁ ବାତ୍ୟା ଭୟ, 12 ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ ଲଘୁଚାପ - ଓଡିଶା ବାତ୍ୟା

ଓଡିଶାକୁ ମାଡି ଆସୁଛି ଆଉ ଏକ ବାତ୍ୟା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଆଗାମୀ ୧୨ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବା ନେଇ ସମ୍ଭାବନା । ଅଧିକ ପଢନ୍ତୁ...

ଓଡିଶାକୁ ବାତ୍ୟା ଭୟ, 12 ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ ଲଘୁଚାପ

author img

By

Published : Sep 25, 2021, 9:00 AM IST

ଭୁବନେଶ୍ବର: ଓଡିଶାକୁ ମାଡି ଆସୁଛି ଆଉ ଏକ ସାମ୍ଭାବ୍ୟ ବାତ୍ୟା 'ଡିଆଁମୁ' । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ନେଇ ସମ୍ଭାବନା ରହିଛି । ଗତ ୬ ଘଣ୍ଟାରେ ଏହା ୧୪ କିଲୋମିଟର ବେଗରେ ଉପକୂଳ ମୁହାଁ ହେଉଛି । ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

  • #YellowMessage: Cyclone Alert for north AP & adj south Odisha coasts
    Depression intnsfd into a Deep Depression over North & adj central BoB, likely to intensify into a Cyclonic Storm next 12 hrs & to cross south Odisha north AP coasts around Kalingapatnam by evening of 26Sept. pic.twitter.com/0ymE1XSv6A

    — Meteorological Centre, Bhubaneswar (@mcbbsr) September 25, 2021 " class="align-text-top noRightClick twitterSection" data=" ">

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ତୀବ୍ର ଅବପାତରେ ପରିଣତ ହେବ । ଅଧିକ ଘନୀଭୂତ ହେଲେ ବାତ୍ୟାର ରୂପ ନେବ । ଏହି ବାତ୍ୟାର ନାମ ଡିଆଁମୁ ରଖାଯାଇଛି । ଏହାର ପ୍ରଭାବରେ ଘଣ୍ଟାପ୍ରତି ୬୦ ରୁ ୭୦ କିଲୋମିଟର ପବନ ବହିବା ସହ ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଅବପାତ ଏବେ ଗୋପାଳପୁର ଠାରୁ ପୂର୍ବ ଓ ଦକ୍ଷିଣପୂର୍ବକୁ ୫୮୦ କିମି ଦୂରରେ ରହିଛି । କଳିଙ୍ଗପତନମର ପୂର୍ବକୁ ୬୬୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି । ରବିବାର ସନ୍ଧ୍ୟାରେ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଏହା ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି । ଏହି ବାତ୍ୟା ଗୋପାଳପୁର ଓ ବିଶାଖାପାଟଣା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଆଜିଠୁ ୨୮ ସେପ୍ଟେମ୍ବର ଯାଏଁ ଓଡିଶା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ତେଲେଙ୍ଗାନାରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.