ETV Bharat / city

ରାଜଧାନୀରେ ମାତିଛନ୍ତି ପକେଟମାର: ବସରେ ଗହଳି ଦେଖି ଯାତ୍ରୀଙ୍କୁ ଲଗାଉଛନ୍ତି ଚୁନ

author img

By

Published : Dec 23, 2021, 8:34 PM IST

ବସରେ ଯାତ୍ରା କରୁଥିଲେ ହୁସିଆର । ହୋଇପାରନ୍ତି ଲୁଟର ଶିକାର। ପକେଟ ମାର ଲୁଟି ପାରନ୍ତି ସର୍ବସ୍ବ । କାରଣ ରାଜଧାନୀରେ ଧରାପଡିଛି ଏମିତି ଏକ ଗ୍ୟାଙ୍ଗ । ଅଧିକ ପଢନ୍ତୁ

ରାଜଧାନୀରେ ମାତିଛନ୍ତି ପକେଟମାର : ବସରେ ଗହଳି ଦେଖି ଯାତ୍ରୀଙ୍କୁ ଲଗାଉଛନ୍ତି ଚୁନ

ଭୁବନେଶ୍ବର : ବସରେ ଯାତ୍ରା କରୁଥିଲେ ହୁସିଆର । ହୋଇପାରନ୍ତି ଲୁଟର ଶିକାର । ପକେଟ ମାର ଲୁଟି ପାରନ୍ତି ସର୍ବସ୍ବ । କାରଣ ରାଜଧାନୀରେ ଧରାପଡିଛି ଏମିତି ଏକ ଗ୍ୟାଙ୍ଗ। ଯିଏ କି ବସଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ। ବିଭିନ୍ନ ବସ ଷ୍ଟପରେ ବସରେ ଚଢି ପ୍ରଥମେ ପକେଟ ମାର ପ୍ରତି ସାବଧାନ ହେବାକୁ କହୁଥିଲେ। ନିଜ ଜିନିଷ ନିଜେ ଦାୟିତ୍ବରେ ରଖନ୍ତୁ କହି ଲୋକଙ୍କୁ ପ୍ରଥମେ ସତର୍କ କରାଉଥିଲେ । ପରେ ସେହିଠାରୁ କେଉଁ ଲୋକ ପାଖରେ ଟଙ୍କା ବା ଦାମି ଜିନିଷ ଅଛି । ତାର ହାବଭାବରୁ ଜାଣି ପାରୁଥିଲେ । ପରେ ତିନି ଜଣିଆ ଗ୍ୟାଙ୍ଗର ସଦସ୍ୟ ବସରେ ଚଢି ପ୍ରଥମେ ଭିଡ କରାଉଥିଲେ ।

ଏପରିକି ଭିଡ ଭିତରେ ଆପଣ ପକେଟ ପ୍ରତି ସାବଧାନ ନ ଥିବା ବେଳେ ଏହି ମୌକାରେ ସୁବିଧା ଦେଖି ପର୍ସ ,ଓ୍ବାଲେଟ ଓ ମୂଲ୍ୟବାନ ଜିନିଷ ଧରି ଛୁ ମାରୁଥିଲେ। ଏମିତି ଢଙ୍ଗରେ ଅନେକ ସିଟି ବସରେ କଳାକନା ବୁଲାଉଥିଲେ। ଏପରି ଢଙ୍ଗରେ ବୁଧବାର ଦିନ ରୂପାଲି ଛକରେ ସିଟି ବସରେ କଟକରୁ ମାଷ୍ଟରକ୍ୟାଣ୍ଟିନ‌ ଯାଉଥିବା ଜଣେ ବସଯାତ୍ରୀ ନାରାୟଣ ମହାରଣାଙ୍କ ଠୁ ଏପରି ଢଙ୍ଗରେ ଗହଳି କରି ତାଙ୍କର ୬ ହଜାର ଟଙ୍କା ଲୁଟି ନେଇଥିଲେ।

ଏନେଇ ବସରେ ଧରାପଡିବା ପରେ ପୋଲିସର ଜିମା ଦେଇଥିଲେ। ପୋଲିସ ଅଭିଯୋଗକୁ ଆଧାର କରି କଟକ ବିଞ୍ଝାରପୁରର ସେକ ରାଜା ଓ ତାର‌ ଦୁଇ ସହଯୋଗୀଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ। ଏନେଇ ବିଶେଷ କରି ସିଟିବସ ଓ ଯାତ୍ରୀବାହୀ ବସରେ ଯାଉଥିଲେ ହୁସିଆର ଯାତାୟତ କରିବାକୁ ପକେଟମାର ପ୍ରତି ସାବଧାନ ରହିବାକୁ ପୋଲିସ ସତର୍କ କରାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.