ETV Bharat / city

ବାହୁଡିଲେ ଲିଙ୍ଗରାଜ - ବାହୁଡ଼ିଲେ ଲିଙ୍ଗରାଜ

ବିନା ଭକ୍ତର ଶେଷ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ବାହୁଡା ଯାତ୍ରା । ରଥରେ ମାଉସୀମା ମନ୍ଦିରରୁ ଲିଙ୍ଗରାଜ ମନ୍ଦିରକୁ ବାହୁଡିଲେ ମହାପ୍ରଭୁ ଲିଙ୍ଗରାଜ । ଅଧିକ ପଢନ୍ତୁ...

ବାହୁଡ଼ିଲେ ଲିଙ୍ଗରାଜ
ବାହୁଡ଼ିଲେ ଲିଙ୍ଗରାଜ
author img

By

Published : Apr 24, 2021, 7:31 PM IST

ଭୁବନେଶ୍ବର: ବିନା ଭକ୍ତର ଶେଷ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ବାହୁଡା ଯାତ୍ରା । ରଥରେ ମାଉସୀମା ମନ୍ଦିରରୁ ଲିଙ୍ଗରାଜ ମନ୍ଦିରକୁ ବାହୁଡିଲେ ମହାପ୍ରଭୁ ଲିଙ୍ଗରାଜ । ମାଉସୀମା ମନ୍ଦିରରୁ ବାହାରି ରଥରେ ବିଜେ ହେଲେ ପ୍ରଭୁ ଲିଙ୍ଗରାଜ, ମା ରୁକ୍ମିଣୀ ଏବଂ ଦୋଳଗୋବିନ୍ଦ।

ସପ୍ତାହନ୍ତ ସଟଡାଉନ ଓ କୋଭିଡ କଟକଣା ଭିତରେ ଶୃଙ୍ଖଳିତ ବାହୁଡା ଯାତ୍ରା ସମ୍ପର୍ଣ୍ଣ ହୋଇଛି । ଅପରାହ୍ନ ୧ଟା ୨୦ ମିନିଟରେ ରଥଟଣା ଆରମ୍ଭ ହୋଇଥିଲା । ଲିଙ୍ଗରାଜଙ୍କ ରଥ ଖଳାରେ ସନ୍ଧ୍ୟା ୫ଟା ୨୦ରେ ପହଁଞ୍ଚିଲା ରଥ ।

ବାହୁଡ଼ିଲେ ଲିଙ୍ଗରାଜ

ଶନିବାର ନିର୍ଦ୍ଧାରିତ ସମୟ ଠାରୁ ଦୁଇ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ନୀତିକାନ୍ତି। ସକାଳ ଧୂପ ଓ ରୋଷ ନୀତି ପରେ ପହଣ୍ଡି ହୋଇଥିଲା। ରାମେଶ୍ୱର ମନ୍ଦିରରୁ ଘଣ୍ଟ ଶବ୍ଦରେ ତିନି ବିଗ୍ରହଙ୍କର ହୋଇଥିଲା ପହଣ୍ଡି ଓ ରଥାରୂଢ କାର୍ଯ୍ୟକ୍ରମ । ପରେ ରଥରେ ଘୋଡା ବନ୍ଧା ଯିବାପରେ ହୋଇଥିଲା ରଥଟଣା । ବିନା ଭକ୍ତରେ ଗଡ଼ିଲା ରୁକୁଣା ରଥ। ସୀମିତ ସେବାୟତ ଓ ପୋଲିସ କର୍ମଚାରୀଙ୍କ ମାଧ୍ୟମରେ ହୋଇଥିଲା ରଥଟଣା । ବାହୁଡା ଯାତ୍ରାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ରଥଦାଣ୍ଡରେ 144 ଧାରା ଜାରି କରାଯିବା ସହ ଭକ୍ତଙ୍କ ଦର୍ଶନ ଉପରେ ଲଗାଯାଇଥିଲା ରୋକ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.