ETV Bharat / city

ଓଡିଶା ପାଳୁଛି ୭୫ତମ ସ୍ବାଧୀନତା ଦିବସ - ଦେଶ ପାଳୁଛି ୭୫ତମ ସ୍ବାଧୀନତା ଦିବସ'

ସମ୍ବଲପୁରରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
ଦେଶ ପାଳୁଛି ୭୫ତମ ସ୍ବାଧୀନତା ଦିବସ
author img

By

Published : Aug 15, 2021, 8:22 AM IST

Updated : Aug 15, 2021, 7:12 PM IST

18:17 August 15

ବିବାଦୀୟ କୋଟିଆରେ ସ୍ବାଧୀନତା ଦିବସ, ଆନ୍ଧ୍ର ବି ଉଡାଇଲା ପତାକା

ବିବାଦୀୟ କୋଟିଆରେ ପାଳନ ହେଲା ସ୍ବାଧୀନତା ଦିବସ

କୋରାପୁଟ: ଆନ୍ଧ୍ର ସୀମାନ୍ତବର୍ତ୍ତୀ କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତରେ ଆଜି କେଉଁ ରାଜ୍ୟ ତରଫରୁ ଜାତୀୟ ପତାକା ଉଡିବ, ସେନେଇ ଗତ କିଛି ଦିନ ଧରି ଚାଲିଥିବା ଦ୍ଵନ୍ଦର ଅବସାନ ଘଟିଛି । ଆଜି କୋଟିଆ ସମେତ ଏହି ପଞ୍ଚାୟତର ସମସ୍ତ ଗ୍ରାମରେ ଓଡିଶା ସରକାରଙ୍କ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯାଇ ଥିବାବେଳେ ଆନ୍ଧ୍ର ସରକାରଙ୍କ ତରଫରୁ ଫଗୁଣସିନେରୀ, ଫାଟୁସିନେରୀ , ତଳ ସେମ୍ବି , ଉପର ସେମ୍ବି , ନେରେଡିବାଲାସା, ତାଡିବାଲାସା ଓ ଧୂଳିପଦରରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା ଜଣାପଡ଼ିଛି । କୋଟିଆ ପଞ୍ଚାୟତ ସଦର ମହକୁମାରେ ଓଡିଶା ସରକାରଙ୍କ ପକ୍ଷରୁ ପଟ୍ଟାଙ୍ଗିର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗିଙ୍କ ଅଧ୍ୟକ୍ଷତାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି ।  

ଗତ କିଛିଦିନ ପୂର୍ବେ ଆନ୍ଧ୍ରପ୍ରଦେଶର ଏକ ରାଜନୈତିକ ଦଳ ଜନସତ୍ତାର ସଭାପତିଙ୍କ କୋଟିଆ ଗସ୍ତ ଓ ସ୍ବାଧୀନତା ଦିବସ ପୂର୍ବରୁ ପ୍ରତି ଗାଁରେ ତେଲୁଗୁ ବୋର୍ଡ ଲଗାଇବା ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ପାଖରେ ଦାବି ଜଣାଇଥିଲେ  । ଏହାପରେ କୋଟିଆରେ ଉଭୟ ରାଜ୍ୟ ଜାତୀୟ ପତାକା ଉତ୍ତୋଳନ କରିବାର ସମ୍ଭାବନା ଦେଖାଯାଇଥିଲା । କିନ୍ତୁ କୋରାପୁଟ ଜିଲ୍ଲା ପ୍ରଶାସନର ତତ୍ପରତା ସାମ୍ନାରେ ଆନ୍ଧ୍ର ସରକାରର ସମ୍ଭାବ୍ୟ ଚକ୍ରାନ୍ତ ପଣ୍ଡ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।  

କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଗାଁ ଗାଁରେ ଓଡ଼ିଆ ଫଳକ ଲାଗିବା ଓ କୋଟିଆରେ ଜାକଜମକରେ ସ୍ବାଧୀନତା ଦିବସ ପାଳନ ସହ ସମଗ୍ର ପଞ୍ଚାୟତରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ ହେବା ଓଡିଶାବାସୀଙ୍କୁ ଭଲ ପାଉଥିବା କୋଟିଆବାସୀଙ୍କୁ ଆନନ୍ଦିତ ଓ ତାଙ୍କ ମନୋବଳ ସୁଦୃଢ କରିଛି  । କୋରାପୁଟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଜାତୀୟ ପତାକା ଉତ୍ତୋଳନ କରି ସୀମିତ ସଂଖ୍ୟକ ଟ୍ରୁପ ଦ୍ବାରା ପ୍ରଦର୍ଶିତ ପରେଡ଼ର ଅଭିବାଦନ ଗ୍ରହଣ କରିଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

