ETV Bharat / city

ନଭେମ୍ବର ଯାଏଁ କଟକଣା ଜାରି ରହିବା ଆବଶ୍ୟକ: ସ୍ବାସ୍ଥ୍ୟ ବିଶେଷଜ୍ଞ

author img

By

Published : Jul 4, 2021, 4:35 PM IST

ସାମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ନଭେମ୍ବର ମାସ ପର୍ଯ୍ୟନ୍ତ କଟକଣା ଜାରି ରହିବା ଆବଶ୍ୟକ । ଟିକା ପାଇଁ ଅନାଗ୍ରହ ବ୍ୟକ୍ତି ତୃତୀୟ ଲହର ସଂକ୍ରମଣର ସୁପରସ୍ପେଡର ହେବେ । ଅଧିକ ପଢନ୍ତୁ...

ନଭେମ୍ବର ଯାଏଁ କଟକଣା ଜାରି ରହିବା ଆବଶ୍ୟକ: ସ୍ବାସ୍ଥ୍ୟ ବିଶେଷଜ୍ଞ
ନଭେମ୍ବର ଯାଏଁ କଟକଣା ଜାରି ରହିବା ଆବଶ୍ୟକ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ବର: ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ଲାଗି ରହିଛି ଭୟାବହତା । ତେବେ ଏହାକୁ ଦୃଷ୍ଟିରେ ରଖି ନଭେମ୍ବର ମାସ ପର୍ଯ୍ୟନ୍ତ କଟକଣା ଜାରି ରହିବା ଆବଶ୍ୟକ । ଟୀକାକରଣ ଶେଷ କରିବା ତୃତୀୟ ଲହର ମୁକାବିଲାର ମୂଳମନ୍ତ୍ର ହେବା ଦରକାର ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ଏଥିସହ ଟିକା ନେବା ପାଇଁ ଅନାଗ୍ରହ ବ୍ୟକ୍ତିମାନେ ତୃତୀୟ ଲହର ସଂକ୍ରମଣର ସୁପରସ୍ପେଡର ହେବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ସାବଧାନ କରିଛନ୍ତି ।

ନିରୋଜ ମିଶ୍ର କହିଛନ୍ତି ଯେ, ତୃତୀୟ ଲହର ନେଇ କେନ୍ଦ୍ର ସରକାରଙ୍କ କୋଭିଡ-19 ପରାମର୍ଶ ଦାତା କମିଟି ତାହାର ରିପୋର୍ଟ ପ୍ରଦାନ କରିଛି । ଏହି କମିଟି ସମସ୍ତ ରାଜ୍ୟମାନଙ୍କୁ ସଚେତନ କରିଛନ୍ତି । ସମ୍ଭାବ୍ୟ ତୃତୀୟ ଲହର ନେଇ ତିନୋଟି ସିନାରିଓ ଦେଇଛି ପ୍ୟାନେଲ । ସେମାନଙ୍କ ଆକଳନ ଅନୁଯାୟୀ ଆସନ୍ତା ଅଗଷ୍ଟ ମାସରେ କଟକଣା କୋହଳ କରାଯିବାର ସମ୍ଭାବନା ଥିବାରୁ ସଂକ୍ରମଣ ବଢିବାର ଆଶଙ୍କା ରହିଛି ।

ପ୍ରଥମ ସିନାରିଓ ଅନୁଯାୟୀ 50 ହଜାରରୁ 1 ଲକ୍ଷ ଭିତରେ ଦୈନିକ ସଂକ୍ରମଣ ରହିବାର ଆଶଙ୍କା କରାଯାଉଛି । ତୃତୀୟ ଲହର ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ପିକ ନେବ । ଦ୍ବିତୀୟ ସିନାରିଓ ମୁତାବକ ଟିକା 20 ପ୍ରତିଶତ କମ୍ ପ୍ରଭାବଶାଳୀ ରହିବ । ଦୈନିକ ସଂକ୍ରମଣ 1 ଲକ୍ଷରୁ ଊର୍ଦ୍ଧ୍ବ ରହିବ । ତୃତୀୟ ସିନାରିଓ ଅନୁଯାୟୀ ଯଦି ସବୁଠାରୁ ଖରାପ ସିନାରିଓ କେସରେ ନୂଆ ଭ୍ୟାରିଆଣ୍ଟ ଆସିଲା, ତେବେ ଏହାର ଅଧିକ ସଂକ୍ରମଣ କ୍ଷମତା ରଖିବ । ଫଳରେ ଦେଢ ଲକ୍ଷରୁ ଦୁଇ ଲକ୍ଷ ଦୈନିକ ସଂକ୍ରମଣ ମାମଲା ଦେଖାଯିବ । ଯଦି ଅଗଷ୍ଟ ମାସରେ ସମ୍ପୂର୍ଣ୍ଣ କଟକଣା କୋହଳ ହେବ ତେବେ ଏଭଳି ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା କରିଛନ୍ତି । ତେଣୁ ଆସନ୍ତା ମାସରେ କଟକଣା କୋହଳ ନ କରିବା ଉଚିତ୍ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

ଅଧିକାଂଶ ଲୋକେ ଟିକା ନ ନେବା ଯାଏଁ ଏହିପରି କଟକଣା ଜାରି ରଖିବା ଉଚିତ୍ । ଯଦି ଦ୍ରୁତ ଟୀକାକରଣ ହେବ ତେବେ ତୃତୀୟ ଲହରର ସଂକ୍ରମଣ କମ୍ ରହିବ । ତେଣୁ କୋଭିଡ କଟକଣା ଏବଂ ଭିଡକୁ ଏଡାଇଲେ ତୃତୀୟ ଲହରରୁ ବର୍ତ୍ତୀ ହେବ ବୋଲି କୋଭିଡ-19 ପରାମର୍ଶ ଦାତା କମିଟି ସୂଚନା ଦେଇଛି । ICMR ଅଧ୍ୟୟନ କହୁଛି ଯେ କୋଭିଡ ହୋଇଥିବା ଲୋକ ଗୋଟିଏ ଡୋଜ ଟିକା ନେଲେ ତାହାର ଇମ୍ୟୁନିଟି ପାୱାର ବହୁତ ଲମ୍ବା ରହିପାରେ । ଯେଉଁମାନେ ପୂର୍ବରୁ କୋଭିଡ ସଂକ୍ରମିତ ହୋଇଛନ୍ତି ସେହିମାନଙ୍କ କ୍ଷେତ୍ରରେ ଟିକା ଅଧିକ କାମ କରୁଛି । ଟିକା ନେବାକୁ ଅନାଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତିମାନେ ଭାଇରସ ନୂଆ ମ୍ୟୁଟାଣ୍ଟର ରୂପ ନେବା ପାଇଁ ଏମାନେ ମୁଖ୍ୟ କାରଣ ସାଜିବେ । ଏମାନଙ୍କ ଦ୍ୱାରା ଭାଇରସର ନୂଆ ମ୍ୟୁଟେସନ ହେବାର ଅଧିକ ସମ୍ଭାବନା ରହିଛି । ତେଣୁ ଆମେ ସମସ୍ତେ ଟିକା ନେବା ନିହାତି ଜରୁରୀ । ଏହା ଦ୍ୱାରା ମହାମାରୀରୁ ମୁକ୍ତି ପାଇ ପାରିବା ବୋଲି ନିରୋଜ ମିଶ୍ର କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.