ETV Bharat / city

ରାଜଧାନୀରେ ଆଜବେଷ୍ଟସ୍ ଭାଙ୍ଗି ଲୁଟିନେଲେ ମୋବାଇଲ

ରାଜଧାନୀରେ ମୋବାଇଲ ଚୋର । ଆଜବେଷ୍ଟସ୍ ଭାଙ୍ଗି ଲୁଟିନେଲା ମୋବାଇଲ । ମୋବାଇଲ ଦୋକାନର ଆଜବେଷ୍ଟସ୍ ଭାଙ୍ଗି ଲୁଟିନେଲେ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୋବାଇଲ ଫୋନ । ଅଧିକ ପଢ଼ନ୍ତୁ

author img

By

Published : Aug 14, 2022, 9:34 PM IST

Updated : Aug 15, 2022, 12:06 PM IST

ରାଜଧାନୀରେ ଆଜବେଷ୍ଟସ୍ ଭାଙ୍ଗି ଲୁଟିନେଲେ ମୋବାଇଲ
ରାଜଧାନୀରେ ଆଜବେଷ୍ଟସ୍ ଭାଙ୍ଗି ଲୁଟିନେଲେ ମୋବାଇଲ

ଭୁବନେଶ୍ବର: ରାଜଧାନୀରେ ବୁଲୁଛି ଚୋର । ଦୋକାନ ଆଗରେ ସିକ୍ୟୁରିଟି ଓ ସିସିଟିଭି ଲାଗିଥିଲେ ମଧ୍ୟ ସେଥିପ୍ରତି ଖାତିର ନାହିଁ । ସିକ୍ୟୁରିଟି ଶୋଇ ପଡିଥିବା ଦେଖି ଆଜବେଷ୍ଟସ୍ ଭାଙ୍ଗି ଦୋକାନ ଭିତରେ ପଶିଲା ଚୋର । ହେଲେ ଦୋକାନ ଭିତରେ ପଶିବା ପରେ ସିସିକ୍ୟାମେରାକୁ ଭାଙ୍ଗି ଦେଇଥିଲା ଚୋର । ଏହାପରେ ମୋବାଇଲ ଦୋକାନରେ କଳାକନା ବୁଲାଇଦେଲା ଚୋର । ଚନ୍ଦ୍ରଶେଖରପୁର ଛକରେ ଥିବା ଏକ ମୋବାଇଲ ଦୋକାନରୁ ଏଭଳି ଭାବେ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୋବାଇଲ ଫୋନ ଚୋରୀ ହୋଇଛି ।

ସିସିଟିଭିରେ ଚୋର: ରାଜଧାନୀରେ ଆଜବେଷ୍ଟସ୍ ଭାଙ୍ଗି ଲୁଟିନେଲା ମୋବାଇଲ !

ସୂଚନା ଅନୁଯାୟୀ, ଭୁବନେଶ୍ବର ଚନ୍ଦ୍ରଶେଖରପୁର ଛକରେ ଥିବା ଏକ ମୋବାଇଲ ଦୋକାନରୁ ଚୋରୀ ହୋଇଛି । ଦୋକାନର ଆଜବେଷ୍ଟସ୍ ଭାଙ୍ଗି ଦୋକାନରୁ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୋବାଇଲ ଫୋନ ଚୋର ନେଇଯାଇଛି । ନାମିଦାମୀ କମ୍ପାନିର ନୂଆ ନୂଆ ମୋବାଇଲ ଫୋନ ସାଙ୍ଗକୁ ଚାର୍ଜର ନେଇ ଛୁ ମାରିଛି ଚୋର । ସିସିଟିଭି କ୍ୟାମେରାରେ ଲୁଟ ସମୟର ଦୃଶ୍ୟ କଏଦ ହୋଇଛି ।

