ETV Bharat / city

ଆଜିଠୁ ୟୁଟ୍ୟୁବରେ ପଢିବେ ପ୍ରଥମରୁ ଅଷ୍ଟମ, OSEPAର ପ୍ରସ୍ତୁତି ଶେଷ - ୟୁଟ୍ୟୁବରେ ପାଠପଢା

ୟୁଟ୍ୟୁବ ଲାଇଭ ଷ୍ଟ୍ରିମ ଜରିଆରେ ପୁଣି ପାଠପଢିବେ ଛାତ୍ରଛାତ୍ରୀ । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଚାଲିବ ପାଠପଢା । ଶ୍ରେଶୀ ଅନୁଯାୟୀ ହ୍ବାର୍ଟଅପ ଗ୍ରୁପ ଗଠନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୧୧ ଯାଏଁ ପାଠପଢା ଯିବ । ଅଧିକ ପଢନ୍ତୁ

ଆଜିଠୁ ୟୁଟ୍ୟୁବ ପଢିବେ ପ୍ରଥମରୁ ଅଷ୍ଟମ
ଆଜିଠୁ ୟୁଟ୍ୟୁବ ପଢିବେ ପ୍ରଥମରୁ ଅଷ୍ଟମ
author img

By

Published : Jan 27, 2022, 10:14 AM IST

ଭୁବନେଶ୍ବର: ଆଜିଠୁ ପୁଣି ଆରମ୍ଭ ହୋଇଛି ୟୁଟ୍ୟୁବରେ ପଠାପଢା । ୟୁଟ୍ୟୁବ ଲାଇଭ ଷ୍ଟ୍ରିମ ଜରିଆରେ ପୁଣି ପାଠପଢିବେ ଛାତ୍ରଛାତ୍ରୀ । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଚାଲିବ ପାଠପଢା । ଶ୍ରେଶୀ ଅନୁଯାୟୀ ହ୍ବାର୍ଟଅପ ଗ୍ରୁପ ଗଠନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୧୧ ଯାଏଁ ପାଠପଢା ଯିବ ।

ପ୍ରତି ୟୁଟ୍ୟୁବ ଲାଇଭ୍ ଷ୍ଟ୍ରିମିଂ କ୍ଲାସର ଲିଙ୍କ୍ ପୂର୍ବ ଦିନ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଯିବ । ଏହି ଲିଙ୍କ ହ୍ବାଟସପ୍ ଗ୍ରୁପ୍ ମାଧ୍ୟମରେ ସେୟାର କରାଯିବ । ଚତୁର୍ଥ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୟୁଟ୍ୟୁବ୍ କ୍ଲାସ ପାଇଁ ପୂର୍ବରୁ ସ୍ଥିର ହୋଇଥିବା 15 ଟି ଜିଲ୍ଲା ନିଜ ନିଜ ଦାୟିତ୍ବ ତୁଲାଇବେ । କେଉଁ ଭଳି ଭାବେ ପଢ଼ାଇବେ ତାହା ନେଇ ଜିଲ୍ଲାଗୁଡ଼ିକ ପ୍ରସ୍ତୁତ ରହିବେ ।

ତଥ୍ୟ ଅନୁଯାୟୀ, ରାଜ୍ୟରେ 15ଟି ଜିଲ୍ଲା ୟୁଟ୍ୟୁବ କ୍ଳାସର ଦାୟିତ୍ବ ତୁଲାଇବେ । ଓଡ଼ିଆ ବିଷୟ କେନ୍ଦ୍ରାପଡା, ସୋନପୁର, ଗଞ୍ଜାମ, ଢେଙ୍କାନାଳ ଓ ବରଗଡ଼ ଜିଲ୍ଲା ଦାୟିତ୍ବରେ ରହିଛି । ଗଣିତ ବିଷୟରେ ନୟାଗଡ, ସମ୍ବଲପୁର, କଳାହାଣ୍ଡି ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଦାୟିତ୍ବ ଦିଆଯାଇଛି । ଇଂରାଜୀ ବିଷୟରେ କୋରାପୁଟ ଗଞ୍ଜାମ ପୁରୀ ଢେଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଦାୟିତ୍ବ ଦିଆଯାଇଛି।

ସେହିଭଳି ବିଜ୍ଞାନ ବିଷୟରେ ପୁରୀ, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାକୁ ଦାୟିତ୍ବ ଦିଆଯାଇଛି । ପରିବେଶ ବିଜ୍ଞାନ ବିଷୟକୁ ନୟାଗଡ ଓ ବଲାଙ୍ଗୀର ଜିଲ୍ଲାକୁ ଦାୟିତ୍ବ ଦିଆଯାଇଛି । ସାମାଜିକ ବିଜ୍ଞାନ ବିଷୟକୁ ବଲାଙ୍ଗୀର, ଭଦ୍ରକ ଓ ପୁରୀ ଜିଲ୍ଲାକୁ ଦାୟିତ୍ବ ସାମ୍ପାଦନ ହୋଇଛି । ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପାଇଁ 3ଟି ପିରିଅଡ ସହ 4 ଟି ବିଷୟ ପାଠ ପଢ଼ାଯିବ ।

ସେହିପରି ଷଷ୍ଠଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 3ଟି କ୍ଳାସ କରାଯିବ ଯେଉଁଥିଲେ 5ଟି ବିଷୟ ପାଠ ପଢ଼ାଯିବ । ପ୍ରଥମ କ୍ଳାସ 9 ଟାରୁ 9 ଟା30, ଦ୍ବିତୀୟ କ୍ଳାସ 9 ଟା 35ରୁ 10 ଟା 05 ଏବଂ ତୃତୀୟ କ୍ଳାସ 10ଟା 10 ରୁ 10 ଟା 40 ପର୍ଯ୍ୟନ୍ତ କରାଯିବ । ପ୍ରତି କ୍ଳାସର ସମୟ 30ମିନିଟ ରଖାଯାଇଛି । ଏନେଇ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.