ETV Bharat / city

'ସଂକ୍ରମଣ ଟ୍ରେଣ୍ଡକୁ ନଜରରେ ରଖି ଲକଡାଉନ ଉଠିବା ନେଇ ନିଆଯିବ ନିଷ୍ପତ୍ତି'

author img

By

Published : Jun 28, 2021, 3:28 PM IST

ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ନିୟନ୍ତ୍ରଣକୁ ଆସିଛି ହେଲେ ସଂକ୍ରମଣ ଦିନେ କମୁଥିବାବେଳେ ଦିନେ ବଢୁଛି । ସଂକ୍ରମଣ ଟ୍ରେଣ୍ଡକୁ ନଜରରେ ରଖି ଲକଡାଉନ ଉଠିବା ନେଇ ନିଷ୍ପତ୍ତି ହେବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ...

'ସଂକ୍ରମଣ ଟ୍ରେଣ୍ଡକୁ ନଜରରେ ରଖି ଲକଡାଉନ ଉଠିବା ନେଇ ନିଷ୍ପତ୍ତି ହେବ

ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ନିୟନ୍ତ୍ରଣକୁ ଆସିଛି । ହେଲେ ପଜିଟିଭ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି । ଏହି ସ୍ଥିତିକୁ ନଜରରେ ରଖି ଆଗକୁ ଲକଡାଉନ ରହିବ କି ଉଠିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

5 ପ୍ରତିଶତ ସଂକ୍ରମଣ କମ ଥିବା ଜିଲ୍ଲା ଗୁଡିକରେ କଟକଣା କୋହଳ କରାଯିବ । ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ସକ୍ରିୟ ମାମଲା ବି କମୁଛି । ସଂକ୍ରମଣରେ ରୋକ ଲଗାଇବାକୁ ଯେଉଁ ଷ୍ଟ୍ରାଟେଜିରେ କାର୍ଯ୍ୟ ହେଉଥିଲା ଆଗକୁ ତାହା ଜାରି ରହିବ । ଖୁବ ଶୀଘ୍ର ଆଂଶିକ କଟକଣା ଶେଷ ହେବାକୁ ଯାଉଛି । ତେବେ ପୁଣି ନୂଆ ଷ୍ଟ୍ରାଟେଜି ଆପଣାଯିବ । ଟେଷ୍ଟିଂ,ଟ୍ରାକିଂ,ଟ୍ରିଟମେଣ୍ଟ ଓ ଟୀକାକରଣକୁ ଅଧିକ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସ୍ବାସ୍ଥ୍ୟବିଭାଗର ଆକଳନ ଅନୁସାରେ ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ଆହୁରି କମିବା କଥା । ହେଲେ ସଂକ୍ରମଣ ସେତେଟା କମିନାହିଁ । ତେଣୁ ଏହାକୁ ଆଖିରେ ରଖି କେଉଁ ଜିଲ୍ଲାରେ ନିୟମ କୋହଳ ହେବ ତାହା ଉପରେ ନିଷ୍ପତ୍ତି ନିଆଯିବ । ସରକାର ସର୍ବଦା ଜୀବନ ଜୀବିକାକୁ ଉର୍ଦ୍ଧ୍ବରେ ରଖି ନିଷ୍ପତ୍ତି ନିଅନ୍ତି ଏଥର ମଧ୍ୟ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ସଂକ୍ରମଣ ଟ୍ରେଣ୍ଡରେ କିଛି ସ୍ଥିରତା ନାହିଁ । ସଂକ୍ରମଣ ଟ୍ରେଣ୍ଡକୁ ନଜରରେ ରଖି କେଉଁ ଜିଲ୍ଲାରୁ ଲକଡାଉନ ଉଠିବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ପ୍ରକାଶ ଥାଉ କି ତୃତୀୟ ପର୍ଯ୍ୟାୟ ଲକଡାଉନ ପୁରିବାରୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ଜୁଲାଇ 1 ଯାଏଁ ରାଜ୍ୟରେ ଆଶିଂକ ଲକଡାଉନ ବଳବତ୍ତର ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.