ETV Bharat / city

ଆଜି ପ୍ରବଳ ଛେଚିବ, 7 ଜିଲ୍ଲାରେ ରେଡ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ - red warning for 7

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ରାଜ୍ୟର ୭ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର । ଏହା ସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

low-pressur heavy rain, red warning for 7 district of odisha
ଆଜି ପ୍ରବଳ ଛେଚିବ, 7 ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରୀ କଲା ପାଣିପାଗ ବିଭାଗ
author img

By

Published : Sep 13, 2021, 5:26 PM IST

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ଚାନ୍ଦବାଲି ଠାରୁ ୭୦ ଓ କେନ୍ଦୁଝର ଠାରୁ ୯୦ କିମି ଦୂରରେ ଅବସ୍ଥିତ। ଏହା ଉତ୍ତର ଓଡିଶା ଉପକୂଳ ଦେଇ ଉତ୍ତର ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ଆଡକୁ ମୁହାଁଇଛି । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ।

ଆଜି ପ୍ରବଳ ଛେଚିବ, 7 ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରୀ କଲା ପାଣିପାଗ ବିଭାଗ
ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ଢେଙ୍କାନାଳ, ଝାରସୁଗୁଡା ଏବଂ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରେଡ ଆଲର୍ଟ ଜାରି କରାଯାଇଛି। ବଲାଙ୍ଗୀର, ସୁନ୍ଦରଗଡ, ବୌଦ୍ଧ, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କଟକରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। କାଲି ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୬୦ ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ରହିବ। ସବୁ ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି। ଆଜି ଏବଂ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ପ୍ରବେଶ ପାଇଁ ମନା କରାଯାଇଛି । ସେହିପରି ଭୁବନେଶ୍ବରରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ନିର୍ଦ୍ଦେଶକ ।2018ରେ ଗୋଟିଏ ଦିନରେ ବୁର୍ଲାରେ ୬୨୨ ମିମି ରେକର୍ଡ କରାଯାଇଥିଲାବବେଳେ ସମ୍ବଲପୁରରେ ୫୬୭ ମିମି ବର୍ଷା ରେକର୍ଡ ହୋଇଥିଲା । ତେବେ ଚଳିତଥର ପୁରୀରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।ସେପଟେ ଏବେ ବି ରାଜ୍ୟରେ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଜୁନ୍ ୧ ତାରିଖରୁ ସେପ୍ଟେମ୍ବର ୧୩ ତାରିଖ ମଧ୍ୟରେ ରାଜ୍ୟରେ ୮୩୭.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

କିନ୍ତୁ ଏହି ସମୟ ମଧ୍ୟରେ ୧୦୪୭.୫ ମିଲିମିଟର ବର୍ଷା ହେବା କଥା। ଯାହା ୨୦ ପ୍ରତିଶତ ନିଅଣ୍ଟିଆ। ବର୍ତ୍ତମାନ ସୁଦ୍ଧା ୨ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ୧୩ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ଏବେ ବି ୧୫ଟି ଜିଲ୍ଲାରେ ନିଅଣ୍ଟିଆ କେବଳ ସେପ୍ଟେମ୍ବର ମାସରେ ସ୍ବାଭାବିକ ଠାରୁ ୪୮ ପ୍ରତିଶତ ଅଧିକ ବର୍ଷା ହୋଇଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସୂଚନାଥାଉକି ରାଜ୍ୟରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ବିଭିନ୍ନ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି । ଏବଂ କେଉଁଠି କାନ୍ଥ ଭୁଶୁଡି ଲୋକଙ୍କ ଜୀବନ ଯାଉଛି ତ କେଉଁଠି ନିର୍ମାଣାଧୀନ ପୋଲ ଧୋଇନେଉଛି ବର୍ଷା ପାଣି । ଏହି ଭଳି ରାଜ୍ୟର ବିଭିନ୍ନ ଅ଼ଞ୍ଚଳରେ ବର୍ଷା ଜାରି ରହିଛି

ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.