18:16 August 15

ନୂଆପଡାରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ

ନୂଆପଡା: ଜିଲ୍ଲା ମିନି ଷ୍ଟାଡିୟମଠାରେ 75ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ଉଲ୍ଲାସର ସହ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଗୃହ ରାଷ୍ଟ୍ର ଓ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି ଏବଂ ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ସର୍ବପ୍ରଥମେ ଜାତିର ଜନକ ମହାତ୍ମାଗାନ୍ଧୀ, ସୁବାସ ଚନ୍ଦ୍ର ବୋଷ, ବିଜୁ ପଟ୍ଟନାୟକ ଭଳି ଏକାଧିକ ସ୍ବାଧୀନତା ସଂଗ୍ରାମୀ ତଥା ବରପୁତ୍ରମାନଙ୍କୁ ମନେପକାଇ ସ୍ବାଧୀନତା ସଂଗ୍ରାମରେ ତାଙ୍କ ବଳିଦାନ ଗାଥା ଗାନ କରିଛନ୍ତି । ପରିଶେଷରେ ନୂଆପଡା ଜିଲ୍ଲାର ବୀର ସ୍ବାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ଭୁରୁଭୁରି ପ୍ରଶଂସା କରିଛନ୍ତି । ସରକାରଙ୍କ ବହୁମୁଖୀ ଯୋଜନା ବଳରେ ଜିଲ୍ଲା ଦ୍ରୁତଗତିରେ ବିକାଶ କରୁଥିବା ପ୍ରକାଶ କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସମାରୋହରେ ମନ୍ତ୍ରୀଙ୍କ ସମେତ ନୂଆପଡା ଜିଲ୍ଲାପାଳ ସ୍ବଧାଦେବ ସିଂ, ଏସପି ପ୍ରତ୍ୟୁଷ ଦିବାକର ପ୍ରମୁଖ ଉପସ୍ଥିତ ଥିଲେ  ।  

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

17:54 August 15

କେନ୍ଦୁଝରରେ ୭୫ତମ ସ୍ବାଧୀନତା ଦିବସ ପାଳିତ

କେନ୍ଦୁଝରର ୭୫ତମ ସ୍ବାଧୀନତା ଦିବସ ପାଳିତ

କେନ୍ଦୁଝର: ସାରା ଦେଶ ଆଜି ସ୍ବାଧୀନତାର ୭୫ ତମ ଦିବସ ଧୁମଧାମରେ ପାଳନ କରୁଛି । ଏହି ଅବସରରେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ କୋଭିଡ଼ କଟକଣା ମଧ୍ୟରେ ପାଳିତ ହୋଇଛି । ଆଜିର ଏହି ସମାରୋହରେ ଜଳ ସମ୍ପଦ ତଥା ସୂଚନା ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ ।  

ଏହି ଅବସରରେ ମନ୍ତ୍ରୀ ଜିଲ୍ଲାର ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକେଇଥିଲେ । ଏହି ଅବସରରେ ମନ୍ତ୍ରୀ ଦିବ୍ୟାଙ୍ଗଙ୍କୁ ବ୍ୟାଟେରୀ ଚଳିତ ଟୁହୁଇଲର ପ୍ରଦାନ କରିବା ସହ କୋଭିଡ଼ ଯୋଦ୍ଧାଙ୍କ ସହ ଆଲୋଚନା କରିଥିଲେ । ପତାକା ଉତ୍ତୋଳନ ପୂର୍ବରୁ ମନ୍ତ୍ରୀ ସହର ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

17:53 August 15

କେନ୍ଦ୍ରାପଡାରେ ସ୍ବାଧୀନତା ଦିବସ, ସମ୍ବର୍ଦ୍ଧିତ ହେଲେ କୋଭିଡ ଯୋଦ୍ଧା

କେନ୍ଦ୍ରାପଡା: ଜିଲ୍ଲା ସ୍ବୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆରେ ଜିଲ୍ଳାସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ ପାଳିତ ହୋଇଯାଇଛି । କୋଭିଡ଼ କଟକଣା ମଧ୍ୟରେ ଆୟୋଜିତ ଉତ୍ସବରେ ଜିଲ୍ଲାପାଳ ଅମ୍ରିତ ୠତୁରାଜ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ କୋରୋନା ଯୋଦ୍ଧାମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।  

କୋରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ସଂକ୍ରମିତଙ୍କ ସେବା କରିଥିବା ମେଡିକାଲ କର୍ମଚାରୀ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ସଫେଇ କର୍ମଚାରୀ ପ୍ରଭୃତି ୧୬ ଜଣଙ୍କୁ  ଜିଲ୍ଲାପାଳଙ୍କ ଠାରୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକୁ ସମ୍ବର୍ଦ୍ଧନା ଦିଆଯାଇଛି । ଖୁବଶୀଘ୍ର ଜିଲ୍ଲାରେ RTPCR ଟେଷ୍ଟିଂ କରାଯିବ ବୋଲି ଆଜି ଉତ୍ସବରେ ଜିଲ୍ଲାପାଳ ସୂଚନା ଦେଇଥିବାବେଳେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଦିଗରେ ଜିଲ୍ଲା ବିକାଶ କରୁଥିବା ନେଇ ଖୁସିବ୍ୟକ୍ତ କରିଥିଲେ ।

