ETV Bharat / city

ରାଜଧାନୀରେ ଲକଡାଉନ ପ୍ରଭାବହୀନ ! - ଭୁବନେଶ୍ବର ଲକଡାଉନ ପ୍ରଭାବହୀନ

ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜୁନ ୧ ତାରିଖ ଠାରୁ ସାରା ରାଜ୍ୟରେ ଆରମ୍ଭ ହେଲା ଲକଡାଉନ 3.0। ଲୋକମାନେ ଘରୁ ବାହାରିବା ପାଇଁ ଜାରି ହୋଇଛି କଟକଣା । ହେଲେ ରାଜଧାନୀର କିଛି ଦୃଶ୍ୟ ସୃଷ୍ଟି କରୁଛି ଭ୍ରମ । ଅଧିକ ପଢନ୍ତୁ...

ରାଜଧାନୀରେ ଲକଡାଉନ ପ୍ରଭାବହୀନ !
ରାଜଧାନୀରେ ଲକଡାଉନ ପ୍ରଭାବହୀନ !
author img

By

Published : Jun 2, 2021, 9:35 AM IST

ଭୁବନେଶ୍ବର: ଏ ହେଉଛି ଭୁବନେଶ୍ବରର କଳ୍ପନା ଛକ ପେଟ୍ରୋଲ ପମ୍ପ । ଦେଖନ୍ତୁ ଦିନ ୧ଟା ବେଳେ ଏଠି ଲାଇନରେ ଲୋକେ ତେଲ ପକାଉଛନ୍ତି। ଖାଲି ପେଟ୍ରୋଲ ପମ୍ପ ନୁହେଁ ଭୁବନେଶ୍ବରର ବିଭିନ୍ନ ଛକ ଉପରେ ଧାଡ଼ିକି ଧାଡି ଗାଡି ଲକଡାଉନରେ ଭ୍ରମ ସୃଷ୍ଟି କରୁଛି । ଲାଗୁଛି ଏହା ଲକଡାଉନ ୩.0 ର ଦୃଶ୍ୟ ନୁହେଁ ବରଂ ଏହା କୌଣସି ସ୍ବଭାବିକ ଦିନର ଦୃଶ୍ୟ।

ରାଜଧାନୀରେ ଲକଡାଉନ ପ୍ରଭାବହୀନ !

ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜୁନ ୧ ତାରିଖ ଠାରୁ ସାରା ରାଜ୍ୟରେ ଆରମ୍ଭ ହେଲା ଲକଡାଉନ 3.0। ଲୋକମାନେ ଘରୁ ବାହାରିବା ପାଇଁ ଜାରି ହୋଇଛି କଟକଣା । ହେଲେ ଏଭଳି ସ୍ଥିତିରେ ଚାରିଆଡେ ଲୋକ କୋଭିଡ ନିୟମକୁ ବେଖାତିର କରୁଛନ୍ତି ।

ଖୁଲମଖୁଲା ନିୟମ ଉଲ୍ଲଙ୍ଘନ କରୁଛନ୍ତି ସାଧାରଣ ଲୋକେ। ଫାଇନ ଆଦାୟ ଆଳରେ ଚୁପ ବସିପଡୁଛି ସ୍ଥାନୀୟ ପ୍ରଶାସନ। ଏଠି ବଡ ପ୍ରଶ୍ନ ଉଠିଛି ଯଦି ଲକଡାଉନ ଲୋକେ ମାନୁଛନ୍ତି ତେବେ ଭୁବନେଶ୍ବରରେ ସଂକ୍ରମଣ କାହିଁକି କମୁନାହିଁ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.