ETV Bharat / city

ଚଳିତ ମୌସୁମୀ ଅଧିବେଶନରେ ଆଗତ ହେବ 12 ବିଧେୟକ - ମୌସୁମୀ ଅଧିବେସନ

ଚଳିତ ବର୍ଷ କୋଭିଡ କଟକଣା ଭିତରେ ବସିବାକୁ ଯାଉଛି ମୌସୁମୀ ଅଧିବେଶନ । 16 ତମ ଅଧିବେଶନରେ ଆସିବାକୁ ଯାଉଛି 12ଟି ବିଧେୟକ । ଅଧିକ ପଢନ୍ତୁ....

ଚଳିତ ମୌସୁମୀ ଅଧିବେସନରେ ପାରିତ ହେବ 12 ବିଧେୟକ

author img

By

Published : Sep 28, 2020, 8:01 PM IST

Updated : Sep 28, 2020, 8:26 PM IST

ଭୁବନେଶ୍ବର: ମଙ୍ଗଳବାର ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ଚଳିତ ବର୍ଷ କୋଭିଡ କଟକଣା ଭିତରେ ବସିବାକୁ ଯାଉଛି ମୌସୁମୀ ଅଧିବେଶନ । 16 ତମ ଅଧିବେଶନରେ ଆସିବାକୁ ଯାଉଛି 12ଟି ବିଧେୟକ । ବିଜୁ ଜନତା ଦଳ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଓଡିଶା ଆଇନଜୀବୀ କଲ୍ୟାଣପାଣ୍ଠି (ସଂଶୋଧନ-2020) ଅଧ୍ୟାଦେଶ ତାଲିକାର ଶୀର୍ଷରେ ରହିଛି ।

ଚଳିତ ମୌସୁମୀ ଅଧିବେସନରେ ପାରିତ ହେବ 12 ବିଧେୟକ
ଚଳିତ ମୌସୁମୀ ଅଧିବେସନରେ ପାରିତ ହେବ 12 ବିଧେୟକ

ସେହିପରି ଓଡ଼ିଶା ମ୍ୟୁନିସପାଲ ଆଇନ (ସଂଶୋଧନ-2020) , ମହାମାରୀ ରୋଗ (ଦ୍ବିତୀୟ ସଂଶୋଧନ-2020) , ଜରୁରୀକାଳୀନ ପାଣ୍ଠି (ସଂଶୋଧନ-2020) , ଜିଏସଟି (ସଂଶୋଧନ-2020), ଓଡିଶା କୃଷି ଉତ୍ପାଦ ଏବଂ ଚୁକ୍ତି ଭିତ୍ତିକ ପଶୁପାଳନ (ପ୍ରଚାର ଓ ପ୍ରସାର-2020), ଓଡିଶା କୃଷି ଉତ୍ପାଦ ଏବଂ ଚୁକ୍ତି ଭିତ୍ତିକ ପଶୁପାଳନ ବ୍ୟବସାୟ (ପ୍ରସାର ଓ ସୁଗମତା-2020)ବିଧେୟକ ଚଳିତ ବର୍ଷ ବିଧାନସଭାରେ ଆଗତ ହେବ ।

ଅନ୍ୟପଟେ କୋର୍ଟ ଫି (ସଂଶୋଧନ-2020), ଶିଳ୍ପ ବିବାଦ (ସଂଶୋଧନ-2020) ଏବଂ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ମଧ୍ୟ ଚଳିତ ବର୍ଷ ପାରିତ ହେବା ନେଇ ବିଜେଡ଼ି ପକ୍ଷରୁ ପ୍ରସ୍ତାବ ପ୍ରକାଶ ପାଇଛି । ସୋମବାର ଦଳର ବିଧାୟକ ଦଳ ବୈଠକ ବସିଥିବା ବେଳେ ବିଜେଡ଼ି ସୁପ୍ରିମୋ ଏହି 12ଟି ଅଧ୍ୟାଦେଶ ଉପରେ ମୋହର ମାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 28, 2020, 8:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.