ETV Bharat / city

କମୁଛି ସଂକ୍ରମଣ, ତଥାପି ସମ୍ପୂର୍ଣ୍ଣ ହଟି ନପାରେ ଲକଡାଉନ - lockdown in odisha

କଣ ରହିପାରେ ଜୁଲାଇ ଗାଇଡଲାଇନ ? ରାଜ୍ୟରୁ ହଟିବ କି ସମ୍ପୂର୍ଣ୍ଣ କଟକଣା । ଏନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । ଅଧିକ ପଢନ୍ତୁ...

କମୁଛି ସଂକ୍ରମଣ, ତଥାପି ସମ୍ପୂର୍ଣ୍ଣ ହଟି ନପାରେ ଲକଡାଉନ

author img

By

Published : Jun 30, 2021, 10:51 AM IST

ଭୁବନେଶ୍ବର: ଆଜି ଲକଡାଉନ ଅବଧିର ଶେଷଦିନ । ଆସନ୍ତାକାଲି( ଗୁରୁବାର) ସକାଳ 6ଟାରେ ସରୁଛି ଲକଡାଉନ ସରୁଛି ଅବଧି । ଗୋଟେ ପଟେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଥିବା ବେଳେ କଟକଣାକୁ ନେଇ କଣ ରହିବ ସରକାରଙ୍କ ପଦକ୍ଷେପ । ରାଜ୍ୟରେ ଲକଡାଉନ ଅବଧି ଆହୁରି ବଢିବ ନା ସରକାର କଟକଣା କୋହଳ କରିବେ ସେଥିପାଇଁ କଳ୍ପନାଜଳ୍ପନା ଲାଗି ରହିଛି ।

ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ହାର 5 ପ୍ରତିଶତ ରହିଛି । କିଛି ଜିଲ୍ଲାରେ ଲକଡାଉନ କାମ ଦେଉଥିବା ବେଳେ ଏବେବି ଅନେକ ଜିଲ୍ଲାରେ ଉପରମୁହାଁ ରହିଛି କୋରୋନା ଗ୍ରାଫ । ଯାହା ଏବେବି ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମୁଖ୍ୟତଃ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ସଂକ୍ରମଣ ଅଧିକ ରହିଥିବାରୁ ଏହି ଜିଲ୍ଲା ଗୁଡିରେ କଟକଣା କୋହଳ ଆଶା କ୍ଷୀଣ । ପୂର୍ବରୁ ଉପକୂଳ ଜିଲ୍ଲାରେ ସକାଳ ୬ରୁ ଦିନ 1ଟା ଓ ପଶ୍ଚିମ ଓଡ଼ିଶାରେ ଅପରାହ୍ଣ ୫ଟା ଯାଏଁ କୋହଳ ହୋଇଛି କଟକଣା ।

ଏପଟେ ଦେଶରେ ଅଧିକାଂଶ ରାଜ୍ୟ ଅନଲକ ପ୍ରକ୍ରିୟା ଆରମ୍ଭ କରି ସାରିଲେଣି । କିଛି ରାଜ୍ୟରେ ଜିମ୍‌, ମଲ୍‌, ବସ୍‌ ସେବା 50 ପ୍ରତିଶତ ଲୋକଙ୍କୁ ନେଇ ଚାଲିବା ଆରମ୍ଭ ହୋଇସାରିଲାଣି । ଏହାକୁ ଦୃଷ୍ଟିରେ ରଖି ସରକାର ବି ଆମ ରାଜ୍ୟ ନିଷ୍ପତ୍ତି ନେଇ ପାରନ୍ତି । ଏପଟେ ଅପରାହ୍ଣ 2.30ରେ ମୁଖ୍ୟ ଶାସନ ସଚିବ ଏନେଇ ଘୋଷଣା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.