ଏଥିସହ ଏପର୍ଯ୍ୟନ୍ତ ଜିଲ୍ଲାର ୪ଲକ୍ଷ ୭୦ହଜାର ଲୋକଙ୍କୁ କୋଭିଡ ପ୍ରଥମ ଟିକା ଓ ୧ ଲକ୍ଷ ୩୦ ହଜାର ଲୋକଙ୍କୁ ଦ୍ଵିତୀୟ ଟିକା ଦିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

17:29 August 15

ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ

ଢେଙ୍କାନାଳ: ଜିଲ୍ଲା ସଦର ମହକୁମାସ୍ଥିତ ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯାଇଛି । କୋଭିଡ କଟକଣା ମଧ୍ୟରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ମହାମାରୀ କୋରୋନା ଯୋଗୁଁ ଚଳିତ ବର୍ଷ ସମ୍ମିଳିତ ପରେଡ ହୋଇନଥିଲା । କେବଳ ତିନି ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ଥିଲେ  ।

ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଏସପି, ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ମହାମାରୀ କୋରୋନାକୁ ପ୍ରତିହତ କରିବାକୁ ଜୀବନକୁ ବାଜିରେ ଲଗାଇ ଲୋକଙ୍କ ସେବା କରୁଥିବା ଅଙ୍ଗନବାଡି, ଆଶାକର୍ମୀ, ସଫେଇ କର୍ମଚାରୀ  ଓ ପ୍ରକୃତି ବନ୍ଧୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

17:27 August 15

ଗଞ୍ଜାମରେ ୭୫ତମ ସ୍ବାଧୀନତା ଦିବସ ପାଳିତ, ଯୋଗ ଦେଲେ ରାଜ୍ୟ ଇସ୍ପାତ-ଖଣି ମନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମରେ ଜିଲ୍ଲାସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଦର ମହକୁମ୍ମା ଛତ୍ରପୁରସ୍ଥିତ ପୋଲିସ ରିଜର୍ଭ ଗ୍ରାଉଣ୍ଡ୍ ପରିସରରେ ଆୟୋଜିତ ସ୍ବାଧୀନତା ଦିବସ ସମାରୋହରେ ରାଜ୍ୟ ଇସ୍ପାତ, ଖଣି ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଦେଶ ଓ ଜାତି ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି ।  

ଏହି ଅବସରରେ କୋଭିଡ ଭଳି ମହାମାରୀ ସମୟରେ ସମର୍ପିତ ଲୋକାଭିମୁଖୀ ସେବା ଯୋଗାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ  କରାଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ , ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ , ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ , ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଉପସ୍ଥିତ ରହିଥିଲେ । ସେହିପରି ବ୍ରହ୍ମପୁର ସହରର ଖଲ୍ଲିକୋଟ କଲେଜ ଷ୍ଟାଡିୟମ ଠାରେ ଉପଖଣ୍ଡ ସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି.ଆଓ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

16:38 August 15

ବୌଦ୍ଧରେ ସ୍ବାଧୀନତା ଦିବସ ପାଳିତ

ବୌଦ୍ଧରେ ସ୍ବାଧୀନତା ଦିବସ ପାଳିତ

ବୌଦ୍ଧ: କୋରୋନା କଟକଣା ମଧ୍ୟରେ ବୌଦ୍ଧରେ ପାଳିତ ହୋଇଛି ୭୫ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ  । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ତେବେ କୋରୋନା କଟକଣା ଯୋଗୁଁ କୌଣସି ଶିକ୍ଷାନୁଷ୍ଠାନକୁ ଏଥିରେ ସାମିଲ କରାଯାଇ ନଥିବା ବେଳେ ପରେଡ ମଧ୍ୟ ଆୟୋଜିତ କରାଯାଇ ନାହିଁ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଙ୍ଗଠନକୁ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି । ଜିଲ୍ଲାର ହରଭଙ୍ଗା, ବୌଦ୍ଧ, କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ସାମ୍ବାଦିକ ସଙ୍ଗଠନ, ଓକିଲ ସଂଘ, ଏନଏସି, ପୋଲିସ ଥାନା, ଫରେଷ୍ଟ ଅଫିସ, ବସଷ୍ଟାଣ୍ଡ ଭଳି ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଛି ।  

ଅନ୍ୟପଟେ ଜିଲ୍ଲା ଆଇଆରବି ପକ୍ଷରୁ ଟାଉନହଲଠାରେ ଏକ ମେଗା ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

