ETV Bharat / city

‘ସରକାରଙ୍କ ମଦ ପ୍ରସାରଣ ଯୋଜନା, ରାଜ୍ୟକୁ ଅପରାଧୀକ ଚରାଭୂଇଁରେ ପରିଣତ କରିବ’ - milita odisha nisa nibarana abhiyan

ସରକାରଙ୍କ ମଦ ପ୍ରଶାରଣ ଯୋଜନାକୁ ନେଇ କ୍ଷୋଭ ପ୍ରକାଶ କଲା ମିଳିତ ଓଡିଶା ନିଶା ନିବାରଣ ଅଭିଯାନ । ଆର୍ଥିକ ଅଭିବୃଦ୍ଧି ପରିବର୍ତ୍ତେ ଅପରାଧୀକ ଚରାଭୂଇଁରେ ପରିଣତ ହେବ ରାଜ୍ୟ ବୋଲି କଲା ଅଭିଯୋଗ । ଅଧିକ ପଢନ୍ତୁ...

‘ ସରକାରଙ୍କ ମଦ ପ୍ରସାରଣ ଯୋଜନା , ରାଜ୍ୟକୁ ଅପରାଧିକ ଚରାଭୁଇଁରେ ପରିଣତ କରିବ’

author img

By

Published : Jul 19, 2021, 10:36 PM IST

ଭୁବନେଶ୍ବର: ପର୍ଯ୍ୟଟନ ଶିଳ୍ପର ବିକାଶ ମାଧ୍ୟମରେ ଆର୍ଥିକ ଅଭିବୃଦ୍ଧି ଓ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ପରିକଳ୍ପନା କରିଛନ୍ତି ସରକାର । ମାତ୍ର ଏହି ପରିକଳ୍ପନା ସହ ଯୋଡାହୋଇଥିବା ସମସ୍ତ ଅଭିବୃଦ୍ଧିର ପନ୍ଥା ମଦ ପ୍ରସାରଣ ଯୋଜନା ସହ ପାଉଁଶ ଗଦାରେ ପରିଣତ କିରବାକୁ ଯାଉଛି । ସରକାରଙ୍କ ଏପରି ମଦ ପ୍ରସାରଣ ନୀତି ଆର୍ଥିକ ଅଭିବୃଦ୍ଧି ପରିବର୍ତ୍ତେ ରାଜ୍ୟକୁ ଅପରାଧୀଙ୍କ ଚରାଭୂଇଁରେ ପରିଣତ କରିବ , ଏଥିରେ ତିଳେହେଲେ ସନ୍ଦେହ ନାହିଁ । ଏପରି କିଛି ଅଭିଯୋଗ ସହ ସରକାରଙ୍କ ମଦ ପ୍ରଶାରଣ ନୀତିକୁ ବିରୋଧ କରିଛି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ।

ସଂଗଠନ ଅଭିଯୋଗ କରିଛି, ସର୍ବୋପରି ଆଜି ରାଜ୍ୟ ପାଇଁ ମଦ ଏକ ଶକ୍ତ କାରଣ ସାଜିଛି । ତା ସରକାରୀ ମହଲରେ କର୍ତ୍ତୃପକ୍ଷ ଦେଖି ମଧ୍ୟ ନ ଦେଖିବାର ଛଳନା କରୁଛନ୍ତି, କାରଣ ମଦ ମାଫିଆଙ୍କ କବଜାରେ ସମଗ୍ର ପ୍ରଶାସନ ପରିଚାଳିତ ହେବା ଅନୁମେୟ ହୁଏ । ଏଣୁ ରାଜ୍ୟ ତଥା ରାଜ୍ୟବାସୀଙ୍କ ସମଗ୍ର ହିତ ଦୃଷ୍ଟିରୁ , ଆର୍ଥିକ ଅଭିବୃଦ୍ଧି ଓ କର୍ମନିଯୁକ୍ତିର ବ୍ୟାପକ ସୁଯୋଗ ପାଇଁ ରାଜ୍ୟର ବ୍ୟାପି ବେଳାଭୂମି ଉପରେ ପର୍ଯ୍ୟଟନ ଶିଳ୍ପର ବ୍ୟାପକ ଯୋଜନା ହାତକୁ ନିଅନ୍ତୁ ସରକାର । ସମସ୍ତ ଅଭିବୃଦ୍ଧିର ପରିପନ୍ଥୀ ମଦ ପ୍ରସାରଣ ଯୋଜନାକୁ ସେଥିରୁ ବାଦ ଦିଆଯାଉ । ଅନ୍ୟଥା, ରାଜ୍ୟର ସଚେତନ ନାଗରିକ ସମାଜ ମଦ ପ୍ରସାରଣ ବିରୋଧରେ ଦୃଢ ସ୍ବର ଉତ୍ତୋଳନ କରିବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.