ETV Bharat / city

Lingipur SBI ATM Loot Case: କୋର୍ଟକୁ ସତ, ଗଣମାଧ୍ୟମ ଓ ଲୋକଙ୍କୁ ମିଛ

ବହୁ ଚର୍ଚ୍ଚିତ ଭୁବନେଶ୍ବର ଲିଙ୍ଗିପୁର ଷ୍ଟେଟ ବ୍ୟାଙ୍କ ଏଟିଏମ ତାଡି ନେଇ ଲୁଟ ଘଟଣାରେ କମିଶନରେଟ ପୋଲିସ ଗଣମାଧ୍ୟମ ଓ ଜନ ସାଧାରଣକୁ ମିଛ କହିଛି । ତେବେ ଏହି ଘଟଣାରେ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ବିଷୟରେ ପ୍ରେସମିଟ ବେଳେ ଗଣମାଧ୍ୟମକୁ ଭୁଲ ତଥ୍ୟ ଦେଇଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଅଧିକ ପଢନ୍ତୁ

author img

By

Published : Apr 21, 2022, 4:56 PM IST

Lingipur SBI ATM Loot Case: କୋର୍ଟକୁ ସତ, ଗଣମାଧ୍ୟମ ଓ ଲୋକଙ୍କୁ ମିଛ
Lingipur SBI ATM Loot Case: କୋର୍ଟକୁ ସତ, ଗଣମାଧ୍ୟମ ଓ ଲୋକଙ୍କୁ ମିଛ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଭୁବନେଶ୍ବର ଲିଙ୍ଗିପୁର ଷ୍ଟେଟ ବ୍ୟାଙ୍କ ଏଟିଏମ ତାଡି ନେଇ ଲୁଟ ଘଟଣାରେ କମିଶନରେଟ ପୋଲିସ ଗଣମାଧ୍ୟମ ଓ ଜନ ସାଧାରଣକୁ ମିଛ କହିଛି । ତେବେ ଏହି ଘଟଣାରେ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ବିଷୟରେ ପ୍ରେସମିଟ ବେଳେ ଗଣମାଧ୍ୟମକୁ ଭୁଲ ତଥ୍ୟ ଦେଇଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଏଥିସହ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ ପୋଲିସ ଟିମ ଏହି ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁ ଗିରଫ କରିଥିଲେ ।

ମାତ୍ର କୋର୍ଟରେ କମିଶନରେଟ ପୋଲିସ କୋର୍ଟରେ ଦାଖଲ କରିଥିବା କୋର୍ଟ ଚାଲାଣ କପିରେ ଅଭିଯୁକ୍ତଙ୍କୁ ପୋଲିସ ଭୁବନେଶ୍ବର ରେଳ ଷ୍ଟେସନରୁ ଗିରଫ କରିଥିଲେ । ହେଲେ ପୋଲିସ କରିଥିବା ପ୍ରେସମିଟରେ ଗଣମାଧ୍ୟମ ପ୍ରତିନିଧଙ୍କୁ କମିଶନର କହିଥିଲେ ଯେ, ଏହି ଅଭିିଯୁକ୍ତଙ୍କୁ ବେଙ୍ଗାଲୁରୁ ଗିରଫ କରାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ପୋଲିସ କମିଶନର କ'ଣ ପାଇଁ ଗଣମାଧ୍ୟମ ଓ ସାଧାରଣ ଲୋକଙ୍କୁ ଏହି ମିଛ କହିଲେ ।

ଏହା ବି ପଢନ୍ତୁ:ବେଙ୍ଗାଲୁରୁରୁ ଗିରଫ ହେଲେ ବାଂଲାଦେଶୀ ATM ଲୁଟେରା

ସୂଚନା ଅନୁସାରେ, ଚଳିତ ମାସ ୧୬ ତାରିଖରେ ପ୍ରେସମିଟ କରି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା । ତେବେ ବାଙ୍ଗଲାଦେଶୀ ଏଟିଏମ ଲୁଟେରା ଗ୍ୟାଙ୍ଗକୁ ନେଇ ବଖାଣିଥିଲେ ମିଛ ଷ୍ଟୋରୀ । ଏବେ ଏହାର ସତ ପଦାକୁ ଆସିଛି ।

ଏପଟେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲାବେଳେ କପିରେ ପୋଲିସ ଭୁବନେଶ୍ବରରୁ ଗିରଫ କରିଥିବା ଉଲ୍ଲେଖ କରିଛି । ଏଥିସହ ସେତେବେଳେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ, ଏହି ଅପରାଧୀଙ୍କୁ ଧରିବା ଏତେ ସହଜ ନଥିଲା। ତେବେ ଏହି ଘଟଣାରେ ପୋଲିସ କେତେ ସତ କେତେ ମିଛ କହିଛି ଏନେଇ ସ୍ପଷ୍ଟୀକରଣ ତାହା ପରବର୍ତ୍ତୀ ସମୟରେ ଜଣାପଡିବ । ଏନେଇ ପୋଲିସ କମିଶନରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.