ETV Bharat / city

'ଅଗଷ୍ଟ ପହିଲାରୁ ଦୋକାନ ବଜାର ସବୁ ଖୋଲୁ' - ଲକଡାଉନ ନେଇ ସୁରଙ୍କ ପ୍ରତିକ୍ରିୟା

ଅଗଷ୍ଟ ପହିଲାରେ ସରିବ ରାଜ୍ୟର ଆଂଶିକ ଲକଡାଉନ ଅବଧି । ସରକାର ସମ୍ପୂର୍ଣ୍ଣ କଟକଣା ହଟାଇ ଦୋକାନ ବଜାରଠୁ ଆରମ୍ଭ କରି ସିନେମା ହଲ ଯାଏଁ ସବୁ କିଛି ଖୋଲିବାକୁ ଅନୁମିତ ଦିଅନ୍ତୁ ବୋଲି କହିଲେ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢନ୍ତୁ...

'ଅଗଷ୍ଟ ପହିଲାରୁ ଦୋକାନ ବଜାର ସବୁ ଖୋଲୁ'
'ଅଗଷ୍ଟ ପହିଲାରୁ ଦୋକାନ ବଜାର ସବୁ ଖୋଲୁ'
author img

By

Published : Jul 28, 2021, 9:41 PM IST

ଭୁବନେଶ୍ବର: ଅଗଷ୍ଟ 1 ତାରିଖରେ ରାଜ୍ୟରେ ଆଂଶିକ ଲକଡାଉନ ଅବଧି ଶେଷ ହେବାକୁ ଯାଉଛି । ଆଗକୁ ଲକଡାଉନ ଅବଧି ବଢିବ ନାଁ ସମ୍ପୂର୍ଣ୍ଣ ଭାବେ କଟକଣା ଉଠିବ ସେ ନେଇ ସଂଶୟ ଲାଗି ରହିଛି । ମହାମାରୀ ଜନିତ ଏହି ଲକଡାଉନ କଟକଣା ଯୋଗୁଁ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ସରକାର ପ୍ରଭାବିତଙ୍କ ଗୁଜୁରାଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

'ଅଗଷ୍ଟ ପହିଲାରୁ ଦୋକାନ ବଜାର ସବୁ ଖୋଲୁ'

ଲକଡାଉନ କଟକଣା ଯୋଗୁଁ ଛୋଟ ଛୋଟ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି କଳାକର ପର୍ଯ୍ୟନ୍ତ ଖୁବ୍ ପ୍ରଭାବିତ ହୋଇଛନ୍ତି । ଏନେଇ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ଅଗଷ୍ଟ ପହିଲାର ସମୂର୍ଣ୍ଣ ରୂପେ ଲକଡାଉନ ହଟାଯାଉ । ଦୋକାନ ବଜାର, ସମସ୍ତ ଶିକ୍ଷାନୁଷ୍ଠାନ, ମଲ, ସିନେମା ହଲ ସବୁ କିଛି ଖୋଲାଯାଉ । ଲୋକଙ୍କୁ ସ୍ବାଧୀନତା ଦିଆଯାଉ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.