ETV Bharat / city

ଲିଙ୍ଗରାଜଙ୍କ ଜମି ହଡପକୁ ନେଇ ତେଜିଲା ବିବାଦ, ଧାରା ୧୪୪ ଜାରି

author img

By

Published : Jan 29, 2022, 10:53 PM IST

Updated : Jan 30, 2022, 10:03 AM IST

ପ୍ରଭୁ ଲିଙ୍ଗରାଜଙ୍କ ଜମି ହଡପକୁ ନେଇ ତେଜିଲା ବିବାଦ । ସମ୍ପୃକ୍ତ ସ୍ଥାନରେ ୧୪୪ ଧାରା ଜାରି । ଅଧିକ ପଢନ୍ତୁ

ଲିଙ୍ଗରାଜଙ୍କ ଜମି ହଡପକୁ ନେଇ ତେଜିଲା ବିବାଦ, ୧୪୪ ଜାରି

ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ଜମି ହଡପ ପ୍ରସଙ୍ଗ । ରାତାରାତି ଜମିପଟ୍ଟା କରି ହସ୍ତାନ୍ତର ହେଉଥିବା ଅଭିଯୋଗ । ମସୁଧା କରି କାମ ମଧ୍ୟ ଆରମ୍ଭ ହୋଇଥିବା ଅଭିଯୋଗ ହୋଇଛି । ଏପଟେ ଜମି ହଡପକୁ ତୀବ୍ର ବିରୋଧ ପରେ ୧୪୪ ଧାରା ଜାରି କଲେ ତହସିଲଦାର ।

ଲିଙ୍ଗରାଜଙ୍କ ଜମି ହଡପ
ଲିଙ୍ଗରାଜଙ୍କ ଜମି ହଡପ

ତେବେ ଠାକୁରଙ୍କ ଜମି ବିକ୍ରି ପାଇଁ ସରକାରୀ ବାବୁ ମଧ୍ୟସ୍ତିି ସାଜିଛନ୍ତି ବୋଲି ସାଧାଣରେ ଅଭିଯୋଗ ହୋଇଛି । ଖୋଦ ରାଜଧାନୀର ଛାତି ଉପରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଭୁବନେଶ୍ବର ବିମାନବନ୍ଦର ନିକଟରେ ଥିବା ଭୀମପୁର ମୌଜାର ଜମି । ଖାତା ନମ୍ବର ୫୪୪/୨୮୬ ପ୍ଲଟ ନମ୍ବର ୮୫୨ /୨୫୭୩ ରେ ଥିବା ମହାପ୍ରଭୁଙ୍କ 228 ଡିସିମିଲ ଜମିର ମୂଲ୍ୟ କୋଟି କୋଟି ଟଙ୍କା ହେବ । ହେଲେ ଲକ୍ଷ୍ମୀସାଗର ଅଞ୍ଚଳର ହୃଶିକେଶ ଦାସ ନାମକ ଜଣେ ବ୍ୟକ୍ତି ଏଥିରୁ ପ୍ରାୟ ୧ ଏକରରୁ ଅଧିକ ଜମିରୁ ଜଣେ ଖଣି ବ୍ୟବସାୟୀଙ୍କ ପତ୍ନୀଙ୍କୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି ।

ଲିଙ୍ଗରାଜଙ୍କ ଜମି ହଡପକୁ ନେଇ ତେଜିଲା ବିବାଦ
ଲିଙ୍ଗରାଜଙ୍କ ଜମି ହଡପକୁ ନେଇ ତେଜିଲା ବିବାଦ

ଏଥିପାଇଁ ହୃଶିକେଶ ୬ କୋଟି ୫୦ ଲକ୍ଷ ଟଙ୍କା ନେଇ ଥିବାବେଳେ ରକେଟ ବେଗରେ ଫାଇଲ କାମ ହୋଇ କ୍ରେତାଙ୍କ ନାମରେ ପଟ୍ଟା କରି ଦିଆଯାଇଛି । ତେବେ ଏହାର ତୀବ୍ର ବିରୋଧ ପରେ ପଟ୍ଟାକୁ ବାତିଲ କରିଥିଲେ ମଧ୍ୟ ରେକର୍ଡ ସଂଶୋଧନ ହୋଇନି କି ଲିଙ୍ଗରାଜଙ୍କ ନାମକୁ ଜମି ଆସିନି । ତେବେ କାହା ଚାପରେ ତଦସିଲଦାର ବିବାଦରେ ଥିବା ଜମି ବିକ୍ରି ପରେ ପଟ୍ଟା ପ୍ରସ୍ତୁତ କଲେ ତାକୁ ନେଇ ଉଠିଛି ପ୍ରଶ୍ନ ।

ଲିଙ୍ଗରାଜଙ୍କ ଜମି ହଡପକୁ ନେଇ ତେଜିଲା ବିବାଦ
ଲିଙ୍ଗରାଜଙ୍କ ଜମି ହଡପକୁ ନେଇ ତେଜିଲା ବିବାଦ
not drag
not drag
ଲିଙ୍ଗରାଜଙ୍କ ଜମି ହଡପକୁ ନେଇ ତେଜିଲା ବିବାଦ
ଲିଙ୍ଗରାଜଙ୍କ ଜମି ହଡପକୁ ନେଇ ତେଜିଲା ବିବାଦ

ଏହା ମଧ୍ୟ ପଢନ୍ତୁ:- ମୁଖ୍ୟମନ୍ତ୍ରୀଙ୍କୁ ସୁରଙ୍କ ଅନୁରୋଧ, ପ୍ରଭୁ ଲିଙ୍ଗରାଜ ଜମିକୁ ରକ୍ଷାକର

ସେପଟେ ୨୦୧୬ ମସିହାରେ ପ୍ରଭୁ ଲିଙ୍ଗରାଜଙ୍କ ଏହି ଜମି ହୃଶିକେଶ ଦାସ ଓ ସରସ୍ବତୀ ପାତ୍ରଙ୍କ ନାମକୁ ଚାଲି ଯାଇଥିଲା । ପରେ ଏହି ମାମଲାର ତଦନ୍ତ ହୋଇ ଦାଖଲ କରାଯାଇଥିବା ରିପୋର୍ଟରେ ଏହି ଜମି ଠାକୁରଙ୍କର ବୋଲି ଜଣାପଡିଥିଲା । କେଉଁ ପରିସ୍ଥିତିରେ ମାଲିକାନା ବଦଳିଥିଲେ ତାହାର ତଦନ୍ତ ପାଇଁ ମଧ୍ୟ ସୁପାରିସ କରାଯାଥିଲା । ଏବେ ପଟ୍ଟା ସଶୋଧନ ପାଇଁ କୋର୍ଟରେ ମାମଲା ଚାଲି ଥିବାବେଳେ କେଉଁ ପରିସ୍ଥିତିରେ ଓ କାହା ଚାପରେ ଜମିବିକ୍ରି ହେଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ଲିଙ୍ଗରାଜଙ୍କ ଜମି ହଡପ
ଲିଙ୍ଗରାଜଙ୍କ ଜମି ହଡପ

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jan 30, 2022, 10:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.