ETV Bharat / city

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସତର୍କତା, ସଂକ୍ରମଣ ବିଗିଡିଲେ ରାଜ୍ୟକୁ ପୁଣି ଫେରିବ ଲକଡାଉନ

କୋରୋନା ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ରାଜ୍ୟବାସୀଙ୍କୁ ସତର୍କ କରାଯିବା ସହ ଆବଶ୍ୟକ ପଡ଼ିଲେ ଲକଡାଉନ ପରି କଠୋର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି । ଟେଷ୍ଟିଂ ଓ ଟୀକାକରଣ ଉପରେ ଗୁରୁତ୍ବ ଦେଉଛି ସ୍ବାସ୍ଥ୍ୟବିଭାଗ ।

ରାଜ୍ୟକୁ  ପୁଣି ଫେରିପାରେ ଲକଡାଉନ
ରାଜ୍ୟକୁ ପୁଣି ଫେରିପାରେ ଲକଡାଉନ
author img

By

Published : Feb 22, 2021, 7:44 PM IST

ଭୁବନେଶ୍ବର: ରାଜ୍ୟକୁ ଡରେଇଲାଣି କୋରୋନା ସଂକ୍ରମଣ । ସତର୍କ ସହ ସଚେତନକୁ ସରକାର ଦେଉଛନ୍ତି ଗୁରୁତ୍ବ । କୋରୋନା ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ରାଜ୍ୟବାସୀଙ୍କୁ ସତର୍କ କରାଯିବା ସହ ଆବଶ୍ୟକ ପଡ଼ିଲେ ଲକଡାଉନ ପରି କଠୋର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି । ଟେଷ୍ଟିଂ ଓ ଟୀକାକରଣ ଉପରେ ଗୁରୁତ୍ବ ଦେଉଛି ସ୍ବାସ୍ଥ୍ୟବିଭାଗ ।

ରାଜ୍ୟକୁ ପୁଣି ଫେରିପାରେ ଲକଡାଉନ

ସେପଟେ ସଂକ୍ରମଣ ଆଶଙ୍କା ଥିବା ଅଞ୍ଚଳରେ ଚେକିଂ ସହ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଅଣ୍ଟା ଭିଡ଼ିଛି ପ୍ରଶାସନ । ମହାରାଷ୍ଟ୍ର ସମେତ ପଡୋଶୀ ରାଜ୍ୟମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗମନାଗମନ ସ୍ବାଭାବିକ ହୋଇଥିବାରୁ ଓଡ଼ିଶାରେ ସଂକ୍ରମଣ ବଢିବାର ଆଶଙ୍କା ସୃଷ୍ଟି ହେଲାଣି ।

ସଂକ୍ରମଣରେ ବ୍ରେକ ଲଗାଇଇବା ଲାଗି ମହାରାଷ୍ଟ୍ରର କିଛି ଜିଲ୍ଲାରେ ଲକଡାଉନ ଘୋଷଣା କରିଛନ୍ତି ସରକାର। ସଂକ୍ରମଣ ବଢିବା ଆଶଙ୍କା କରି ସତର୍କ ହେଲେଣି ଓଡିଶା ସରକାର । ଲୋକଙ୍କୁ ସଚେତନ କରିବା ସହ ସ୍ଥିତି ଉପରେ କଡା ନଜର ରଖିଛନ୍ତି ସରକାର ।

ଏହାସହ ପରିସ୍ଥିତି ବିଗିଡିଲେ ଲକଡାଉନ ପରି କଠୋର ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛନ୍ତି ସରକାର । ସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲେ ଏ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ।

ସେପଟେ ଟେଷ୍ଟିଂ ସହ ଟୀକାକରଣ ଉପରେ ଗୁରୁତ୍ବ ଦେଉଛି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ । ରାଜ୍ୟର ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ବ୍ୟାପକ ଓ ଶୀଘ୍ର କରିବା ପ୍ରକ୍ରିୟା ଜୋର କରିଛି ବିଭାଗ । ମାର୍ଚ୍ଚ ମାସରୁ ସପ୍ତାହରେ 4 ଦିନ ଟୀକା ଦେବାକୁ ନିଷ୍ପତ୍ତି ନେଇଛି ବିଭାଗ । ଏଥି ସହ ଟୀକାକରଣର ସେସନ ସାଇଟ ବଢାଇବାକୁ ନିଷ୍ପତ୍ତି ନେଇଛି ସ୍ବାସ୍ଥ୍ୟ ବିଭାଗ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.