16:24 August 15

ନୟାଗଡରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ

ନୟାଗଡ଼: ଜିଲ୍ଲାରେ ପାଳନ ହେଲା ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ  । ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ ପଡ଼ିଆରେ ୭୫ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି  l ଏହି ଅବସରରେ ଜିଲ୍ଲାପାଳ ଡ଼. ପୋମା ଟୁଡୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏଥିରେ ଜିଲ୍ଲାର ସମସ୍ତ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

ଏହି ଅବସରରେ ନୟାଗଡ ଜିଲ୍ଲା ଶିକ୍ଷା, ସ୍ବାସ୍ଥ୍ୟ  ଆଦି କ୍ଷେତ୍ରରେ କିଭଳି ବିକାଶ ଲାଭ କରିଛି ସେ ସମ୍ପର୍କରେ ଜିଲ୍ଲାପାଳ ବକ୍ତବ୍ୟ ରଖିଥିଲେ  l କୋଭିଡ଼ ଗାଇଡ଼ଲାଇନ ମଧ୍ୟରେ ସ୍ବାଧୀନତା ଦିବସ ପାଳନ କରାଯାଇଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

16:18 August 15

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ 75ତମ ସ୍ବାଧୀନତା ଦିବସ

ଭୁବନେଶ୍ବର: ବିଜେଡି ରାଜ୍ୟ କାର୍ଯ୍ୟାଳୟରେ 75ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ବିଜେଡି ଉପସଭାପତି ଦେବୀ ମିଶ୍ର ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି କାର୍ଯ୍ୟାଳୟ ସମ୍ପଦକ ସଞ୍ଜୟ ଦାସବର୍ମା, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ସମେତ ଅନେକ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

16:05 August 15

ଭୁବନେଶ୍ବର ବିମାନ ବନ୍ଦରରେ ନିଆରା ଢଙ୍ଗରେ ପାଳିତ ହେଲା ସ୍ବାଧୀନତା ଦିବସ

ଭୁବନେଶ୍ବର: ଆଜି ସାରା ଦେଶ ପାଳୁଛି ୭୫ତମ ସ୍ବାଧୀନତା ଦିବସ  । ଏହି ଅବସରରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ମଧ୍ୟ ନିଆରା ଢଙ୍ଗରେ ପାଳିତ ହୋଇଛି ସ୍ବାଧୀନତା ଦିବସ । ଏହି ଅବସରରେ ବିମାନବନ୍ଦରର ସୁରକ୍ଷାକର୍ମୀମାନେ ନିଜର ପ୍ରତିଭାକୁ ପ୍ରଦର୍ଶନ କରିଛନ୍ତି ଏବଂ ଡଗ୍ ସ୍କ୍ବାର୍ଡ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିଛନ୍ତି ।  

ଆଜି 75 ତମ ସ୍ବାଧୀନତା ଦିବସ ଅବସରରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି  ।  

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

15:51 August 15

IIMC ପାଳିଲା ୭୫ତମ ସ୍ବାଧୀନତା ଦିବସ

IIMC ପାଳିଲା ୭୫ତମ ସ୍ବାଧୀନତା ଦିବସ
IIMC ପାଳିଲା ୭୫ତମ ସ୍ବାଧୀନତା ଦିବସ

ଭୁବନେଶ୍ବର: ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନରେ ୭୫ତମ ସ୍ବାଧୀନତା ଦିବସ ପାଳନ ହୋଇଛି  । ଏହି ଅବସରରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ କହିଛନ୍ତି ଯେ, ଦେଶ ବହୁ କ୍ଷେତ୍ରରେ ଉନ୍ନତି କରିଛି । ମାତ୍ର ଅନେକ କ୍ଷେତ୍ରରେ ବହୁ ପଛକୁ ମଧ୍ୟ ଚାଲି ଯାଇଛି । ଦେଶ ସ୍ବାଧୀନ ହେଲା ବେଳକୁ ସାକ୍ଷାରତା ହାର ମାତ୍ର ୧୨ ପ୍ରତିଶତ ଥିଲା, ଏବେ ଆମେ ୭୫ ପ୍ରତିଶତ ଉପରେ ପହଞ୍ଚିଲାଣି। ସେହିପରି ଦାରିଦ୍ର‌୍ୟ, ଗମନାଗମନ, ଆର୍ଥିକ ବିକାଶ-ଆଦି ସବୁ କ୍ଷେତ୍ରରେ ଆମେ ଆଗକୁ ଯାଇଛନ୍ତି । ଏଥିପାଇଁ ସମସ୍ତ ଦେଶବାସୀ, ଆଇନ ପ୍ରଣେତା ଧନ୍ୟବାଦର ପାତ୍ର । ସବୁଠୁ ବଡ଼ କଥା ହେଉଛି, ଆମେ ଏବେ ବି ଗଣତନ୍ତ୍ର ଦେଶ ଭାବେ ସୁଦୃଢ଼ ଅଛୁ । ଆମ ଦେଶ ସହ ଅନ୍ୟ ବହୁ ଦେଶ ଏକ ସମୟରେ ସ୍ବାଧୀନ ହୋଇଥିଲେ । ମାତ୍ର ସେଗୁଡି଼କ ମଧ୍ୟରୁ ବହୁ କମ୍‍ ଦେଶରେ ଏବେ ଗଣତନ୍ତ୍ର ତିଷ୍ଠି ରହିଛି । ସେ ଭିତରୁ ଭାରତ ଅନ୍ୟତମ ଓ ସ୍ବତନ୍ତ୍ର ।  

