ETV Bharat / city

ଲକଡାଉନ ପ୍ରଭାବ: ଫିଜିକାଲ ଟ୍ରେନିଂ ସେଣ୍ଟର ବନ୍ଦ, ଫିଟନେସ ଚିନ୍ତାରେ କ୍ରୀଡାବିତ

କୋରୋନା କଟକଣାର ପ୍ରଭାବ ଦେଖିବାକୁ ମିଳିଛି କ୍ରୀଡା କ୍ଷେତ୍ରରେ । ମାର୍ଶାଲ ଆର୍ଟ ବା ଶାରୀରିକ ଶିକ୍ଷା ଉପରେ ପର୍ଯ୍ୟବେଶିତ ବିଭିନ୍ନ କ୍ରୀଡା ପାଇଁ ଏହା ଅଭିଶାପ ପାଲଟିଛି । ପେସାଦାର ଆଥଲେଟମାନେ ଅଭ୍ୟାସରୁ ବଞ୍ଚିତ ହେବା କାରଣରୁ ସେମାନଙ୍କର ଶାରିରୀକ ଦକ୍ଷତା କ୍ରମେ ହ୍ରାସ ପାଇବାରେ ଲାଗିଛି । ଯାହା ସେମାନଙ୍କ କ୍ୟାରିୟର ପାଇଁ ବିପଦ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

author img

By

Published : Jul 18, 2020, 10:14 PM IST

ଲକଡାଉନ ପ୍ରଭାବ: ବନ୍ଦ ରହିଛି ଫିଜିକାଲ ଟ୍ରେନିଂ ସେଣ୍ଟର, ଫିଟନେସ ହରାଉଛନ୍ତି କ୍ରୀଡାବିତ

ଭୁବନେଶ୍ବର: କୋରୋନା କଟକଣାର ପ୍ରଭାବ ଦେଖିବାକୁ ମିଳିଛି କ୍ରୀଡା କ୍ଷେତ୍ରରେ । ମାର୍ଶାଲ ଆର୍ଟ ବା ଶାରୀରିକ ଶିକ୍ଷା ଉପରେ ପର୍ଯ୍ୟବେଶିତ ବିଭିନ୍ନ କ୍ରୀଡା ପାଇଁ ଏହା ଅଭିଶାପ ପାଲଟିଛି । ପେଶାଦାର ଆଥଲେଟମାନେ ଅଭ୍ୟାସରୁ ବଞ୍ଚିତ ହେବା କାରଣରୁ ସେମାନଙ୍କର ଶାରିରୀକ ଦକ୍ଷତା କ୍ରମେ ହ୍ରାସ ପାଇବାରେ ଲାଗିଛି । ଯାହା ସେମାନଙ୍କ କ୍ୟାରିୟର ପାଇଁ ବିପଦ ସୃଷ୍ଟି କରିଛି ।

ଦେଶରେ କୋରୋନା କଟକଣା ଲାଗୁ ହେବା ପରେ ପ୍ରାୟ 4 ମାସ ହେବ ବନ୍ଦ ରହିଛି ବିଭିନ୍ନ ଜିମ ଓ ଫିଜିକାଲ ଟ୍ରେନିଂ ସେଣ୍ଟର । ଏହି ସବୁ ଅନୁଷ୍ଠାନ ବନ୍ଦ ରହିବା ଫଳରେ କ୍ରୀଡ଼ାବିତମାନେ ଅଭ୍ୟାସ କରିବାରୁ ବଂଚିତ ହୋଇଛନ୍ତି । ଅଭ୍ୟାସ ପାଇଁ ବିଭିନ୍ନ ପ୍ରକାର ସରଞ୍ଜାମ ବ୍ୟବହାର କରିବାକୁ ପଡୁଥିବାରୁ, ଘରେ ମଧ୍ୟ ଅଭ୍ୟାସ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ତେଣୁ ସେମାନେ ଘରେ ରହିବା ସହିତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହି ଏହା ପ୍ରତି ଅବହେଳା ମଧ୍ୟ କରୁଛନ୍ତି । ଯାହା ଦ୍ବାରା ସେମାନଙ୍କ ଶାରୀରିକ ସନ୍ତୁଳନ ଧିରେ ଧିରେ ବିଗିଡିବାରେ ଲାଗୁଛି ।

ଆହୁରି ମଧ୍ୟ ଏହା ସମ୍ପୂର୍ଣ୍ଣ ଫିଲଡ଼ ଟ୍ରେନିଂ ହୋଇ ଥିବାବେଳେ ଅନଲାଇନ ଜରିଆରେ ଏହା ଦ୍ବାରା ସେତେଟା ସୁଫଳ ମିଳିବାର ସମ୍ଭାବନା ମଧ୍ୟ ନାହିଁ । ତେଣୁ ଉଚିତ ମାର୍ଗଦର୍ଶନ ସହିତ ରାଜ୍ୟରେ ଥିବା ଶାରୀରିକ ଶିକ୍ଷାନୁଷ୍ଠାନ ସହିତ ଜିମ ଆଦିକୁ ଖୋଲାଯିବାକୁ ସରକାରଙ୍କ ପକ୍ଷରୁ ଉଦ୍ୟମ ହେବା ଆବଶ୍ୟକ ବୋଲି ଏହା ସହିତ ଜଡିତ ବ୍ୟକ୍ତିବିଶେଷମାନେ ପ୍ରକାଶ କରିଛନ୍ତି ।

କୋରୋନା ଏଭଳି ଏକ ରୋଗ ଯାହା କାହାକୁ ହେବ କିଛି କହିବା ସମ୍ଭବ ହୋଇ ନଥିବାବେଳେ ଭାରତ ସରକାରଙ୍କ ପକ୍ଷରୁ ନିୟୁ ନର୍ମାଲ ଅର୍ଥାତ ତା ଭୂତାଣୁ ସହିତ କିପରି ଜୀଇଁବାକୁ ହେବ ସେ ନେଇ ପ୍ରୟାସ ଆରମ୍ଭ କରାଯାଇଛି । ସେ ଦୃଷ୍ଟିରୁ କ୍ରୀଡ଼ାବିତ ମାନଙ୍କ ଫିଟନେସ ଓ ଦକ୍ଷତା ବଜାୟ ରଖିବା ପାଇଁ ସେମାନଙ୍କୁ ତାଙ୍କର ଅଭ୍ୟାସ ଜାରି ରଖିବା ପାଇଁ ସରକାର ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବା ଆବଶ୍ୟକ । ନହେଲେ ଶାରିରୀକ ଶିକ୍ଷା ଉପରେ ଆଧାରିତ କ୍ରୀଡାଗୁଡିକ ରାଜ୍ୟରୁ ନିଜ ସତ୍ତା ହରାଇବ ସେଥିରେ ସନ୍ଦେହ ନାହିଁ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.