ଭୁବନେଶ୍ବର: ସାରା ବିଶ୍ୱରେ କୋରୋନା ଭାଇରସକୁ ନେଇ ଭୟରେ ସାଧାରଣ ଜନତା। ଆମେରିକାର ଏକ ଚିଡ଼ିଆଖାନାରୁ 2ଟି ବାଘ ଶରୀରରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲା। ସେନେଇ ଭାରତରେ ସମସ୍ତ ଚିଡିଆଖାନା ଗୁଡିକୁ ସଙ୍ଗେ ସଙ୍ଗେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି। ତେବେ ଏହା କେବେ ଖୋଲିବ ତାହା କହିବା ଅସ୍ପଷ୍ଟ ବୋଲି କହିଛନ୍ତି ନନ୍ଦନକାନନର ଡେ଼ପୁଟି ଡ଼ାଇରେକ୍ଟର ଜୟନ୍ତ ଦାସ।
![ଲକଡାଉନ ଆଣିଲା ନନ୍ଦନକାନନ ଜୀବଜନ୍ତୁଙ୍କ ବ୍ୟବହାରରେ ପରିବର୍ତ୍ତନ, ହେଲେ ଆୟ ଠପ୍](https://etvbharatimages.akamaized.net/etvbharat/prod-images/7362028_399_7362028_1590670907474.png)
ଓଡ଼ିଶାର ଏକମାତ୍ର ବୃହତ ବନ୍ୟପ୍ରାଣୀ ଚିଡିଆଖାନା ନନ୍ଦନକାନନ ଏବେ ଦୀର୍ଘ ଦିନ ଧରି ବନ୍ଦ ରହିଛି। ଯାହା ଫଳରେ ବନ୍ୟପ୍ରାଣୀ ମାନେ ଚିଡିଆଖାନାରେ ଚିନ୍ତା ମୁକ୍ତଭାବରେ ଭ୍ରମଣ କରୁଛନ୍ତି। କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ନନ୍ଦନକାନନର ଆୟ ଦୀର୍ଘ ଦିନ ଧରି ବନ୍ଦ ରହିଛି। ତେବେ ଆୟ ବନ୍ଦକୁ ନେଇ ରାଜ୍ୟ ସରକାର ଦୃଷ୍ଟି ଦେବା ସହ ବନ୍ୟପ୍ରାଣୀଙ୍କୁ ଖାଦ୍ୟ ମଧ୍ୟ ଯୋଗାଉଛନ୍ତି। ନନ୍ଦନକାନନ ଚିଡିଆଖାନା ଭିତରେ ରହିଯାଇଥିବା ଉର୍ଣ୍ଣୟନ ମୂଳକ କାର୍ଯ୍ୟ ବନ୍ଦ ଥିବା ବେଳେ ବର୍ତ୍ତମାନ ଅତ୍ୟାବଶ୍ୟକ କାର୍ଯ୍ୟ କରାଯାଉଛି।
ଏହାସହ ଚିଡିଆଖାନାରେ ରହିଥିବା ବାଘ ସିଂହ, ଅନ୍ୟାନ୍ୟ ଜୀବଜନ୍ତୁଙ୍କ ସୁରକ୍ଷାରେ ରଖାଯାଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ଯେଉଁମାନେ ଜୀବଜନ୍ତୁଙ୍କ ଦେଖାଶୁଣା କରୁଛନ୍ତି ସେମାନଙ୍କୁ ସଚେତନତା କରାଯାଉଛି। ମାସ୍କ ସାନିଟାଇଜର ବ୍ୟବହାର ସହ ଡ୍ରେସ କୋର୍ଡ କରାଯାଉଛି। ଅନେକ ସମୟରେ ଡାକ୍ତରମାନେ ଜୀବଜନ୍ତୁଙ୍କ ଚିକିତ୍ସା ପାଇଁ ଆସୁଛନ୍ତି ।
ବ୍ୟାଟେରୀ ଚାଳିତ ଗାଡି, ବୋଟିଂ, ସଫାରି ଆଦି ଦୈନିକ 3 ରୁ 4 ଲକ୍ଷ ନନ୍ଦନକାନନକୁ ଆୟ ଆସିଥାଏ। ସିଜିନ ସମୟରେ 5 ଲକ୍ଷ ଦିନକୁ ଆୟ ହୋଇଥାଏ। ଚିଡିଆଖାନା ରେ ପ୍ରବେଶ କରିବା ପାଇଁ ହେଲେ ଥର୍ମାଲ ସ୍କ୍ରିନିଂ କରାଯାଉଛି। ଭିତର ସ୍ଥାନ ଗୁଡିକ ସୋଡିୟମ କ୍ଲୋରାଇଡ଼ ପକାଯାଉଛି। ନନ୍ଦନକାନନ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିଛି।
ହାତୀଙ୍କ ସୁରକ୍ଷାରେ ଥିବା ସାମ ସିଂ କହିଛନ୍ତି ଯେ ହାତୀମାନଙ୍କୁ ଜଙ୍ଗଲରେ ବୁଲିବା ପାଇଁ ଛଡ଼ାଯାଉଛି। ବର୍ତ୍ତମାନ 4 ଟି ହାତୀ ଅଛନ୍ତି। ବାଘ ସଫାରିର ସୁରକ୍ଷା କର୍ମୀ ରାମଚନ୍ଦ୍ର ନାୟକ କହିଛନ୍ତି ଯେ ନନ୍ଦନକାନନରେ 31 ଟି ବାଘ ରହିଥିବା ବେଳେ ତାଙ୍କ ଦାୟିତ୍ବରେ 11 ଟି ବାଘ ରହିଛନ୍ତି। ଲକଡାଉନ ପରେ ସେମାନେ ସଂପୂର୍ଣ୍ଣ ରୂପେ ଶରୀର ସୁସ୍ଥ ରହିଛି। ପର୍ଯ୍ୟଟକ ନଥିବା କାରଣରୁ ଅନେକ ସମୟରେ ସେମାନଙ୍କର ବ୍ୟବହାର ରେ ପରିବର୍ତ୍ତନ ଆସୁଛି।
ଏନେଇ ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ ଜଙ୍ଗଲରେ ଆବଦ୍ଧ କରିକି ରଖାଯାଉଥିବା ଅନେକ ପ୍ରାଣୀମାନେ ବିଭିନ୍ନ ଚାପରେ ରହିଥାନ୍ତି। ବର୍ତ୍ତମାନ ସମୟରେ କେହି ପର୍ଯ୍ୟଟକ ଯାଉନାହଁନ୍ତି। ସେଥିପାଇଁ ଏକ ପ୍ରାକୃତିକ ପରିବେଶରେ ରହୁଥିବା ଭଳି ପରିଲିଖିତ ହେଉଛି। ଯାହା ସେମାନଙ୍କ ଭଲ ବିଚରଣ ପାଇଁ ଏପରି ଲକ୍ଷଣ ରହୁଛି ବୋଲି କହିଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