ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ଦେଖାଦେଇଛି ପଙ୍ଗପାଳ ଚିନ୍ତା । ଏହି ପଙ୍ଗପାଳଙ୍କୁ ରୋକିବା ପାଇଁ କୃଷି ମନ୍ତ୍ରୀ ଏନେଇ ଚାଷୀଙ୍କ ପାଇଁ ପରାମର୍ଶ ଦେଇଛନ୍ତି । କୃଷି ମନ୍ତ୍ରୀ କହିଛନ୍ତି ଯେ ଆଫ୍ରିକାରୁ ସୃଷ୍ଟ ଏହି ପଙ୍ଗପାଳ ଇରାନ ଓ ପାକିସ୍ତାନ ସୀମାପଟୁ ରାଜସ୍ଥାନର ଝାନସୀ ବାଟ ଦେଇ ଏହି ପଙ୍ଗପାଳ ଦେଶ ମଧ୍ୟକୁ ପ୍ରବେଶ କରିବା ପରେ ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପ୍ରବେଶ କରିଛନ୍ତି । ଓଡ଼ିଶାରେ ପହଞ୍ଚିବା ନେଇ ଆଶଙ୍କା ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।
ଏନେଇ ସତର୍କ ରହିବା ପାଇଁ ସେ କହିଛନ୍ତି । ଏହାସହ ଏକର ପିଛା ୨୦୦ ଲିଟର ନିମ୍ବପାଣି ସିଞ୍ଚନ ପାଇଁ ସେ କହିଛନ୍ତି । ଏହାସହ ବଜାରରେ ମିଳୁଥିବା ପିପିଏମର କୀଟନାଶକ ବ୍ୟବହାର ପାଇଁ ସେ ପରାମର୍ଶ ଦେଇଛନ୍ତି । ଯଦି ପଙ୍ଗପାଳ ଜମିରେ ପସିଛନ୍ତି ଟିଣ ବାଡେଇ କିମ୍ବା କଣ୍ଟା ଡାଳରେ ବାଡେଇ ଘଉଡେଇବା ପାଇଁ ସେ କହିଛନ୍ତି । ଚାଷୀ ମାନେ ନଡରିବା ପାଇଁ କୃଷିମନ୍ତ୍ରୀ କହିଛନ୍ତି ।
କୃଷି ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି । ପଙ୍ଗପାଳ ମୁକାବିଲା ନେଇ କୃଷି ବିଭାଗ ପକ୍ଷରୁ ଏକ ଆଡଭାଇଜରି ହୋଇଯାଇଛି । ପଙ୍ଗପାଳ ସମ୍ପର୍କରେ ଓୟୁଏଟି ଡିନ ଲଳିତ ମୋହନ ଗଡ଼ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଓଡ଼ିଶା ଇତିହାସରେର ପଙ୍ଗପାଳ କେବେ ଏଠାକୁ ଆସିନାହାନ୍ତି । ଚାଷୀମାନେ ଏଥିପାଇଁ ବିଚଳିତ ନହେବାକୁ ସେ କହିବା ସହ ପ୍ରତିଷେଧକଭାବେ ନିମ ତେଲ ଫସଲରେ ସିଞ୍ଚନ କରିବାକୁ ପରାମର୍ଶ ଦେଇଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