ETV Bharat / city

ଲକଡାଉନ: ଆହାର କେନ୍ଦ୍ର ପାଲଟିଛି ୩୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଭରସା - lock down latest news

ବର୍ତ୍ତମାନ ଲକ୍ ଡାଉନ୍‌ ସମୟରେ ରୋଗୀଙ୍କ ସମ୍ପର୍କୀୟ ଓ ଗରିବଙ୍କ ପାଇଁ ଆହାର କେନ୍ଦ୍ର ଗୁଡିକ ପାଲଟିଛି ସାହାରା । ଗତ ସୋମବାର ଏହି ସମସ୍ତ ଆହାର କେନ୍ଦ୍ରରେ ଦିନବେଳା ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ ଖାଦ୍ୟ ଖାଇଛନ୍ତି । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେକ କେନ୍ଦ୍ରରେ ରାତ୍ରୀକାଳୀନ ଖାଦ୍ୟ ଯୋଗାଇ ଦିଆଯାଉଛି ।

ahara-kendra
ଲକ୍ ଡାଉନ: ଆହାର କେନ୍ଦ୍ର ପାଲଟିଛି ୩୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଭରସା
author img

By

Published : Mar 31, 2020, 3:29 PM IST

ଭୁବନେଶ୍ବର: ବର୍ତ୍ତମାନ ଲକ୍ ଡାଉନ୍‌ ସମୟରେ ରୋଗୀଙ୍କ ସମ୍ପର୍କୀୟମାନଙ୍କ ପାଇଁ ଆହାର କେନ୍ଦ୍ର ପାଲଟିଛି ସାହାରା । ରାଜ୍ୟର ୩୦ ଟି ଜିଲ୍ଲାରେ ଡାକ୍ତରଖାନା ପରିସରରେ ଓ ଏହାର ଆଖପାଖ ଥିବା ୬୭ଟି ଆହାର କେନ୍ଦ୍ର ମାଧ୍ୟମରେ ଦୈନିକ ପ୍ରାୟ ୩୦ ହଜାରରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । କୋରୋନା ପାଇଁ ରାଜ୍ୟ ସରକାର ଆହାର କେନ୍ଦ୍ର ଗୁଡିକ ଉପରେ କଟକଣା ଲଗାଇଥିବା ବେଳେ ଡାକ୍ତରଖାନା ପରିସର ଓ ଏହାର ନିକଟରେ ଥିବା ଆହାର କେନ୍ଦ୍ରର ଗୁରୁତ୍ବକୁ ଉପଲବ୍ଧି କରି ସେହି ସବୁ ଆହାର କେନ୍ଦ୍ର ଖୋଲା ରଖିବା ପାଇଁ ସ୍ଥିର କରିଥିଲେ ।

ସେହି ଅନୁଯାୟୀ ଉକ୍ତ ୬୭ଟି ଆହାର କେନ୍ଦ୍ରରେ ନିୟମିତ ଖାଦ୍ୟ ପରିବେଷଣ କରାଯାଉଛି । ଗତ ସୋମବାର ଏହି ସମସ୍ତ ଆହାର କେନ୍ଦ୍ରରେ ଦିନବେଳା ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ ଖାଦ୍ୟ ଖାଇଛନ୍ତି । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେକ କେନ୍ଦ୍ରରେ ରାତ୍ରୀକାଳୀନ ଖାଦ୍ୟ ଯୋଗାଇ ଦିଆଯାଇଛି । ଏହି ସବୁ ଆହାର କେନ୍ଦ୍ରରେ କେବଳ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ନୁହେଁ ଅନେକ ଗରିବ ଲୋକ ମଧ୍ୟ ଏହି ବନ୍ଦ ସମୟରେ ଖାଦ୍ୟ ପାଇ ପାରୁଛନ୍ତି ।

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାରି କରିଥିବା ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ଆହାର କେନ୍ଦ୍ରରେ ସତର୍କତା ପାଳନ କରାଯାଉଥିବା ପ୍ରକାଶ । ବିଶେଷକରି ଲୋକମାନେ ଦୂରତା ରକ୍ଷାକରି ଧାଡିରେ ଆସିବା , ଆହାର କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ବାହାରେ ରଖାଯାଇଥିବା ସାବୁନରେ ଭଲଭାବେ ହାତ ଧୋଇବା , ପଇସା କାହା ହାତକୁ ନଦେଇ ଉଦ୍ଧିଷ୍ଟ ବାକ୍ସରେ ପକାଇବା , ଖାଦ୍ୟ ଖାଇବା ସମୟରେ ଦୂରତ୍ବ ରକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଇ ବ୍ୟବସ୍ଥା କରାଯାଇଛି । ଖାଦ୍ୟ ଖାଇସାରିବା ପରେ ଲୋକମାନେ କେନ୍ଦ୍ର ପରିସରରେ ହାତ ନଧୋଇ ଯେଭଳି ବାହାରେ ଆସି ଦୂରତା ରକ୍ଷାକରି ହାତ ଧୋଇବେ ସେନେଇ ସ୍ବତନ୍ତ୍ର ହାତ ଧୋଇବାବ୍ୟବସ୍ଥା କରାଯାଇଛି । ଲକ୍ ଡାଉନ୍‌ ସାରିବା ପର୍ଯ୍ୟନ୍ତ ଏହି ସମସ୍ତ ୬୭ ଆହାର କେନ୍ଦ୍ରରେ ଲୋକଙ୍କୁ କିଭଳି ସରକାର ଜାରି କରିଥିବା ମାର୍ଗଦର୍ଶିକା ଅନୁଯାୟୀ ସୁରକ୍ଷିତ ଭାବେ ଉନ୍ନତମାନର ଖଦ୍ୟ ପରିବେଷଣ କରାଯିବ ତାହା ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଉଥିବା ପ୍ରକାଶ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.