ଭୁବନେଶ୍ବର: ଦିଲ୍ଲୀରେ ଉଠିଲା ଜଗନ୍ନାଥଙ୍କ ଅର୍ଥ ପ୍ରସଙ୍ଗ। ୟେଶ ବ୍ୟାଙ୍କରେ ଜମା ଥିବା 545 କୋଟି ଟଙ୍କା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି ବିଜେଡି ସାଂସଦ । ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅଚ୍ୟୁତ ସାମନ୍ତ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଅର୍ଥମନ୍ତ୍ରୀଙ୍କୁ ଭେଟିବା ସହ ସହ ତୁରନ୍ତ ସମାଧାନର ବାଟ ବାହାର କରିବାକୁ ଦାବି କରିଛନ୍ତି ।
ଯେହେତୁ ଜଗନ୍ନାଥଙ୍କ ସହିତ କୋଟି କୋଟି ଓଡିଆଙ୍କ ଭାବାବେଗ ଜଡିତ ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ସେମାନେ କହିଛନ୍ତି। ସୂଚନାଥାଉକି, ୟେସ ବ୍ୟାଙ୍କରେ ପ୍ରଭୁ ଜଗନ୍ନାଥଙ୍କ 545 କୋଟି ଟଙ୍କା ସ୍ଥାୟୀ ଜମାରାଶି ଆକାରରେ ରହିଥିଲା । ଯାହାକୁ ସରକାର ମାର୍ଚ୍ଚା 19 ଓ ମାର୍ଚ୍ଚ 30 ତାରିଖରେ ଉଠାଇଆଣିବେ ବୋଲି ଚିନ୍ତା କରିଥିଲେ । ତେବେ ୟେସ ବ୍ୟାଙ୍କରେ ସଙ୍କଟ ଦେଖାଦେବାରୁ ମାସକୁ ମାତ୍ର 50 ହଜାର ଟଙ୍କା ଉଠାଇପାରିବେ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