ETV Bharat / city

ଲ୍ୟାମ୍ପସ୍ ଜରିଆରେ ଧାନ କ୍ରୟରେ ଅନିୟମିତତା ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

author img

By

Published : Mar 26, 2021, 5:27 PM IST

ଲ୍ୟାମ୍ପସ୍ ଜରିଆରେ ଧାନ କ୍ରୟରେ ହେଉଛି ଅନିୟମିତତା । ଏନେଇ ମୟୂରଭଞ୍ଜ କାପ୍ତିପଦା ଉପଖଣ୍ଡ ନୂଆସାହି ଜୟ ଯବାନ, ଜୟ କିଷାନ କୃଷକ ସଂଘର ସଭାପତି ଲୋକାୟୁକ୍ତଙ୍କ ନିକଟରେ କରିଛନ୍ତି ଅଭିଯୋଗ । ଏହାକୁ ଗମ୍ଭୀରତା ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଅଧିକ ପଢନ୍ତୁ...

ଲ୍ୟାମ୍ପସ୍ ଜରିଆରେ ଧାନ କ୍ରୟରେ ଅନିୟମିତତାର ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ବର: ଲ୍ୟାମ୍ପସ୍ ଜରିଆରେ ଧାନ କ୍ରୟରେ ହେଉଛି ଅନିୟମିତତା । ଏନେଇ ମୟୂରଭଞ୍ଜ କାପ୍ତିପଦା ଉପଖଣ୍ଡ ନୂଆସାହି ଜୟ ଯବାନ, ଜୟ କିଷାନ କୃଷକ ସଂଘର ସଭାପତି ଲୋକାୟୁକ୍ତଙ୍କ ନିକଟରେ କରିଛନ୍ତି ଅଭିଯୋଗ । ଏହାକୁ ଗମ୍ଭୀରତା ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ ।

ଅଭିଯୋଗ ଅନୁସାରେ, ଶାଳଚୁଆଁ ଲାମ୍ପସର ପରିଚାଳନା ନିର୍ଦ୍ଦେଶକ କୃଷକମାନଙ୍କ ଠାରୁ ଧାନ କ୍ରୟ ସମୟରେ କ୍ବିଣ୍ଟାଲ ପିଛା ୧୦ କି.ଗ୍ରା ବେଆଇନ୍ ଭାବେ କଟନି ଛଟନି କରୁଛନ୍ତି । ଏହାସହ କାପ୍ତିପଦା ଲାମ୍ପସ୍ ଏବଂ ଜାମୁଡିହା ଲାମ୍ପସ୍‌ରେ ଅନୁରୂପ ଭାବେ ଧାନ ହିସାବରୁ କାଟି ଦିଆଯାଉଛି ।

ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଲୋକାୟୁକ୍ତ । ଏନେଇ ଶାଳଚୁଆଁ, କାପ୍ତିପଦା ଏବଂ ଜାମୁଡିହା ଲାମ୍ପସ୍‌ର ପରିଚାଳନା ନିର୍ଦ୍ଦେଶକ ଓ ତାଙ୍କ ସହଯୋଗୀଙ୍କ ବରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଓଡିଶା ଲୋକାୟୁକ୍ତ ଅଧିନିୟମ - ୨୦୧୪ର ଉପଧାରା ୨୦ ( ୨ ) ଅନୁଯାୟୀ ପ୍ରାଥମିକ ତଦନ୍ତ କରି ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.