ETV Bharat / city

ବଢିବ କି ଲକଡାଉନ ? କଣ କହୁଛନ୍ତି ପ୍ରମୁଖ ରାଜନୈତିକ ଦଳର ନେତା - ଲକଡାଉନ

ଦେଶ ହେଉ କିମ୍ବା ରାଜ୍ୟ ଦିନକୁ ଦିନ ବୃଦ୍ଧି ଘଟୁଛି କୋରୋନା ମାମଲା । ଏପରି ସ୍ଥିତିରେ ଲକଡାଉନ ଆଗକୁ ବୃଦ୍ଧି ଘଟିବା ଉଚିତ କି ଅନୁଚିତି ? ତାହାକୁ ନେଇ କଣ ରହିଛି ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ପ୍ରତିକ୍ରିୟା । ପଢନ୍ତୁ ଅଧିକ ଖବର...

ବଢିବ କି  ଲକଡାଉନ, କଣ କହୁଛନ୍ତି ପ୍ରମୁଖ ରାଜନୈତିକ ଦଳର ନେତା

author img

By

Published : Jun 27, 2020, 9:19 PM IST

ଭୁବନେଶ୍ବର: ବଢୁଛି କୋରୋନା, ଦେଶ ହେଉ ଅବା ରାଜ୍ୟ ଧିରେ ଧିରେ କୋରୋନା ତାର କାୟା ବିସ୍ତାର କରି ଚାଲିଛି । ଓଡ଼ିଶାରେ କୋରୋନା ୬ ହଜାରରୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ଦେଶରେ 5ଲକ୍ଷରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କଲାଣି କରୋନା । ଏହା ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧା ପାଲଟିଛି। ସେଥିପାଇଁ ବାରମ୍ବାର ବଦଳୁଛି କଟକଣା ଷ୍ଟାଇଲ ।

ବଢିବ କି ଲକଡାଉନ, କଣ କହୁଛନ୍ତି ପ୍ରମୁଖ ରାଜନୈତିକ ଦଳର ନେତା

ଏପରିକି ରାଜ୍ୟ ମଧ୍ୟରେ ବିଭିନ୍ନ ଜିଲ୍ଲାରୁ ଆସିଲେ ମଧ୍ୟ କ୍ୱାରେଣ୍ଟଇନରେ ରହିବାକୁ କୁହାଯାଇଛି । ଭୁବନେଶ୍ୱର କୁ ହଟସ୍ପଟ 5 ଜିଲ୍ଲାରୁ ଆସିଲେ 14 ଦିନ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । ଗଞ୍ଜାମ, କଟକ, ଯାଜପୁର, ଗଜପତି, ବାଲେଶ୍ୱର, କଟକରୁ ଭୁବନେଶ୍ୱର ବସ୍ତିକୁ ଆସୁଥିବା ବ୍ୟକ୍ତି ମାନଙ୍କୁ 14 ଦିନ କ୍ୱାରେଣ୍ଟଇନ ବାଧ୍ୟତା ମୂଳକ କରିଛନ୍ତି ସରକାର । ବାରମ୍ବାର କ୍ୱାରେଣ୍ଟାଇନ ଅବଧି ଓ ନିୟମ ଅଦଳବଦଳକୁ ନେଇ ବିରୋଧୀ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହା ଭିତରେ ଲକଡାଇନ ନିୟମରେ ମଧ୍ୟ କୋହଳ ହେଇଛି । ଆଗକୁ ଆହୁରି ଲକଡାଇନ ବଢିବ କି ଏନେଇ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ରଖିଛନ୍ତି ପ୍ରତିକ୍ରିୟା ।

ଳକଡାଉନ ବୃଦ୍ଧିକୁ ରାଜନୈତିକ ଦୃଷ୍ଟି କୋଣରୁ ନଦେଖିବା ଭଲ ବୋଲି କହିଛନ୍ତି ବିଜେପି ନେତା ପୃଥୀରାଜ ହରିଚନ୍ଦନ । ଲକଡାଉନ ଠିକ୍ ଭାବେ ଲାଗୁହୋଇଛି ବୋଲି ଆମେ ସୁରକ୍ଷିତ ଅଛୁ ।ଦେଶରେ ପ୍ରଧାନମନ୍ତ୍ରୀ ମୋଦି ଲକଡାଇନକୁ ଲଗାଇଥିଲେ ବୋଲି ଦେଶରେ ଆଜି ମୃତ୍ୟୁ ହାର କମ, ଆକ୍ଟିଭ କେସ୍ ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ । ଆଗକୁ ମଧ୍ୟ ପଦକ୍ଷେପ ନିଆଯିବ କିଛି ଅସୁବିଧା ନାହିଁ ବୋଲି ସେ କହିଛନ୍ତି । ସେପଟେ ରାଜ୍ୟ ସରକାରଙ୍କ ଲକଡାଉନ ପ୍ରକ୍ରିୟା ଏବଂ କୋରୋନା ମୁକାବିଲାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏପରିକି କ୍ଵାରେଣ୍ଟାଇନ ନିୟମ କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ପୃଥ୍ବୀରାଜ ।

ସେପଟେ କଂଗ୍ରେସ ନେତା କହିଛନ୍ତି ଯେ , ଲୋକଙ୍କୁ ହଇରାଣ କରୁଛନ୍ତି । କଟକଣା ହଟେଇ ଦବା କଥା, ଅଧିକ ଟେଷ୍ଟିଂ କରିବା କଥା, ଲୋକେ ମାନୁଛନ୍ତି ନିଜ ଜୀବନ ରକ୍ଷା ପାଇଁ , ସରକାରଙ୍କ ମ୍ୟାନେଜମେଣ୍ଟ ଠିକ୍ ନଥିବା କହିଛନ୍ତି ସୁର ରାଉତରାୟ । ସରକାର ୧୫ ହଜାର ଟେଷ୍ଟିଂ କଥା କହୁଥିଲେ କିନ୍ତୁ ୨ ହଜାର ରୁ ଅଧିକ ଟେଷ୍ଟିଂ ହେଉନି ବୋଲି ଅଭିଯୋଗ କରିଛନ୍ତି ସୁର । ସେପଟେ ବିରୋଧୀଙ୍କ ଅଭିଯୋଗ ର ଜବାବ ରଖିଛି ଶାସକ ବିଜେଡ଼ି । ଦଳର ବରିଷ୍ଠ ବିଧାୟକ ଅମର ଶତପଥି କହିଛନ୍ତି ଆଇସିଏମଆର ଗାଇଡ଼ଲାଇନକୁ ସରକାର ପାଳନ କରୁଛନ୍ତି । ପରିସ୍ଥିତି କୁ ଦୃଷ୍ଟିରେ ରଖି ଯାହା ଆବଶ୍ୟକ ସରକାର ସେ ନିଷ୍ପତ୍ତି ନେଉଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.