ସେହିପରି ସଂସ୍ଥାନର ସେସ୍କନ ଅଫିସର କେଦାରନାଥ ଜେନା ପତାକା ଉତ୍ତୋଳନ କରି ଦେଶର ଉନ୍ନତିରେ ସମସ୍ତଙ୍କର ଭାଗିଦାରୀତା ରହିବା ଆବଶ୍ୟକ ବୋଲି କହିଥିଲେ । ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର ବାକ୍‍ ସ୍ବାଧୀନତା ସଙ୍କୁଚିତ ହେଉଥିବା ନେଇ ଚିନ୍ତାପ୍ରକଟ କରିଥିଲେ । ଏହି ଅବସରରେ ପ୍ରସିଦ୍ଧି ଲେଖକ ମନୋଜ ଦାସଙ୍କ ‘ବ୍ୟକ୍ତିତ୍ୱ ବିକାଶ ମାର୍ଗ: କିଞ୍ଚିତ୍‍ ଦିଗ୍‍ଦର୍ଶନ’ର ଶ୍ରାବ୍ୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ପାଠ୍ୟକ୍ରମ ସଂଯୋଜକ ଜିତେନ୍ଦ୍ର ପତି, ବୈଷୟିକ ସଂଯୋଜକ ବଦ୍ରିନାଥ ଜେନା, ଗ୍ରନ୍ଥାଗାରିକା ଶୁଭଙ୍କରୀ ଦାସ, ଏକାଡେମିକ ଆସୋସିଏଟ ଅଭିଶେକ ରୟ, ପଦ୍ମଲୋଚନ ପ୍ରଧାନଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ସଭା ପରେ ସଂସ୍ଥାନ ପରିସରରେ ବୃକ୍ଷରୋପଣ କରାଯାଇଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

15:46 August 15

ରାୟଗଡାରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ

ରାୟଗଡା: କଟକଣାରେ ପାଳନ ହେଲା ୭୫ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ।  କୋଭିଡ କଟକଣା ମଧ୍ୟରେ ସୀମିତ ଅତିଥିଙ୍କୁ ନେଇ ରାୟଗଡାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ ଅଭିବାଦନ ଗ୍ରହଣ କରିଛନ୍ତି ।  

କଟକଣା ଦୃଷ୍ଟିରୁ ଗୋଟିଏ ପ୍ଲାଟୁନ ପୋଲିସ ସହ ପରେଡ କରାଯାଇଛି  । ଛାତ୍ରଛାତ୍ରୀଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଏହି ଅବସରରେ କୋଭିଡ ଯୋଦ୍ଧା, କୋଭିଡ ସମୟରେ ସହାୟତାର ହାତ ବଢାଇଥିବା ବ୍ୟକ୍ତିବିଶେଷ, ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରିବା ସହ କିଛି ଆଦିବାସୀଙ୍କୁ ଜଙ୍ଗଲଜମି ପଟ୍ଟା ପ୍ରଦାନ କରାଯାଇଛି।  

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

13:54 August 15

ମୟୂରଭଞ୍ଜରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ବାରିପଦା: ମୟୂରଭଞ୍ଜରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବାରିପଦା ପେରେଡ଼ ପଡିଆ ଠାରେ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଆଇନ ,ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ପ୍ରତାପ ଜେନା ଯୋଗ  ଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କେ ଆର ଡ୍ୟାନଦେଓ ମଧ୍ୟ ଅତିଥିଭାବେ ଉପସ୍ଥିତ ରହିଥିଲେ ।

ମୟୂରଭଞ୍ଜ ରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

13:23 August 15

ଯାଜପୁରରେ ଜିଲାସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ପାଳିତ

ଯାଜପୁର: ଜିଲ୍ଲା ସ୍କୁଲ ପଡିଆରେ ଜିଲାସ୍ତରୀୟ ୭୫ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଯାଜପୁରର ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ସ୍ୱାଧିନତା ସଂଗ୍ରାମୀ ମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀ ମାନଙ୍କର ଭୂମିକାକୁ ମଧ୍ୟ ମନେ ପକାଇଥିଲେ ଜିଲ୍ଲାପାଳ । କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ଏହି ସ୍ୱାଧିନତା ଦିବସ ଉତ୍ସବରେ କେବଳ ପୋଲିସ ବାହିନୀ ସାମିଲ ହୋଇଥିଲେ । ଏହି ଅବସରରେ ଯାଜପୁର ଏସପି ରାହୁଲ ପି ଆରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