ଜଣେ ବ୍ୟକ୍ତି ହିଁ ଲୁଟ କରିଥିବା ସିସିଟିଭିରେ ଜଣାପଡିଛି । ଦୋକାନ ମାଲିକ ପ୍ରଫୁଲ ସାହୁ ଏନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅଭିଯୋଗକାରୀ କହିଛନ୍ତି, "ଦୁର୍ବୃତ୍ତ ଜଣକ ସଟର ଓ ଆଜବେଷ୍ଟ କାଟି 10 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଲୁଟିନେଇଛି । ସେଠାରେ ସୁରକ୍ଷାକର୍ମୀ ନିୟୋଜିତ ଥାଇ ମଧ୍ୟ ଆଖିରେ ଧୂଳିଦେଇ ଦୋକାନରେ କଳାକନା ବୁଲାଇ ଦେଇଛି ଦୁର୍ବୃତ୍ତ ।

ଏହି ଘଟଣା ପରେ ପୋଲିସ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସଟର ଓ ଆଜବେଷ୍ଟସ ଭାଙ୍ଗି ଲୁଟିବା ଘଟଣା ରାଜଧାନୀରେ ନୂଆ ନୁହେଁ । ଗତ ବର୍ଷେ ହେଲା ରାଜଧାନୀରେ ମାତିଛନ୍ତି ଚୋର । କେତେବେଳେ ସୁନା ଦୋକାନ ତ କେତେବେଳେ ମଦ ଦୋକାନ ତ ଆଉ କେତେବେଳେ ତେଜରାତି ଦୋକାନରେ ପଶି ଆତଙ୍କରାଜ ଚଳଇଛନ୍ତି । ସୂଚନାଯୋଗ୍ୟ, ଜୁନ ୨୦ରେ ନୟାପଲ୍ଲୀ ଥାନା ବିଜୁ ପଟ୍ଟନାୟକ କଲେଜ ରୋଡରେ ଥିବା ମାଗ୍ନମ ଲିକର ସପରୁ ଚୋରି ନେଇ ଅଭିଯୋଗ ହୋଇଥିଲା । ଦୁର୍ବୃତ୍ତମାନେ ସଟର ତାଡି ଦୋକାନରେ ପଶି ୫ଲକ୍ଷରୁ ଅଧିକ ଟଙ୍କାର ମଦ ଚୋରି କରିଥିଲେ ।

ସେହିଭଳି ୨୨ ଜାନୁଆରୀରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀବିହାରର ଏକ ତେଜରାତି ‌ଦୋକାନରୁ ଆଜବେଷ୍ଟସ ଭାଙ୍ଗି ଘରର କାନ୍ଥରେ ସୁଡଙ୍ଗ କରି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟ କରିଥିଲେ । ଅବଶ୍ୟ ୧୮ ଜାନୁଆରୀରେ ନୟାପଲ୍ଲୀ ଥାନା ଡିଏଭି ସ୍କୁଲ ଛକରେ ଥିବା ପିଏନବି ଏଟିଏମରେ ପଶି ଗ୍ୟାସ କଟରରେ ଏଟିଏମ୍ ତାଡି ବାପ ଓ ପୁଅ ଲୁଟ୍‌ ଉଦ୍ୟମ ବେଳେ ଧରାପଡ଼ିଥିଲେ । ପୂର୍ବରୁ ଏପରି ଲୁଟ ମାମଲା ସାମ୍ନାକୁ ଆସିଥିଲେ ମଧ୍ୟ ଏଯାଏଁ ଲୁଟେରାଙ୍କ ସୁରାକ ପାଉନି କମିଶନରେଟ ପୋଲିସ । ଏବେ କମିଶନରେଟ ପୋଲିସ ପକ୍ଷରୁ ପୋଲିସ ଅଧିକାରୀଙ୍କର ଅଦଳବଦଳ ହୋଇଛି । ତେବେ ଏହି ଚୋରଙ୍କୁ କାବୁ କରିବା ପାଇଁ କମିଶନରେଟ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 15, 2022, 12:06 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.