ETV Bharat / city

ରାଜଧାନୀରେ ବଢୁଛି ସ୍ଥାନୀୟ ସଂକ୍ରମଣ, 305 ଆକ୍ରାନ୍ତଙ୍କ ସହ 517 ସୁସ୍ଥ

ରାଜଧାନୀ ଭୁବନେଶ୍ବରରେ ବଢୁଛି ସ୍ଥାନୀୟ ସଂକ୍ରମଣ । ଏହି କ୍ରମରେ ଆଜି ଭୁବନେଶ୍ବରରୁ 305 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ଭୁବନେଶ୍ୱର ହୋମ କ୍ବାରେନଣ୍ଟାଇନ ସେଣ୍ଟରରୁ 90 ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା 215ରେ ପହଞ୍ଚିଛି । ସେହିପରି ଆଜିର ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥହାର ଅଧିକ ରହିଛି । 517 ଜଣ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜଧାନୀରେ ବଢୁଛି ସ୍ଥାନୀୟ ସଂକ୍ରମଣ , 305 ଆକ୍ରାନ୍ତଙ୍କ ସହ 517 ସୁସ୍ଥ

author img

By

Published : Sep 18, 2020, 7:40 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବଢୁଛି ସ୍ଥାନୀୟ ସଂକ୍ରମଣ । ଏହି କ୍ରମରେ ଆଜି ଭୁବନେଶ୍ବରରୁ 305 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ଭୁବନେଶ୍ୱର ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 90 ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା 215ରେ ପହଞ୍ଚିଛି । ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି ।

ହୋମ କ୍ଵାରେଣ୍ଟାଇନରେ ଚିହ୍ନଟ 90 ଜଣଙ୍କ ମଧ୍ୟରୁ 6 ଜଣ ୟୁନିଟ 6 ଅଞ୍ଚଳର ଥିବାବେଳେ 3 ଜଣ ଚକେଇସିଆଣି, 3 ଜଣ ଝାରପଡ଼ା, 2 ଜଣ କଳିଙ୍ଗନଗର, 2 ଜଣ ଖଣ୍ଡଗିରି, 2 ଜଣ ପାହାଳ, 2 ଜଣ ଓଲଡ଼ ଟାଉନ, 2 ଜଣ ନୀଳାଦ୍ରି ବିହାର, 2 ଜଣ ନୟାପଲ୍ଲୀ, 2 ଜଣ ନିୟୁ ଫରେଷ୍ଟ ପାର୍କ, 3 ଜଣ ଖାରବେଳ ନଗର, 2 ଜଣ ଲକ୍ଷ୍ମୀସାଗର, 3 ଜଣ ରସୁଲଗଡ, 3 ଜଣ ଘରୋଇ ହସ୍ପିଟାଲ କର୍ମଚାରୀ ଓ 3 ଜଣ ୟୁନିଟ 1 ଅଞ୍ଚଳର ବୋଲି ଜଣାପଡିଛି ।

ସେହିପରି 215 ଜଣ ଚିହ୍ନଟ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରୁ 9 ଜଣ ଘରୋଇ ହସ୍ପିଟାଲ କର୍ମଚାରୀ ଥିବା ବେଳେ 3 ଜଣ ଟଙ୍କାପାଣି ରୋଡ଼, 5 ଜଣ ଚନ୍ଦକା, 3 ଜଣ ବୋମିଖାଲ, 3 ଜଣ ବରଗଡ, 4 ଜଣ ବାପୁଜୀନଗର, 3 ଜଣ ଗଙ୍ଗନଗର, 5 ଜଣ ହଂସପାଳ, 4 ଜଣ ଭିଏସଏସ ନଗର, 4 ଜଣ ଜାଗମରା, 3 ଜଣ ଜୟଦେବ ବିହାର, 9 ଜଣ ଆଇଆରସି ଭିଲେଜ, 8 ଜଣ ନୟାପଲ୍ଲୀ, 5 ଜଣ ପଟିଆ, 5 ଜଣ ପାତ୍ରପଡା, 3 ଜଣ ରସୁଲଗଡ ଓ 4 ଜଣ ୟୁନିଟ 9 ଅଞ୍ଚଳରୁ ଅଛନ୍ତି ।

ତେବେ ଆଜିର ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥହାର ଅଧିକ ରହିଛି । 517 ଜଣ ସୁସ୍ଥ ହୋଇଛନ୍ତି । ଆଜିର ଆକ୍ରାନ୍ତ ଓ ସୁସ୍ଥହାରକୁ ମିଶାଇ ଭୁବନେଶ୍ବରରେ ଏଯାବତ୍ 17,925 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ସଂଖ୍ୟା 13,631 ରହିଛି । ଏବେ ବି 4212ଟି ମାମଲା ସକ୍ରିୟ ରହିଥିବା ବେଳେ 68 ଜଣଙ୍କ ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.