13:23 August 15

ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ପଡିଆରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

ପୁରୀ : ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ପଡିଆରେ ୭୫ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। କରୋନା କଟକଣାରେ କେବଳ ପୋଲିସ ବାହିନୀର ଦୁଇଟି କଣ୍ଟିଜେଣ୍ଟ ପରେଡରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ୨୫ ଜଣ କୋରୋନା ଯୋଦ୍ଧା ଯଥା ଅନେକ ଆଶା, ଅଙ୍ଗନବାଡ଼ି, ଏଏନଏମ୍ କର୍ମୀ, ଡାକ୍ତର ଓ ପୋଲିସ ଅଧିକାରୀ ମାନଙ୍କୁ ଫୁଲ ଚାରା ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।  

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

13:22 August 15

ସୁନ୍ଦରଗଡ଼ରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ସୁନ୍ଦରଗଡ଼: ଜିଲ୍ଳା ପ୍ରଶାସନ ଦ୍ୱାରା 75 ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ସୁନ୍ଦରଗଡ଼ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପୋଲିସ ବାହିନୀର ପରେଡ଼ର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ସେ ସ୍ମଶାନ ବନ୍ଧୁ ,ପୋଲିସ ବାହିନୀ ଓ ଅଗ୍ନିଶମ ବାହିନୀରେ ଥିବା କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

12:24 August 15

କୋଭିଡ କଟକଣା ମଧ୍ୟରେ ଜଗତସିଂହପୁରରେ ସ୍ୱାଧୀନତା ଦିବସ ପାଳିତ

ଜଗତସିଂହପୁର: ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଆଜି 75 ତମ ସ୍ୱାଧୀନତା ଦିବସ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଛି । ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ରାଜ୍ୟ ସରକାର ରାଜ୍ୟରେ ବିକାଶ ର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଇ ଚାଲିଛନ୍ତି।  ଜିଲ୍ଲାରେ ଦୁର୍ନୀତି ମୁକ୍ତ କରିବାରେ ଆମେ ସକ୍ଷମ ହୋଇଥିବା ଜିଲ୍ଲାପାଳ କହିଥିଲେ।  

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

12:24 August 15

ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ

ନବରଙ୍ଗପୁର: ଜିଲ୍ଲା ସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପାଳିତ ହୋଇଯାଇଛି  । ଏହି ଅବସରରେ ଓଡିଶା ସରକାରଙ୍କ କ୍ରୀଡା  ଓ  ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି । କୋରୋନା କଟକଣା ମଧ୍ୟରେ ଏହି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଭିଭାଷଣରେ ମନ୍ତ୍ରୀ ସ୍ଵାଧୀନତା ସଂଗ୍ରାମରେ ନବରଙ୍ଗପୁର ଜିଲ୍ଲା ଭୂମିକା ବିଷୟରେ ସ୍ମୃତି ଚାରଣ କରିବା ସହିତ ସେମାନଙ୍କ ବଳିଦାନକୁ ପ୍ରଶଂସା କରିଥିଲେ I  

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

12:23 August 15

ମାଲକାନଗିରିରେ 75ତମ ସ୍ବାଧୀନତା ଦିବସ ପାଳିତ

ମାଲକାନଗିରିରେ 75ତମ ସ୍ବାଧୀନତା ଦିବସ ପାଳିତ

ମାଲକାନଗିରି: ମାଲକାନଗିରିରେ 75ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା  ଡିଏନ୍ କେ ଖେଳପଡିଆ ଠାରେ ଆୟୋଜିତ ସମାରୋହରେ ମୁଖ୍ଯ ଅତିଥି ଭାବେ ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗଦେଇ ପତାକା ଉତ୍ତୋଳନ କରିବାପରେ ସମାରୋହରେ ଆୟୋଜିତ ପରେଡର ଅଭିବାଦନ ଗ୍ରହଣ କରି ଜନ ସାଧାରଣଙ୍କ ଉଦେଶ୍ୟରେ ସମ୍ବୋଧନ କରିଥିଲେ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

12:06 August 15

ଗଜପତିରେ ଜିଲ୍ଲାସ୍ତରୀୟ ୭୫ତମ ସ୍ବାଧିନତା ଦିବସ ପାଳିତ

ଗଜପତିରେ ଜିଲ୍ଲାସ୍ତରୀୟ ୭୫ ତମ ସ୍ବାଧିନତା ଦିବସ ପାଳିତ

ଗଜପତି: ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ୭୫ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ  ।  

