ETV Bharat / city

'କୋରୋନା ଯୁଦ୍ଧର ଚତୁର୍ଥ ପର୍ଯ୍ୟାୟରେ ପ୍ରତି ଘରର ସଦସ୍ୟ ହେବେ କର୍ଣ୍ଣଧାର' - Lockdown relaxsation

କୋରୋନାକୁ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ବିବୃତ୍ତି । ଜୀବନକୁ ରକ୍ଷା ପାଇଁ ଜୀବିକାକୁ ବଞ୍ଚାଇବାକୁ ପଡିବ । ଏଥିପାଇଁ କୋହଳ ହୋଇଛି ଲକଡାଉନ । ଲକଡାଉନ କୋହଳର ଅର୍ଥ ନୁହେଁ କୋରୋନା ଚାଲିଗଲା । ଅଧିକ ପଢନ୍ତୁ...

'କୋରୋନା ଯୁଦ୍ଧର ଚତୁର୍ଥ ପର୍ଯ୍ୟାୟରେ ପ୍ରତି ଘରର ସଦସ୍ୟ ହେବେ କର୍ଣ୍ଣଧାର'

author img

By

Published : Jun 6, 2020, 8:04 PM IST

ଭୁବନେଶ୍ବର: କୋରୋନା ମୁକାବିଲାରେ ଜୁନ ମାସ ଗୁରୁତ୍ବପୂର୍ଣ୍ଣ ବୋଲି ନିଜ ବିବରଣୀରେ କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ସୁବ୍ରତ କହିଛନ୍ତି, ଜୁନ ମାସରେ କୋରୋନାର ଆସନ୍ନ ପରିସ୍ଥିତିକୁ ନେଇ ନିର୍ଣ୍ଣାୟକ ପଦକ୍ଷେପ ନିଆଯିବ । ଲକଡାଉନ କୋହଳର ଅର୍ଥ ନୁହେଁ କରୋନା ଚାଲିଗଲା । କୋରୋନାର ଅସଲ ଯୁଦ୍ଧ ଏବେବି ବାକି ରହିଛି । ସମସ୍ତଙ୍କୁ ଶୃଙ୍ଖଳାରେ ରହିବାକୁ ପଡିବ । ଲକଡାଉନ ହେଉ ଅବା ସଟଡାଉନ, ସମସ୍ତ ସରକାରୀ ନିୟମ ମାନି ଏହି ସଂକ୍ରମଣରୁ ଦୁରେଇ ରହିବା ଆବଶ୍ୟକ । ତେବେ କୋରୋନା ଯୁଦ୍ଧର ଚତୁର୍ଥ ପର୍ଯ୍ୟାୟରେ ପ୍ରତି ଘରର ସଦସ୍ୟ କର୍ଣ୍ଣଧାର ହେବେ ବୋଲି କହିଛନ୍ତି ସୁବ୍ରତ ।

'କୋରୋନା ଯୁଦ୍ଧର ଚତୁର୍ଥ ପର୍ଯ୍ୟାୟରେ ପ୍ରତି ଘରର ସଦସ୍ୟ ହେବେ କର୍ଣ୍ଣଧାର'

ସୁବ୍ରତ କହିଛନ୍ତି ଯେ ରାଜ୍ୟକୁ ଏବେ ପର୍ଯ୍ୟନ୍ତ 5 ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଆସିଛନ୍ତି । ଏହି ଜୁନ ମାସ ରାଜ୍ୟବାସୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । କୋରନାର ସ୍ଥିତି ଏହି 15 ଦିନ ଭିତରେ ଜଣାପଡିବ । ମାସଟି 30 ଦିନ । ଦିନକୁ 24 ଘଣ୍ଟା ଅର୍ଥାତ 720 ଘଣ୍ଟା ଆମକୁ କୋରୋନାଠାରୁ ଦୁରେଇ ରହିବାକୁ ପଡିବ । ଏହି 720 ଘଣ୍ଟାରୁ ଜଣେ ଯଦି ଦିନକୁ ଦଶ ଘଣ୍ଟା ବାହାରକୁ ନଯାଏ ଏବଂ ସପ୍ତାହକୁ ଦୁଇ ଦିନ ଶନିବାର ଓ ରବିବାର ଘରେ ରୁହେ, ତେବେ 720 ଘଣ୍ଟାରୁ 492 ଘଣ୍ଟା ଜଣେ କୋରୋନାଠାରୁ ସୁରକ୍ଷିତ ରହିପାରିବେ ।

ସୁବ୍ରତ ନିଜ ବିବୃତ୍ତିରେ କହିଛନ୍ତି ଯେ ଅଳ୍ପ ଦିନ ପରେ ମୌସୁମୀ ଆସିଯିବ । ମୌସୁମୀ ବର୍ଷା ଯୋଗୁଁ ଥଣ୍ଡା ଜ୍ବର ହେବାର ସମ୍ଭାବନା ବଢିବ । ଏଥିପାଇଁ ସତର୍କତାର ସହିତ ରହିବା ଉଚିତ । କୋରୋନାର ପ୍ରତିରୋଧ ଅଛି, କିନ୍ତୁ ଏହାର ପ୍ରତିଷେଧକ ନାହିଁ । ଏହା ଦ୍ରୁତଗତିରେ ବ୍ୟାପୁଛି । 60 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଅଧିକ ସତର୍କ ରହିବାକୁ ହେବ । ସାମାଜିକ ଦୂରତାକୁ ବୟସ୍କ ବ୍ୟକ୍ତି ଅଧିକ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ବାଗ୍‌ଚୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.