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

12:06 August 15

ସୁବର୍ଣ୍ଣପୁରରେ 75 ତମ ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ପାଳିତ

ସୁବର୍ଣ୍ଣପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ 75 ତମ ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଏହି ସମାରୋହରେ ଦକ୍ଷତା ବିକାଶ ଓ ବୈଷୟୀକ ଶିକ୍ଷା ବିଭାଗ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ମହାମାରୀ କୋରୋନା କଟକଣା ପାଇଁ ଏଥର ଜିଲ୍ଲା ପୋଲିସ ପଡିଆରେ ଏହି ସମାରୋହ ପାଳନ କରାଯାଇଥିଲା । ମୁଖ୍ୟ ଅତିଥି ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇ ସ୍ବାଧୀନତା ଆନ୍ଦୋଳନ ସମୟରେ ସୋନପୁର ଗଡଜାତର ପ୍ରଜା ଆନ୍ଦୋଳନ ଓ ଏହାର ସେନାନୀଙ୍କ ସୃତି ଚାରଣ କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାର 

11:58 August 15

ବାଲେଶ୍ଵରରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ

ବାଲେଶ୍ଵର: ଜିଲ୍ଲା  ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସମସ୍ତ କୋଭିଡ ନିୟମକୁ ପାଳନ କରାଯାଇ ପ୍ୟାରେଡ଼ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସମୀର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା। ମନ୍ତ୍ରୀଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯିବା ସହ ମନ୍ତ୍ରୀ କୋଭିଡ ଯୋଦ୍ଧାଙ୍କୁ ଭେଟିଥିଲେ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

11:45 August 15

କଟକରେ 75ତମ ଜିଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

କଟକରେ 75ତମ ଜିଲା ସ୍ତିରୀୟ ସ୍ୱାଧୀନତା ଦିବସ ପାଳିତ

କଟକ: କଟକ ବାରବାଟୀରେ 75 ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ପତାକା ଉତ୍ତୋଳନ କରି ସ୍ୱାଧୀନତାର ଗାଥା ବଖାଣି ଥିଲେ । ଏଥିସହ ଜିଲ୍ଲାର ସମସ୍ତ କୋଭିଡ ଯୋଦ୍ଧାଙ୍କୁ ମନ୍ତ୍ରୀ ପୁରସ୍କୃତ କରିଥିଲେ ।  

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

11:31 August 15

ଅନୁଗୋଳରେ ଜିଲ୍ଲା ସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ପାଳିତ

ଅନୁଗୋଳ: କୋଭିଡ କଟକଣା ଭିତରେ ଅନୁଗୋଳରେ ଜିଲ୍ଲା ସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଷ୍ଟାଡିୟମରେ ପତାକା ଉତ୍ତୋଳନ କରା ଯାଇଥିଲା । ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ଉଦବୋଧନ ଦେଇଥିଲେ । ଏହାପରେ ଜିଲ୍ଲାର ଡାକ୍ତର, ସଫେଇ କର୍ମଚାରୀ ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ କୋରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ଜଗମୋହନ ମିନା ପ୍ରମୁଖ ଉପସ୍ଥିତ ଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

11:22 August 15

ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପଡିଆ ଠାରେ ଜିଲ୍ଲା ଜିଲ୍ଲାସ୍ତରୀୟ 75 ତମ ସ୍ୱାଧୀନତା ଦିବସ ପାଳିତ

ଭଦ୍ରକ: ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପଡିଆ ଠାରେ ଜିଲ୍ଲା ଜିଲ୍ଲା ସ୍ତରୀୟ 75 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଏହି ଅବସରରେ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ତ୍ରିଲୋଚନ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତାଳନ କରିବା ପରେ ଅଭିଭାଷଣ ରଖିଥିଲେ। ଭଦ୍ରକ ଜିଲ୍ଲା ତ୍ୟାଗ ଓ ସଂଗ୍ରାମୀ ମାଟିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ ଅତୁଳନୀୟ ବୋଲି କହିଥିଲେ ଜିଲ୍ଲାପାଳ । 75 ତମ ସ୍ୱାଧୀନତା ଦିବସ ଅବସରରେ ଭଦ୍ରକ ଏସପି. ଚରଣ ସିଂ ମିନା, ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଉପ ଜିଲ୍ଲାପାଳ ପିତାମ୍ବର ସାମଲ ସମେତ ଉପସ୍ଥିତ ଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

11:02 August 15

ସମ୍ବଲପୁରରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ସମ୍ବଲପୁରରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।  କଚେରୀ ଛକରୁ ଜେଲ ଛକ କୁ ସଂଲଗ୍ନ କରୁଥିବା ରାଜ ରାସ୍ତାରେ ସ୍ୱାଧୀନତା ଦିବସର ଆୟୋଜନ କରାଯାଇଥିବା ବେଳେ  ମୁଖ୍ୟ ଅତିଥି ଭାବେ   ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଜତୀୟ ପତାକା ଉତ୍ତୋଳନ କରି ନିଜର ଅଭିଭାଷଣ ରଖିଥିଲେ । ଏହି ଅବସରରେ ସେ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନକଲ୍ୟାଣ ମୁଖୀ ଉନ୍ନୟନମୂଳକ ଯୋଜନା ଓ ପ୍ରକଳ୍ପ ର ସଫଳତା ବିଷୟରେ ଆଲୋକପାତ କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତିଚାରଣ କରିଥିଲେ।

ସମ୍ବଲପୁରରୁ ବାଦଶାହା ଯୁସମନ ରଣା, ଇଟିଭି ଭାରତ

10:42 August 15

କଳାହାଣ୍ଡିରେ ଜିଲ୍ଲା ସ୍ତରୀୟ ୭୫ ତମ ସ୍ଵାଧୀନତା ଦିବସ ପାଳିତ

ଭବାନୀପାଟଣା: କଳାହାଣ୍ଡିରେ ଜିଲ୍ଲା ସ୍ତରୀୟ ୭୫ ତମ ସ୍ଵାଧୀନତା ଦିବସ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି । ଏ ଅବସରରେରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏଥି ସହ ଜନତାଙ୍କୁ ଦେଶ ମାତୃକା ସମ୍ପର୍କରେ ଉଦବୋଧନ ଦେଇଥିଲେ । ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ତେବେ କୋରୋନା କଟକଣାରେ ସୀମିତ ଲୋକଙ୍କ ମଧ୍ୟରେ ପାଳିତ ହୋଇଯାଇଛି ୭୫ ତମ ସ୍ଵାଧୀନତା ଦିବସ  ।  

କଳାହାଣ୍ଡିରୁ ଅଜିତ କୁମାର ସିଂ , ଇଟିଭି ଭାରତ

09:38 August 15

ସମ୍ବୋଧନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଅବସରରେ ସମ୍ବୋଧନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଭାରତୀୟ ହକି ଦଳକୁ ବିଶ୍ବରେ ଶ୍ରେଷ୍ଠ ଦଳ କରିବାକୁ ସବୁ ପ୍ରକାର ସହୋଯୋଗ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।  

09:31 August 15

ରାଜ୍ୟବାସୀଙ୍କୁ ମଖ୍ୟମନ୍ତ୍ରୀଙ୍କ ଉଦବୋଧନ

ସ୍ବାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କୁ ମଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଅଲମ୍ପିକ୍ସରେ ଭାରତୀୟ ଓ ଓଡିଶା ଖେଳାଳିଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ । ଅଲମ୍ପିକ୍ସରେ ଭାଗ ନେଇଥିବା ଓଡିଆ ଖେଳାଳିଙ୍କ ପାଇଁ ଆମ ଓଡିଶା ଗର୍ବିତ ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

09:07 August 15

ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବରରେ ୭୫ତମ ସ୍ବାଧୀନତା ଦିବସ ପାଳିତ । ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ପାଳିତ ହେଉଛି ୭୫ତମ ସ୍ବାଧିନତା ଦିବସ  । ଏହି ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ । 

07:30 August 15

ରାଜ୍ୟସ୍ତରୀୟ 75ତମ ସ୍ବାଧୀନତା ଦିବସ ପାଳିତ

ଭୁବନେଶ୍ବର: ଆଜି ଦେଶ ପାଳୁଛି ୭୫ତମ ସ୍ବାଧୀନତା ଦିବସ । ଆଜିର ଦିନରେ ସ୍ବାଧୀନତା ଦିବସ ସ୍ବାଦ ଚାଖିଥିଲା । ଆଉ ଆକାଶରେ ଉଡାଇଥିଲା ତ୍ରିରଙ୍ଗା । ଏହି ଅବସରରେ ରାଜ୍ୟ ପ୍ରତିଟି ଜିଲ୍ଲାରେ କୋରୋନା କଟକଣା ମଧ୍ୟରେ ଆଜି ପାଳିତ ହେଉଛି ୭୫ତମ ସ୍ବାଧୀନତା ଦିବସ ଦିବସ । ରାଜ୍ୟ ରାଜଧାନୀ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆଜି ପାଳିତ ହେବ ରାଜ୍ୟସ୍ତରୀୟ ସ୍ଵାଧୀନତା ସମାରୋହ । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କରିବେ ପତାକା ଉତ୍ତୋଳନ । ଏଥିପାଇଁ ପ୍ରଦର୍ଶନୀ ପଡିଆର ଭିତରେ ଏବଂ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । 

Last Updated : Aug 15, 2021, 7:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.